Advertisment

ଫାଶୀର ଡ଼ର : ମାଆଙ୍କୁ ଭେଟି କାନ୍ଦିବାକୁ ଲାଗିଲା ମୁକେଶ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁର୍ଷମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡର ଦିନ ସମୟ ଠିକ୍‌ ହୋଇସାରିଛି। ଏହାକୁ ନେଇ ଦୋଷୀଙ୍କ ମଧ୍ୟରେ ଅଜବ ଆଚରଣ ସବୁ ଦେଖିବାକୁ ମିଳୁଛି। ୪ଜଣଙ୍କ ମଧ୍ୟରୁ ୩ଜଣ ହିଂସ୍ରକ ପାଲଟୁଥିବା ବେଳ ୪ର୍ଥ ଜଣକ ଶାନ୍ତ ଭାବରେ ବସି ରହୁଛି। ଏହା ଭିତରେ ଦୋଷୀ ମୁକେଶ ସିଂହକୁ ତା ମାଆଙ୍କ ସହ ଭେଟ ହେବାକୁ ଆଦେଶ ଦିଆଯାଇଛି। ଫାଶୀ ଦଣ୍ଡାଦେଶର ଘୋଷଣା ପରେ ଦୋଷୀ ମୁକେଶ ସିଂହର ଆଚରଣରେ […]

author-image
Pradesh Pratyush
ଫାଶୀର ଡ଼ର : ମାଆଙ୍କୁ ଭେଟି କାନ୍ଦିବାକୁ ଲାଗିଲା ମୁକେଶ

nirbhaya-3

ନୂଆଦିଲ୍ଲୀ : ନିର୍ଭୟା ଗଣଦୁର୍ଷମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡର ଦିନ ସମୟ ଠିକ୍‌ ହୋଇସାରିଛି। ଏହାକୁ ନେଇ ଦୋଷୀଙ୍କ ମଧ୍ୟରେ ଅଜବ ଆଚରଣ ସବୁ ଦେଖିବାକୁ ମିଳୁଛି। ୪ଜଣଙ୍କ ମଧ୍ୟରୁ ୩ଜଣ ହିଂସ୍ରକ ପାଲଟୁଥିବା ବେଳ ୪ର୍ଥ ଜଣକ ଶାନ୍ତ ଭାବରେ ବସି ରହୁଛି।

Advertisment

ଏହା ଭିତରେ ଦୋଷୀ ମୁକେଶ ସିଂହକୁ ତା ମାଆଙ୍କ ସହ ଭେଟ ହେବାକୁ ଆଦେଶ ଦିଆଯାଇଛି। ଫାଶୀ ଦଣ୍ଡାଦେଶର ଘୋଷଣା ପରେ ଦୋଷୀ ମୁକେଶ ସିଂହର ଆଚରଣରେ ଅଲଗା ବ୍ୟବହାର କରୁଥିଲା।

ମା’ଙ୍କୁ ଦେଖି କାନ୍ଦିବାକୁ ଲାଗିଲା ମୁକେଶ -  

ମିଳିଥିବା ସୂଚନା ମୁତାବକ , ମା’ଙ୍କ ସହ ସାକ୍ଷାତ ପରେ  ମୁକେଶ ଭାବୁକ ହୋଇଯାଇଥିଲା। ଲୁହରେ ଆଖି ଭିଜିଯାଇଥିଲା। ଆଉ ଭୋ ଭୋ କାନ୍ଦୁଥିଲା।  ଏହା ପରେ ତାର ମାଆ ତାକୁ ବୁଝାଇ କ୍ୟୁରୋଟିଭ୍ ଓ କ୍ଷମା ପ୍ରାର୍ଥନାର ସାନ୍ତ୍ୱନା ଦେଲେ । ତାପରେ ମୁକେଶ ଶାନ୍ତ ହୋଇଥିଲା। ମୁକେଶ ତାର ମାଆଙ୍କୁ ବାପା ଓ ଭାଇଙ୍କ ବିଷୟରେ ପଚାରିଥିଲା।

Advertisment

ଜେଲ୍‌ ଅଧିକାରୀଙ୍କ ପ୍ରାପ୍ତ ସୂଚନା ମୁତାବକ , ଏହା ଶେଷ ସାକ୍ଷାତ୍‌ ଭଳି  ନୁହେଁ । ନିୟମ ଅନୁସାରେ , ସେମାନଙ୍କୁ ସପ୍ତାହରେ ଦୁଇ ଥର ପରିବାର ସହ ମିଶିବାର ସୁଯୋଗ ଦିଆଯାଇଛି। ଫାଶୀ ପୂର୍ବରୁ ଫାଇନାଲ୍‌ ସାକ୍ଷାତ୍‌ ଦିନ କେବେ ହେବ , ତାର ସୂଚନା ପରିବାର ଲୋକଙକୁ ଜଣାଇଦିଆଯିବ।

Advertisment
Advertisment