/odishatv-khabar/media/post_attachments/uploadimage/library/16_9/16_9_0/data-plan_1626688004.jpg)
data plan
ନୂଆଦିଲ୍ଲୀ : ଟେଲିକମ୍ କଂପାନୀଗୁଡ଼ିକ ନିକଟରେ ନୂଆ ତାରିଫ୍ ପ୍ଲାନ୍ ଆଣିଛନ୍ତି । ଯାହା କି ପୂର୍ବର ପ୍ଲାନ୍ ଅପେକ୍ଷା ମହଙ୍ଗା । ବର୍ତ୍ତମାନ ସମୟରେ ଏୟାରଟେଲ୍, ଭୋଡ଼ାଫୋନ୍-ଆଇଡ଼ିଆ,ନିଜର ପ୍ଲାନ୍ରେ ଅନ୍ଲିମିଟେଡ୍ କଲିଂର ଫାଇଦା ଗ୍ରାହକଙ୍କୁ ଦେଉଛନ୍ତି । କିନ୍ତୁ ରିଲାଏନ୍ସ ଜିଓ ନିଜର ପ୍ଲାନ୍ରେ ଗ୍ରାହକଙ୍କୁ ଜିଓ -ଟୁ –ଜିଓ ଫ୍ରି ଭଏସ୍ କଲିଂର ଫାଇଦା ଦେଉଛି । ଅନ୍ୟ ନେଟୱର୍କକୁ କଲ୍ ପାଇଁ ନନ୍ଜିଓ FUP ମିନିଟ୍ସ ଦେଇଛି କଂପାନୀ ।
ଆମେ ଆପଣଙ୍କୁ ଏଠାରେ ଏମିତି କିଛି ପ୍ଲାନ୍ ବିଷୟରେ ସୂଚନା ଦେବୁ ଯାହାକି ୩୦୦ଟଙ୍କାରୁ କମ୍ ଦାମ୍ରେ ଆପଣ ୨ଜିବି ଡାଟା ଓ ଅନେକ ସୁବିଧା ପାଇପାରିବେ । ଆସନ୍ତୁ ଜାଣିବା ଏହି ପ୍ଲାନ୍ ବିଷୟରେ –
ଏୟାରଟେଲ୍ର ୨୯୮ଟଙ୍କିଆ ପ୍ଲାନ୍ -
ଏୟାରଟେଲ୍ର ୨୯୮ଟଙ୍କିଆ ପ୍ଲାନ୍ରେ ଗ୍ରାହକଙ୍କୁ ପ୍ରତିଦିନ ୨ଜିବି ଡାଟା ମିଳିବ । ଏହି ପ୍ଲାନ୍ର ସମୟ ଅବଧି ୨୮ ଦିନ । ଗ୍ରାହକଙ୍କୁ ସମୁଦାୟ ୫୬ଜିବି ଡାଟାର ସୁବିଧା ମିଳିବ । ଏୟାରଟେଲ୍ର ଏହି ପ୍ଲାନ୍ରେ ଗ୍ରାହକଙ୍କୁ ଅନ୍ଲିମିଟେଡ୍ ଭଏସ୍ କଲିଂର ସୁବିଧା ବି ମିଳିବ । ଅର୍ଥାତ୍ ଯେକୌଣସି ନମ୍ୱରକୁ ଫ୍ରି କଲିଂର ସୁବିଧା ପାଇପାରିବେ । ଏହି ପ୍ଲାନ୍ରେ ପ୍ରତିଦିନ ୧୦୦ SMS ପଠାଇପାରିବେ।
ଭୋଡ଼ାଫୋନ୍-ଆଇଡିଆର ପ୍ରତିଦିନଇ ଡାଟା ପ୍ଲାନ୍ -
ଭୋଡାଫୋନ୍ର ୨୯୯ଟଙ୍କିଆ ପ୍ଲାନ୍ରେ ଗ୍ରାହକଙ୍କୁ ପ୍ରତିଦିନ ୨ଜିବି ଡାଟା ମିଳିବ । ଏହି ପ୍ଲାନ୍ର ଭାଲିଡିଟି ୨୮ ଦିନ ମଧ୍ୟ ଅଟେ । ଅର୍ଥାତ୍ ଗ୍ରାହକକୁ ସମୁଦାୟ ୫୬ ଜିବି ଡାଟା ମିଳିଥାଏ । ଭୋଡ଼ାଫୋନ୍ର ଏହି ପ୍ଲାନ୍ରେ ଗ୍ରାହକଙ୍କୁ ପ୍ରଦିଦିନ ୧୦୦ SMS ପଠାଇବାର ସୁବିଧା ରହିଛି । ଗ୍ରାହକ ମଧ୍ୟ ଏହି ପ୍ଲାନ୍ରେ ଅନ୍ଲିମିଟେଡ୍ କଲିଂର ସୁବିଧା ପାଇପାରିବେ । ଗ୍ରାହକ ଯେକୌଣସି ନେଟ୍ୱର୍କକୁ ମାଗଣା ଲୋକଲ୍ ଓ ଇଣ୍ଟରନ୍ୟାସନ୍ୟାଲ୍ କଲ୍ କରିପାରିବେ ।
ରିଲିଏନ୍ସ ଜିଏର ୨୪୯ ଟଙ୍କିଆ ପ୍ଲାନ୍ -
ଯଦି ୨ଜିବି ଡାଟା କଥା କହିବା ତ ଅନ୍ୟ କଂପାନୀଙ୍କ ତୁଳନାରେ ରିଲିଏନ୍ସ ଜିଓର ପ୍ଲାନ୍ ବହୁତ ଭଲ । ବର୍ତ୍ତମାନ ରିଲିଏନ୍ସ ଜିଓର ପ୍ଲାନ୍ରେ ପୂର୍ବଭଳି ଅନ୍ଲିମିଟେଡ୍ ଭଏସ୍ କଲିଂର ସୁବିଧା ମିଳୁନାହିଁ । ହେଲେ ଜିଓ –ଟୁ ଜିଓ କଲିଂର ଫ୍ରି ସୁବିଧା ମିଳୁଛି । ଅନ୍ୟ ନେଟ୍ୱର୍କର ନମ୍ୱରକୁ କଲ୍ କରିବାକୁ ହେଲେ ପ୍ଲାନ୍ରେ ୧୦୦୦FUP ମିନିଟ୍ ଦିଆଯାଇଛି । ଏହି ପ୍ଲାନ୍ର ସମୟ ଅବଧି ୨୮ ଦିନ ଅଟେ । ଅର୍ଥାତ୍ ଗ୍ରାହକଙ୍କୁ ୫୬ ଜିବି ଡାଟା ମିଳିଥାଏ । ପ୍ଲାନ୍ରେ ପ୍ରତିଦିନ ୧୦୦ SMS ପଠାଇବାର ସୁବିଧା ମିଳିଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)