/odishatv-khabar/media/post_attachments/uploadimage/library/16_9/16_9_0/5years_1626697325.jpg)
5years
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଭାଇରସ। ଖାଲି ଯେ ଭାରତ ତାହା ନୁହେଁ ସମଗ୍ର ବିଶ୍ୱରେ ମଧ୍ୟ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ବ୍ରିଟେନ୍ର ୧୦୦ ବର୍ଷ ବୟସ୍କ ସାର୍ ଥୋମାସ୍ ମୋର୍ ୟୁକେର ନ୍ୟାସନାଲ୍ ହେଲଥ୍ ସର୍ଭିସ୍ (ଜାତୀୟ ସ୍ୱାସ୍ଥ୍ୟ ସେବା) ପାଇଁ ୩୦ ନିୟୁତ ଟଙ୍କା ସଂଗ୍ରହ କରିଥିଲେ। ଥୋମାସ୍ଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ବ୍ରିଟେନ୍ରେ ରହୁଥିବା ୫ବର୍ଷର ତେଲୁଗୁ ବାଳକ କରୋନା ମୁକାବିଲା ନିମନ୍ତେ ଭାରତ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି। ସେହି ସାହାସୀ ବାଳକଙ୍କ ନାଁ ଅନିଶ୍ୱର କୁଞ୍ଚଲା। ଅନିଶ୍ୱର ମେ’ ୨୭ ରୁ ପାଣ୍ଠି ସଂଗ୍ରହ କାର୍ଯ୍ୟ ଆରମ୍ଭ କରିଥିଲେ। କରୋନା ଭାଇରସ ମୁକାବିଲା ପାଇଁ ଅନିଶ୍ୱର ନିଜେ ସାଇକେଲ ଚଳାଇ ୨.୬ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି।
ଖବର ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଚିତ୍ତୁରର ବାସିନ୍ଦା ଅନିଲ୍ କୁଞ୍ଚଲାଙ୍କ ପରିବାର ରହୁଛନ୍ତି ବ୍ରିଟେନ୍ରେ । ଅନିଲ୍ ବ୍ରିଟେନ୍ରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି। ତାଙ୍କ ପୁଅ ହେଉଛନ୍ତି ଅନିଶ୍ୱର କୁଞ୍ଚାଲା। ଅନିଶ୍ୱର କହିଛନ୍ତି ଯେ ‘ଭାରତ ହେଉଛି ଏକ ବିଶାଳ ଦେଶ’। ସେଠାରେ ମୋ ପରି ଅନେକ ଲୋକ ରହୁଛନ୍ତି। ମହାମାରୀ କରୋନା ଭାଇରସ ବହୁତ ଲୋକଙ୍କୁ ପ୍ରଭାବିତ କରିଛି। ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଖାଦ୍ୟ ଓ ମେଡିସିନ୍ କିଣିବା ପାଇଁ ଟଙ୍କା ଦରକାର। ଚିକିତ୍ସା ପାଇଁ ଡାକ୍ତରମାନଙ୍କର ଯନ୍ତ୍ରପାତି ଆବଶ୍ୟକ ହୋଇଥାଏ। ସେଥିପାଇଁ ମୁଁ ମୋ ଦେଶ ପାଇଁ ଅଧିକରୁ ଅଧିକ ଟଙ୍କା ଜମା କରୁଛି।
ଅନିଶ୍ୱର କହିଛନ୍ତି ଯେ ପ୍ରଥମେ ସାଇକେଲ ଚଲାଇବା ମୋ ପାଇଁ ଏକ ସୌକ୍ ଥିଲା। ଯେତେବେଳେ ମୁଁ ସାଇକେଲ ଚଲାଇବା ଆରମ୍ଭ କଲି ସେତେବେଳେ ମୋତେ ଷ୍ଟାବିଲାଇଜର ଦରକାର ପଡୁଥିଲା କିନ୍ତୁ ବର୍ତ୍ତମାନ ମୁଁ ବିନା ଷ୍ଟାବିଲାଇଜରେ ସାଇକେଲ ଚଲାଉଛି।
ଅନିଶ୍ୱର ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ମୁଁ ଟିଭିରେ ଥୋମାସ୍ ମୋର୍ଙ୍କ ଖବର ଦେଖିଥିଲି। ତାଙ୍କଠୁ ଅନୁପ୍ରାଣିତ ହୋଇ ମୁଁ ମଧ୍ୟ ମୋ ଦେଶ ପାଇଁ କିଛି କରିବାକୁ ନିଷ୍ପତ୍ତି ନେଇଥିଲି। ଅନିଶ୍ୱର କହିଥିଲେ,‘ ଥୋମାସଙ୍କ ଖବର ଦେଖିବା ପରେ ମୁଁ ପାପାଙ୍କୁ ଏହି ଖବର ବିଷୟରେ ପଚାରିଲି। ସେତେବେଳେ ପାପା ମତେ ଥୋମାସ୍ଙ୍କ ବିଷୟରେ ସମ୍ପୂର୍ଣ୍ଣ କଥା ବୁଝାଇଥିଲେ। ତାଙ୍କ ବିଷୟରେ ଶୁଣି ମୋର ମଧ୍ୟ ଇଛା ପ୍ରକଟ ହୋଇଥିଲା। ପାପା ମୋର ମାର୍ଗଦର୍ଶନ କରିଥିଲେ।
ଅନିଶ୍ୱରଙ୍କ ପାପା ଅନିଲ କହିଛନ୍ତି ଯେ ମୋ ପୁଅ କ୍ରିକେଟ୍ ଅଭିଯାନ ମାଧ୍ୟମରେ ପ୍ରଥମେ ୩ଲକ୍ଷ ଟଙ୍କା ସଂଗ୍ରହ କରିଥିଲା। ତାକୁ ଏହି ପରିମାଣ ଖୁବ୍ କମ୍ ଲାଗିଲା। ମୁଁ ଆହୁରି ଅଧିକ ଟଙ୍କା ଯୋଗାଡ଼ କରିବାକୁ ଚାହୁଁଛି। ଅନିଲ କହିଛନ୍ତି ,‘ମୋର ସାହାଯ୍ୟରେ ଅନିଶ୍ୱର ଏକ ଲିଟିଲ ପିଡଲର୍ସ ଅନିଷ ଆଣ୍ଡ ହିଜ୍ ଫେଣ୍ଡ୍ରସ୍ କ୍ୟାମ୍ପନିଙ୍ଗ୍ ଲଞ୍ଚଡ୍ (Little Peddlers Aneesh and His Friends Campaign Launched)ଆରମ୍ଭ କରିଥିଲେ। ଏହି ଅଭିଯାନ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା।
ଏହି ଅଭିଯାନରେ ୬୦ ଜଣ ପିଲା ୨,୬୦୦୦୦ଟଙ୍କା ଜମା କରି ଦାନ କରିଥିଲେ। ଅନିଲ୍ କହିଛନ୍ତି ଅନିଶ୍ୱର ୧୦୦ କିମି ନିଜେ ସାଇକେଲ ଚଳାଇ ଏହି ରାଶି ଜମା କରିଥିଲା। ବର୍ତ୍ତମାନ ପିଲାମାନଙ୍କ ସହିତ ତାଙ୍କର ଲକ୍ଷ୍ୟ ହେଉଛି ୩,୨୦୦ କିମ ସାଇକେଲ ଚଲାଇବା। ପିଲାମାନଙ୍କର ମିଳିତ ଏହି ଅଭିଯାନ ଭାରତ, ବ୍ରିଟେନ୍ ଓ ଆମେରିକା ମଧ୍ୟ ବ୍ୟାପିଛି। ସେଠାକାର ପିଲା ଓ ଡ଼ୋନର୍ସମାନେ ଏହି ଅଭିଯାନରେ ଯୋଗ ଦେଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)