Advertisment

ଫୋନି ତାଣ୍ଡବର ଦେଢ଼ ମାସ ପରେ, ଆଜି ବି ଅନ୍ଧାରରେ ଏମାନେ

ଭୁବନେଶ୍ୱର:ଝଡ଼ ଫୋନି ତାଣ୍ଡବକୁ ୟା ଭିତରେ ବିତିଗଲାଣି ଦେଢ଼ ମାସ । ବାତ୍ୟା ମାଡ଼ରେ ଘାଇଲା ସର୍ବହରା ମଣିଷମାନେ ଜୀବନ ପୁଣି ସଜାଡ଼ିବାକୁ  ଉଦ୍ୟମ ତ’ କରୁଛନ୍ତି, ହେଲେ ପାରୁନାହାନ୍ତି । କାରଣ ସେଥିରେ ପ୍ରତିବନ୍ଧକ ସାଜିଛି ବିଜୁଳି ଯନ୍ତ୍ରଣା ସାଙ୍ଗକୁ ପ୍ରଶାସନର ଚରମ ନିଷ୍କ୍ରିୟତା । ଦିନରେ ଅସହ୍ୟ ଗରମ ସାଙ୍ଗକୁ ରାତିର ଘନ ଅନ୍ଧକାର ଜୀବନକୁ ଦୁର୍ବିସହ କରି ପକାଇଛି। କେବେ ବିଜୁଳି ଆସିବ ସେକଥା କାହାରିକୁ  ଜଣାନାହିଁ । ପିପିଲିର ପ୍ରଭାବିତ  ଅଞ୍ଚଳରେ […]

author-image
Mihir Pattnayak
ଫୋନି ତାଣ୍ଡବର ଦେଢ଼ ମାସ ପରେ, ଆଜି ବି ଅନ୍ଧାରରେ ଏମାନେ

3

ଭୁବନେଶ୍ୱର:ଝଡ଼ ଫୋନି ତାଣ୍ଡବକୁ ୟା ଭିତରେ ବିତିଗଲାଣି ଦେଢ଼ ମାସ । ବାତ୍ୟା ମାଡ଼ରେ ଘାଇଲା ସର୍ବହରା ମଣିଷମାନେ ଜୀବନ ପୁଣି ସଜାଡ଼ିବାକୁ  ଉଦ୍ୟମ ତ’ କରୁଛନ୍ତି, ହେଲେ ପାରୁନାହାନ୍ତି । କାରଣ ସେଥିରେ ପ୍ରତିବନ୍ଧକ ସାଜିଛି ବିଜୁଳି ଯନ୍ତ୍ରଣା ସାଙ୍ଗକୁ ପ୍ରଶାସନର ଚରମ ନିଷ୍କ୍ରିୟତା । ଦିନରେ ଅସହ୍ୟ ଗରମ ସାଙ୍ଗକୁ ରାତିର ଘନ ଅନ୍ଧକାର ଜୀବନକୁ ଦୁର୍ବିସହ କରି ପକାଇଛି। କେବେ ବିଜୁଳି ଆସିବ ସେକଥା କାହାରିକୁ  ଜଣାନାହିଁ । ପିପିଲିର ପ୍ରଭାବିତ  ଅଞ୍ଚଳରେ କେମିତି ଅଛି ୪୫ଦିନ ପରେ ବିପନ୍ନଙ୍କ ଅବସ୍ଥା, ଦୁର୍ଦ୍ଦଶାରୁ କେତେ ମୁକୁଳିଛନ୍ତି ସର୍ବହରା ମଣିଷମାନେ ଆସନ୍ତୁ ଜାଣିବା।

Advertisment

ଖଣ୍ଡ ପ୍ରଳୟର ନାଁ ଫୋନିକଥା ଉଠିଲେ ଦେଢ଼ ମାସ ପରେ ବି ଉପକୂଳ ଓଡ଼ିଶାବାସୀଙ୍କ ଛାତିରେ ଚାଉଁ କରି ପଶିଯାଉଛି ଛନକା।  ଅଶାନ୍ତ ସମୁଦ୍ର ବକ୍ଷରୁ ପ୍ରଳୟମୁଖା ହୋଇ ମାଡ଼ି ଆସି ରାକ୍ଷସରୂପୀ ଝଡ଼ ଛାଡ଼ିଯାଇଥିବା ତାଣ୍ଡବର ପଦଚିହ୍ନ ଆଜି ବି ସ୍ପଷ୍ଟ ବଖାଣୁଛି। ବାତ୍ୟା ପରଠାରୁ ପିପିଲିର ନିର୍ମଳା ଗାଁରେ ଦୁର୍ଦ୍ଦଶା ଅନେକ। ସମାଧାନ ଶୂନ୍ । ସବୁଠୁ ବଡ଼ ସମସ୍ୟା ସାଜିଛି ବିଜୁଳି ବାତ୍ୟାର ଦେଢ଼ ମାସ  ପରେ ବି ଅସଜଡ଼ା ହୋଇ ପଡି ରହିଛି ବିଦ୍ୟୁତ୍ ଖୁଣ୍ଟ । ଏଣେତେଣେ ରାସ୍ତା ଉପରେ ଝୁଲୁଛି ଅଧା ଛିଣ୍ଡା ଲାଇନ୍ ତାର। କେବେ ବିଜୁଳି ଆସିବ ସେକଥା କାହାକୁ ଜଣାନାହିଁ । ଗାଁ ଲୋକେ ହାତରୁ ଚାନ୍ଦା କରି କିଛି କିଛି ମରାମତି ମଧ୍ୟ  କରିଥିବା କହିଛନ୍ତି।

ହେଲେ କେବେ ଲାଇନ୍ ଜଳିବ ସେ କଥା କେହି କହିପାରୁ ନାହାନ୍ତି। ଦିନରେ ଗରମ ଅସହ୍ୟ, ରାତି ହେଲେ ଅବସ୍ଥା ଆହୁରି  ସାଂଘାତିକ । ଅନେକ ଲୋକ ବେମାରରେ ମଧ୍ୟ ପଡ଼ିଲେଣି । ଗାଁର ଯେଉଁ କିଛି ଲୋକଙ୍କୁ ସୋଲାର ଲାଇଟ୍ ମିଳିଛି ତାହା କେବଳ ବାଆକୁ ବତା  ଭଳି।  ସ୍କୁଲ ଘର ଭାଙ୍ଗିଛି, କେବେ ସଜଡ଼ା ହେବ ଜଣାନାହିଁ । ଦିନରେ ଗରମ ସାଙ୍ଗକୁ ରାତିରେ କିଟ୍ କିଟ୍ ଅନ୍ଧାର। ଏଭଳି ଅବସ୍ଥାରେ ଚୂଲିକୁ  ଚାଲି ଗଲାଣି ଗାଁ ପିଲାଙ୍କ ପଠାପଢ଼ା ଲୋକଙ୍କ ଅଭିଯୋଗ ଦୁର୍ଦ୍ଦଶା ବୁଝିବାକୁ କେହି ଆସୁନାହାନ୍ତି। ଦୁର୍ଦ୍ଦଶା ଏଇଠି ସରିନି । ସର୍ବଗ୍ରାସୀ ଝଡ଼ର ଆଁରେ ସବୁ କିଛି ହରାଇବା ପରେ ସର୍ବହରା ମଣିଷମାନେ ଦୟନୀୟ ଅବସ୍ଥାରେ ଦିନ  କାଟୁଛନ୍ତି।

Advertisment

ଏଇ ଯେମିତି ଗାଁର ସଞ୍ଜୁ ସେଠୀ ଡାଇବେଟିସ ଯୋଗୁଁ ଆଖିକୁ ଭଲ କରି ଦେଖା ବି ଯାଉନି । ବାତ୍ୟା ଆସୁଥିବା କଥା ଶୁଣି ଗାଁ  ସ୍କୁଲ ଘରେ ଆଶ୍ରୟ ନେଇଥିଲେ ଯେ, ଆଉ ଫେରିପାରି ନାହାନ୍ତି । କାରଣ ତାଙ୍କ ଝାଟିମାଟିର କୁଡ଼ିଆ ଖଣ୍ଡିକ ମାଟିରେ ମିଶିଯାଇଛି । ଘର  ତିଆରି କରିବେ ନା ରୋଗ ଭଲ କରିବେ ସେ ଚିନ୍ତା ଘାରିଛି । ଖାଲି ସଞ୍ଜୁ ନୁହଁନ୍ତି ଗାଁର ପ୍ରାୟ ୧୫ରୁ ଅଧିକ ପରିବାର ଏବେ ବି ପିଲା ଛୁଆ ଧରି  ସ୍କୁଲ ଘରେ ପଡ଼ି ରହିଛନ୍ତି। ଏବେ ଅପେକ୍ଷା, କେବେ ପ୍ରଶାସନର ନଜରକୁ ଆସୁଛି ନିର୍ମଳା ଗାଁର ଦୁର୍ଦ୍ଦଶା ଓ ସୁଧୁରୁଛି ବିଜୁଳି ସାଙ୍ଗକୁ ଅନ୍ୟ ଆନୁସଙ୍ଗିକ  ଅବସ୍ଥା।

Left Top
Advertisment
Advertisment