/odishatv-khabar/media/post_attachments/uploadimage/library/16_9/16_9_0/4-4_1625046379.jpg)
4
ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ କି ୧୩୦ ଜଣଙ୍କୁ ବିବାହ କରିଥିଲେ ଏବଂ ୨୦୩ଟି ପିଲାଙ୍କର ବାପା ହୋଇଥିଲେ। ହଁ ଆପଣ ଠିକ୍ ଶୁଣିଛନ୍ତି। ଗୋଟିଏ ଗାଁର ଲୋକ ସଂଖ୍ୟା ଭଳି ପରିବାର ବସାଇଥିବା ବ୍ୟକ୍ତି ହେଉଛନ୍ତି ନାଇଜେରିଆର ମହମ୍ମଦ ବେଲ୍ଲୋ ଅବୁବକର। ୨୦୧୭ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ପୁଣିଥରେ ସେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। କରୋନା ଏବଂ ଲକ୍ଡାଉନ୍କୁ ନେଇ କିଛି ଏକ୍ସର୍ପଟ୍ସ କହିଥିଲେ ଯେ ଖୁବ୍ ଶୀଘ୍ର ବିଶ୍ୱରେ ଏକ ବଡ଼ ଜନସଂଖ୍ୟାର ବିସ୍ଫୋରଣ ହେବାକୁ ଯାଉଛି। ଯାହାକୁ ନେଇ ଲୋକଙ୍କର ୧୩୦ଟି ପତ୍ନୀ ରଖିଥିବା ମହମ୍ମଦଙ୍କ କଥା ମନେପଡ଼ିଯାଇଥିଲା।
ମହମ୍ମଦଙ୍କର ମୃତ୍ୟୁ ପରେ ମଧ୍ୟ ତାଙ୍କ ପତ୍ନୀମାନଙ୍କ ଔରସରୁ ସନ୍ତାନ ଜନ୍ମ ହୋଇଥିଲେ। କାରଣ ମୃତ୍ୟୁ ସମୟରେ ତାଙ୍କର ଏକାଧିକ ପତ୍ନୀ ଗର୍ଭବତୀ ଥିଲେ।
ସେ ତାଙ୍କର ପତ୍ନୀମାନଙ୍କ ସହ ତିନି ମହଲା ବିଶିଷ୍ଟ ଘରେ ରହୁଥିଲେ। ସବୁଠାରୁ ବଡ଼ କଥା ହେଉଛି କି ତାଙ୍କର ୧୩୦ ଜଣ ସ୍ତ୍ରୀ ଥିବା ସତ୍ତ୍ୱେ ମଧ୍ୟ ସେମାନଙ୍କ ମଧ୍ୟରେ କେବେ ଝଗଡ଼ା ହେଉନଥିଲା। ସେମାନେ ସମସ୍ତେ ଶାନ୍ତିରେ ଏବଂ ଏକାଠି ମିଳିମିଶି କାମ କରିବା ସହ ଖୁସିରେ ରହୁଥିଲେ।
ଆପଣଙ୍କୁ କହିରଖୁଛୁ ଯେ, ମହମ୍ମଦ ଅବୁବକରଙ୍କର ମୃତ୍ୟୁ ଅଚାନକ ହୋଇଥିଲା। ମରିବା ପୂର୍ବରୁ ସେ ତାଙ୍କର ସମ୍ପୂର୍ଣ୍ଣ ପରିବାରକୁ ଡକାଇ କଥାବାର୍ତ୍ତା ହୋଇଥିଲେ। ମରିବା ପରେ ତାଙ୍କର କେତେଜଣ ସ୍ତ୍ରୀ ତାଙ୍କୁ ଧରି ବାହୁନି ବାହୁନି କାନ୍ଦିଥିଲେ। ଏହାସହ ତାଙ୍କର ଅନ୍ତିମ ଯାତ୍ରାରେ ବହୁ ଲୋକ ମଧ୍ୟ ସାମିଲ୍ ହୋଇଥିଲେ।
ସେ ଯେତେବେଳେ ବଞ୍ଚିଥିଲେ ସେତେବେଳେ ତାଙ୍କୁ ଅନେକ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ଲୋକେ ତାଙ୍କୁ ୪ଜଣ ପତ୍ନୀଙ୍କୁ ଛାଡ଼ି ବାକି ସମସ୍ତ ପତ୍ନୀଙ୍କୁ ତଲାକ୍ ଦେବା ପାଇଁ କହିଥିଲେ। କିନ୍ତୁ ସେ ଏପରି କରିବାକୁ ମନା କରିଦେଇଥିଲେ। ତାଙ୍କ ଅନୁସାରେ ବିବାହ ଏକ ଭଲ କାମ। ସେ ଏହାକୁ ଭାଙ୍ଗି ପାରିବେନି। ତଥାପି ୧୩୦ ଜଣ ପତ୍ନୀଙ୍କ ମଧ୍ୟରୁ ତାଙ୍କର ୧୦ଜଣଙ୍କ ସହ ତଲାକ୍ ହୋଇଯାଇଥିଲା।
ମହମ୍ମଦ ବଞ୍ଚିଥିବା ସମୟରେ ଗଣମାଧ୍ୟମକୁ କହିଥିଲେ ଯେ ସେ ବିବାହ କରିବାକୁ ଚାହୁଁନଥିଲେ। କିନ୍ତୁ ଆପେ ଆପେ ସଂଯୋଗବଶତଃ ତାଙ୍କର ବିବାହ ହୋଇଯାଉଥିଲା। ସାଧାରଣତଃ ଲୋକ ୧୦ଟି ପତ୍ନୀ ରଖିବା ବେଳକୁ ନାକେଦମ୍ ହୋଇଯାଉଛନ୍ତି, କିନ୍ତୁ ତାଙ୍କ ଭାଗ୍ୟରେ ୧୩୦ଜଣ ପତ୍ନୀଙ୍କୁ ସମ୍ଭାଳିବାର ଲେଖା ହୋଇଛି ବେଲି ସେ କହିଥିଲେ।
ଏହାସହ ଯେତେବେଳେ ତାଙ୍କର କିଛି ପତ୍ନୀଙ୍କୁ ଏ ବିଷୟରେ ପଚରାଗଲା ସେ ଅବୁବକରଙ୍କୁ ବିବାହ କରି ନିଜକୁ ଭାଗ୍ୟଶାଳୀ ଭାବୁଛନ୍ତି ବେଲି କହିଥିଲେ। ତାଙ୍କ ଭିତରେ ଏକ ଚମତ୍କାରୀ ଗୁଣ ରହିଛି। ଯାହାଫଳରେ କେହି ଝିଅ ତାଙ୍କୁ ବିବାହ କରିବାକୁ ମନା କରିପାରିବେ ନାହିଁ ବୋଲି ସେ ଗଣମାଧ୍ୟମକୁ କହିଥିଲେ। ହେଲେ ବର୍ତ୍ତମାନ ସେ ଆଉ ଏ ଦୁନିଆରେ ନାହାନ୍ତି। କିନ୍ତୁ ଏବେବି ତାଙ୍କ ପରିବାରର କିଛି ଲୋକ ସେହି ଘରେ ରହୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)