/odishatv-khabar/media/post_attachments/uploadimage/library/16_9/16_9_0/birds_1625431577.jpg)
birds
ଢାକା: ବାଂଲାଦେଶ ସୀମାରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ। ସୀମାରେ ଗୁପ୍ତଚର ଭାବେ କାର୍ଯ୍ୟ କରୁଥିବା ବିଏସଏଫ୍ କର୍ମଚାରୀ ଖବର ପାଇ ସେଠାରେ ପହଞ୍ଚିଥିଲେ। ଯାହା ପରେ ସେମାନେ ଦେଖିବାକୁ ପାଇଲେ ଯେ ସେଠାରେ ଉପସ୍ଥିତ ଥିବା ସନ୍ଦିଗ୍ଧ ଲୋକମାନେ ଏକ ପଞ୍ଜୁରୀକୁ ଫୋପାଡ଼ି ଦେଇ ପଳାଇ ଯାଇଛନ୍ତି। ସେହି ପଞ୍ଜୁରୀରେ ବିରଳ ଟୁକନ୍ ପକ୍ଷୀଙ୍କ ଯୋଡ଼ା ରହିଥିଲା। ଯାହାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା କୁହାଯାଉଛି। ଏହା ଏକ ବିରଳ ପ୍ରଜାତିର ପକ୍ଷୀ। ଯାହା ମଧ୍ୟ ଆମେରିକୀୟ ଦେଶ ବେଲିଜ୍ର ଜାତୀୟ ପକ୍ଷୀ ଅଟେ।
/odishatv-khabar/media/post_attachments/aajtak/images/Photo_gallery/092019/toucan-bird_2_081420125101.jpg)
୧୩ ଅଗଷ୍ଟ, ୨୦୨୦ରେ ଗୁପ୍ତଚର ସୂଚନା ଉପରେ କାର୍ଯ୍ୟ କରୁଥିବା ବିଏସଏଫ କର୍ମଚାରୀମାନେ ଅନ୍ତରାଷ୍ଟ୍ରୀୟ ସୀମା ନିକଟବର୍ତ୍ତୀ ହାଲଦାର ପାରା ଗାଁ ପଛରେ ଥିବା ଜଙ୍ଗଲରେ ପରିସରରେ ଏକ ସ୍ୱତନ୍ତ୍ର ସର୍ଚ୍ଚ ଅପରେସନ ଚଳାଇଥିଲେ। ଏହି ଗାଁ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲ୍ଲାରେ ପଡ଼ିଥାଏ।
/odishatv-khabar/media/post_attachments/aajtak/images/Photo_gallery/092019/toucan-bird_5_081420125101.jpg)
ଖବର ଅନୁଯାୟୀ, ସକାଳ ପ୍ରାୟ ୭ଟା ସମୟରେ ଯବାନମାନେ ଜଙ୍ଗଲ ଭିତରେ ଥିବା ବାଉଁଶ ବୁଦା ପଛରେ ଲୁଚି ରହିଥିଲେ। ହଠାତ୍ ସେମାନେ ଦୁଇ ଜଣ ସନ୍ଦିଗ୍ଧ ଲୋକଙ୍କୁ ଦେଖିବାକୁ ପାଇଲେ। ପରେ ଯବାନମାନେ ଯେତେବେଳେ ତାଙ୍କ ପାଖକୁ ଆସିବାକୁ ଲାଗିଲେ, ହଠାତ୍ ସନ୍ଦିଗ୍ଧମାନେ ପାଖରେ ଥିବା ଗାଁ ଆଡ଼କୁ ଦୌଡ଼ିବାକୁ ଲାଗିଲେ। ସେମାନଙ୍କ ପଛରେ ଯବାନମାନେ ମଧ୍ୟ ଦୌଡ଼ିବାକୁ ଲାଗିଲେ। ଠିକ୍ ସେତିକିବେଳେ ସେମାନେ ହାତରେ ଧରିଥିବା ଏକ ପଞ୍ଜୁରୀକୁ ଫିଙ୍ଗି ଦେଇ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ।
/odishatv-khabar/media/post_attachments/aajtak/images/Photo_gallery/092019/toucan-bird_3_081420125101.jpg)
ଏହାପରେ ଯବାନମାନେ ଜଙ୍ଗଲର ଚାରି ପାଖରେ ସନ୍ଧାନ କରିବା ପରେ ଏକ ପଞ୍ଜୁରୀ ପାଇଥିଲେ। ସେହି ପଞ୍ଜୁରୀରେ ଦୁଇଟି ବିରଳ ପ୍ରଜାତିର ପକ୍ଷୀକୁ ଦେଖିବାକୁ ପାଇଥିଲେ। ଯାହାକୁ ଟୁକାନ୍ ପକ୍ଷୀ କୁହାଯାଏ।
/odishatv-khabar/media/post_attachments/aajtak/images/Photo_gallery/092019/toucan-bird_6_081420125101.jpg)
ଜବତ କରାଯାଇଥିବା ପକ୍ଷୀ ଦୁଇଟି ହେଲେ କିଲ-ବିଲ୍ଡ ଟୁକାନ୍ ପ୍ରଜାତିର। ଯାହାକୁ ସଲଫର୍ ବ୍ରେଡଷ୍ଟେ ଓ ରେନ୍ବୋ ବିଲ୍ଡ ଟୁକାନ୍ ମଧ୍ୟ କୁହାଯାଏ।
/odishatv-khabar/media/post_attachments/aajtak/images/Photo_gallery/092019/toucan-bird_4_081420125101.jpg)
ଏହି ପ୍ରଜାତିର ପକ୍ଷୀ ଦକ୍ଷିଣ ମେକ୍ସିକୋରୁ କଲମ୍ବିଆ ପର୍ଯ୍ୟନ୍ତ ଉଷ୍ଣକଟିବନ୍ଧିଆ ଜଙ୍ଗଲରେ ଦେଖାଯାଇଥାଏ। ଆନ୍ତର୍ଜାତୀୟ ବଜାରରେ ଏହି ପକ୍ଷୀମାନଙ୍କର ମୂଲ୍ୟ ପ୍ରାୟ ୧୫ ଲକ୍ଷ ହୋଇଥାଏ। ଜବତ ହୋଇଥିବା ଉଭୟ ପକ୍ଷୀଙ୍କୁ କୋଲକାତାର ଆଲିପୁରର ପ୍ରାଣୀ ଉଦ୍ୟାନକୁ ହସ୍ତାନ୍ତର କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)