Advertisment

କେତେ ଅାଦର୍ଶ, ନୂଅାପଡା କେଶରାଜପୁର ଅାଦର୍ଶ ବିଦ୍ୟାଳୟ ?

ନୂଅାପଡ଼ା : ବ୍ଲକ୍ ସ୍ତରରେ ଅାରମ୍ଭ ହେବ ଅାଦର୍ଶ ବିଦ୍ୟାଳୟ। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ମିଳିବ ଉନ୍ନତ ଶିକ୍ଷା। ଏପରିକି ପିଲାଙ୍କୁ ଦିଅାଯିବ ଅାବାସିକ ବ୍ୟବସ୍ଥା। କିନ୍ତୁ ସରକାରଙ୍କର ଏହି ସ୍ୱପ୍ନ ଓ ବାସ୍ତବତା ଭିତରେ ଏବେ ଦେଖାଦେଇଛି ଢେର୍ ଦୂରତା। ଏହାର ଏକ ଉଦାହରଣ ନୂଅାପଡ଼ା ଜିଲ୍ଲା ବେଡେନ୍ ବ୍ଲକ୍ କେଶରାଜପୁରରେ ଥିବା ଅାଦର୍ଶ ବିଦ୍ୟାଳୟ । ବ୍ଲକ୍‌ର ଅନୁସୂଚିତ ଜାତି, ଜନଜାତିର ମେଧାବୀ ପିଲାଙ୍କୁ ସିବିଏସ୍‌ଇ ପ୍ୟାଟର୍ଣ୍ଣରେ ପାଠ ପଢା ସହ […]

author-image
Otv Khabar Bureau
କେତେ ଅାଦର୍ଶ, ନୂଅାପଡା କେଶରାଜପୁର ଅାଦର୍ଶ ବିଦ୍ୟାଳୟ ?

school3

ନୂଅାପଡ଼ା : ବ୍ଲକ୍ ସ୍ତରରେ ଅାରମ୍ଭ ହେବ ଅାଦର୍ଶ ବିଦ୍ୟାଳୟ। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ମିଳିବ ଉନ୍ନତ ଶିକ୍ଷା। ଏପରିକି ପିଲାଙ୍କୁ ଦିଅାଯିବ ଅାବାସିକ ବ୍ୟବସ୍ଥା। କିନ୍ତୁ ସରକାରଙ୍କର ଏହି ସ୍ୱପ୍ନ ଓ ବାସ୍ତବତା ଭିତରେ ଏବେ ଦେଖାଦେଇଛି ଢେର୍ ଦୂରତା। ଏହାର ଏକ ଉଦାହରଣ ନୂଅାପଡ଼ା ଜିଲ୍ଲା ବେଡେନ୍ ବ୍ଲକ୍ କେଶରାଜପୁରରେ ଥିବା ଅାଦର୍ଶ ବିଦ୍ୟାଳୟ ।

Advertisment

publive-imageବ୍ଲକ୍‌ର ଅନୁସୂଚିତ ଜାତି, ଜନଜାତିର ମେଧାବୀ ପିଲାଙ୍କୁ ସିବିଏସ୍‌ଇ ପ୍ୟାଟର୍ଣ୍ଣରେ ପାଠ ପଢା ସହ ଅାନୁସଙ୍ଗିକ ବ୍ୟବସ୍ଥା ନେଇ ସ୍ୱପ୍ନ ଦେଖାଇଲେ ସରକାର। ମାତ୍ର ୨ବର୍ଷ ବିତିଯାଇଥିଲେବି ଅବସ୍ଥା ଯଥା ପୂର୍ବଂ ତଥା ପରଂ। ହଷ୍ଟେଲ ଚାଲୁ ନଥିବାରୁ ପିଲାଙ୍କୁ ପ୍ରତିଦିନ ୩୦/୪୦ କି.ମି ବାଟ ଅତିକ୍ରମ କରି ଅାସିବାକୁ ପଡୁଛି। ନିମ୍ନମାନର କାମ ଯୋଗୁ ସ୍କୁଲ କୋଠାରୁ ଅତଡା ଖସୁଥିବାବେଳେ ସ୍କୁଲ ବାଉଣ୍ଡରୀ, ପିଇବା ପାଣି, ଲାଟ୍ରିନ୍‌ର ନାହିଁ କୌଣସି ବ୍ୟବସ୍ଥା।

publive-imageଅାଦର୍ଶ ବିଦ୍ୟାଳୟରେ ଅାବଶ୍ୟକୀୟ ଶିକ୍ଷକ ନଥିବାରୁ ପିଲାଙ୍କ ପାଠପଢାରେ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି। ଏପରିକି ଜଣେ ଜଣେ ଶିକ୍ଷକଙ୍କୁ ଦୈନିକ ନେବାକୁ ପଡୁଛି ୭ରୁ ୮ଟି କ୍ଲାସ। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିରାଚରିତ ଉତ୍ତର, ସମସ୍ୟାର ଖୁବ୍ ଶୀଘ୍ର କରାଯିବ ସମାଧାନ।

Advertisment

ତେବେ ଦିନ ବିତୁଥିବାବେଳେ ସମସ୍ୟାର ସମାଧାନ ବଦଳରେ ସମସ୍ୟା ବଢୁଥିବା ଅଭିଯୋଗ ହୋଇଛି। କେବେ ଅାଦର୍ଶ ବିଦ୍ୟାଳୟ ପାଲଟିବ ଅାଦର୍ଶ , ସେନେଇ ଉଠିଛି ପ୍ରଶ୍ନ।

Advertisment
Advertisment