Advertisment

ରାମ ମନ୍ଦିର ନିର୍ମାଣର ଶୁଭାରମ୍ଭକୁ ନେଇ କିଏ କ'ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ସବୁ ପ୍ରତିକ୍ଷାର ଅନ୍ତ ଘଟିଛି। କୋଟି କୋଟି ରାମ ଭକ୍ତଙ୍କ ସ୍ୱପ୍ନ ସାକାର ହେବ। ଅଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ, ସୁଉଚ୍ଚ ଶ୍ରୀରାମଙ୍କ ମନ୍ଦିର। ଆଜି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଘଟିଛି ସେହି ଐତିହାସିକ ଘଟଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଛି ଭୂମି ପୂଜନ ଓ ଶିଳ୍ୟାନାସ। ତେବେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକୁ ନେଇ କିଏ କଣ କହିଛନ୍ତି ଆସନ୍ତୁ ଜାଣିବା। ରାଷ୍ଟ୍ରପତି:- ଅଯୋଧ୍ୟାରେ ଶ୍ରୀରାମ […]

ଅଦ୍ୟତନ ହୋଇଛି
ରାମ ମନ୍ଦିର ନିର୍ମାଣର ଶୁଭାରମ୍ଭକୁ ନେଇ କିଏ କ'ଣ କହିଲେ ଜାଣନ୍ତୁ

rahul

Advertisment

ନୂଆଦିଲ୍ଲୀ: ସବୁ ପ୍ରତିକ୍ଷାର ଅନ୍ତ ଘଟିଛି। କୋଟି କୋଟି ରାମ ଭକ୍ତଙ୍କ ସ୍ୱପ୍ନ ସାକାର ହେବ। ଅଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ, ସୁଉଚ୍ଚ ଶ୍ରୀରାମଙ୍କ ମନ୍ଦିର। ଆଜି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଘଟିଛି ସେହି ଐତିହାସିକ ଘଟଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଛି ଭୂମି ପୂଜନ ଓ ଶିଳ୍ୟାନାସ। ତେବେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକୁ ନେଇ କିଏ କଣ କହିଛନ୍ତି ଆସନ୍ତୁ ଜାଣିବା।

Advertisment

ରାଷ୍ଟ୍ରପତି:-ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣର ଶୁଭାରମ୍ଭ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ନାୟିକପ୍ରକ୍ରିୟା ଏବଂ ଜନସାଧାରଣଙ୍କ ଉତ୍ସାହ, ସାମାଜିକ ସୌହାର୍ଦ୍ୟ ମଧ୍ୟରେ ହେଉଛି। ମୋର ବିଶ୍ୱାସ ଯେ ମନ୍ଦିର ପରିସର, ରାମରାଜ୍ୟର ଆଦର୍ଶ ଅନୁସାରେ ଆଧୁନିକ ଭାରତର ପ୍ରତୀକ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି।

ଉପରାଷ୍ଟ୍ରପତି:-ଉପରାଷ୍ଟ୍ରପତି ଭବନରେ ସପରିବାର ସହ ରାମାୟଣ ପାଠ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଧର୍ମପତ୍ନୀ ଉଷା ନାଇଡୁ ଏବଂ ବ୍ୟକ୍ତିଗତ ସହାୟକ ମଧ୍ୟ ରାମାୟଣ ପାଠ କରିଛନ୍ତି।

Advertisment

ଅମିତ ଶାହ:- ଆଜିର ଦିନ ଭାରତ ପାଇଁ ଐତିହାସିକ ଓ ଗୌରବର ଦିନ। ଆଜି ଏକ ନୂଆ ଯୁଗର ଆରମ୍ଭ ହେଲା। ଅଯୋଧ୍ୟାର ରାମ ମନ୍ଦିର ସାରା ବିଶ୍ୱରେ ଥିବା କୋଟି କୋଟି ହିନ୍ଦୁମାନଙ୍କର ଆସ୍ଥାର ପ୍ରତୀକ। ଆଜି ପ୍ରଧାନମନ୍ତ୍ରୀ ଭୂମି ପୂଜନା କରି କୋଟି କୋଟି ହିନ୍ଦୁମାନଙ୍କ ଆସ୍ଥାର ସମ୍ମାନ ଜଣାଇଛନ୍ତି। ଏହା ରାମ ଭକ୍ତଙ୍କର ଆଜଶ୍ର ସଂଘର୍ଷର ପରିଣାମ।

ରାହୁଲ ଗାନ୍ଧି:- କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସର୍ବୋତ୍ତମ ମାନବୀୟ ଗୁଣର ସ୍ୱରୂପ ହେଉଛନ୍ତି ପ୍ରଭୂ ଶ୍ରୀରାମ। ସେ ପ୍ରେମ, କରୁଣା ଏବଂ ନ୍ୟାୟର ପ୍ରତୀକ ଅଟନ୍ତି ବୋଲି ଉଲ୍ଲେଖ କରିଛନ୍ତି ରାହୁଲ। ଘୃଣା, କ୍ରୁରତା, ଅନ୍ୟାୟରେ ସେ ପ୍ରକଟ ହୁଅନ୍ତି ନାହିଁ ବୋଲି ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ରାହୁଲ ଗାନ୍ଧି। ସେହିପରି ପ୍ରିୟଙ୍କା ଗାନ୍ଧି ମଧ୍ୟ ରାହୁଲଙ୍କ ଟ୍ୱିଟ୍‌କୁ ରିଟ୍ୱିଟ୍‌ କରିଛନ୍ତି।

Advertisment

ଅସଦୁଦ୍ଦିନ ଓୱେସୀ:- ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଭୂମି ପୂଜନକୁ ନିନ୍ଦା କରିଛନ୍ତି AIMIM ନେତା ଅସଦୁଦ୍ଦିନ ଓୱେସୀ। ସେ କହିଛନ୍ତି, ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର, ରାମ ମନ୍ଦିର ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରି ପ୍ରଧାନମନ୍ତ୍ରୀ ଏହି ଶପଥର ଉଲ୍ଲଙ୍ଘନ କରିଛନ୍ତି। ଆଜି ଗଣତନ୍ତ୍ର ଓ ଧର୍ମନିରପେକ୍ଷତାର ପରାଜୟ ହୋଇଛି ହିନ୍ଦୁତ୍ୱ ସଫଳ ହୋଇଛି ବୋଲି ଓୱେସୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ