Advertisment

‘ଯାହାକୁ ମାରିଦିଆଯାଇଥିଲା’ ସିଏ ପ୍ରେମିକକୁ ବାହା ହୋଇ ଦିଲ୍ଲୀରେ ରହୁଛି

ଲକ୍ଷ୍ନୌ: ‘ଯାହାକୁ ମାରିଦିଆଯାଇଥିଲା’ ସିଏ ପ୍ରେମିକକୁ ବାହା ହୋଇ ଦିଲ୍ଲୀରେ ରହୁଛି । ଏହା ଏମିତି ଏକ ରୋଚକ ଖବର ଯାହା ଆପଣ ବିଶ୍ୱାସ କରିବେ ନାହିଁ। କିନ୍ତୁ ଘଟଣା ଶତ ପ୍ରତିଶତ ସତ୍ୟ। ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ବାରବାଙ୍କୀ ଜିଲ୍ଲାରେ। ଶାଶୁଘରୁ ଜଣେ ମହିଳା ତାଙ୍କ ପ୍ରେମିକ ସାଙ୍ଗରେ ଗାଏବ ହୋଇଗଲେ। ଯାହାର  କେହି ଟେର ବି ପାଇଲେ ନାହିଁ। ଏମିତି କି ମହିଳାଙ୍କ ବାପା ମା ମଧ୍ୟ ଜାଣିପାରିଲେ ନାହିଁ। ତେଣୁ […]

author-image
Otv Khabar Bureau
‘ଯାହାକୁ ମାରିଦିଆଯାଇଥିଲା’ ସିଏ ପ୍ରେମିକକୁ ବାହା ହୋଇ ଦିଲ୍ଲୀରେ ରହୁଛି

missing leady

ଲକ୍ଷ୍ନୌ: ‘ଯାହାକୁ ମାରିଦିଆଯାଇଥିଲା’ ସିଏ ପ୍ରେମିକକୁ ବାହା ହୋଇ ଦିଲ୍ଲୀରେ ରହୁଛି । ଏହା ଏମିତି ଏକ ରୋଚକ ଖବର ଯାହା ଆପଣ ବିଶ୍ୱାସ କରିବେ ନାହିଁ। କିନ୍ତୁ ଘଟଣା ଶତ ପ୍ରତିଶତ ସତ୍ୟ।

Advertisment

ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ବାରବାଙ୍କୀ ଜିଲ୍ଲାରେ। ଶାଶୁଘରୁ ଜଣେ ମହିଳା ତାଙ୍କ ପ୍ରେମିକ ସାଙ୍ଗରେ ଗାଏବ ହୋଇଗଲେ। ଯାହାର  କେହି ଟେର ବି ପାଇଲେ ନାହିଁ। ଏମିତି କି ମହିଳାଙ୍କ ବାପା ମା ମଧ୍ୟ ଜାଣିପାରିଲେ ନାହିଁ। ତେଣୁ ସେ ଯୌତୁକ ପାଇଁ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କଲେ। ବିଚରା ସ୍ୱାମୀ ବିନା ଦୋଷରେ ଗିରଫ ହେଲେ ଆଉ ସେପଟେ ମହିଳା ଜଣଙ୍କ ତାଙ୍କ ପ୍ରେମିକକୁ ବାହାହୋଇ ଦିଲ୍ଲୀରେ ଖୁସିରେ ରହିଲେ।

ପୁଲିସ ଅନୁସନ୍ଧାନରୁ ଏହି କେଶ୍‌ର ପର୍ଦ୍ଦାଫାସ୍‌ ହୋଇଛି। ସାଇବର୍‌ ସେଲ୍‌ ଦ୍ୱାରା ଆରମ୍ଭ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ସଂପୃକ୍ତା ମହିଳା ଦିଲ୍ଲୀର ରାମୁ କୁମାର ନାମକ ଜଣେ ଯୁବକଙ୍କ ସହିତ ରହୁଛନ୍ତି। ରାମୁ କୁମାରଙ୍କ ଫେସ୍‌ବୁକ୍‌ ପ୍ରୋଫାଇଲ୍‌ରେ ଏହା ସ୍ପଷ୍ଟ ହୋଇଛି। ଅଧିକ ତଦନ୍ତ ପରେ ଜଣାପଡ଼ିଛି ଯେ ରାମୁକୁମାର ସହିତ ସଂପୃକ୍ତା ମହିଳା ଶାଶୁଘରୁ ପଳାଇଆସିଥିଲେ।

Advertisment

ମହିଳାଙ୍କ ବାପା କହିଛନ୍ତି, ସେ ଯେତେବେଳେ ତାଙ୍କ ଝିଅ ସହ କଥାହେବା ପାଇଁ ଚାହିଁଥିଲେ, ପୁଅ ପକ୍ଷ ଲୋକ ତାଙ୍କୁ ବାରଣ କରିଥିଲେ। ସେଥିପାଇଁ ତାଙ୍କ ମନରେ ସନ୍ଦେହ ଆସିଥିଲା ଯେ, ସେମାନେ ତାଙ୍କ ଝିଅକୁ ହତ୍ୟା କରି ଏହି କେସ୍‌କୁ ଚପାଇ ଦେବାପାଇଁ ଚେଷ୍ଟା କରୁଛନ୍ତି।

ପୁଲିସକୁ ସଂପୃକ୍ତା ମହିଳା କହିଛନ୍ତି ଯେ, “ମୋ ବାପା ଜାଣିନଥିଲେ ଯେ ମୁଁ ଦିଲ୍ଲୀରେ ରହୁଛି ବୋଲି, ସେଥିପାଇଁ ସେ ଏତଲା ଦେଇଥିବେ”।

ଘଟଣାରେ ପୁଲିସ ମହାନିର୍ଦ୍ଦେଶକ ଭିପି ଶ୍ରୀଵାସ୍ତବ କହିଛନ୍ତି,“ ଏହି ଘଟଣାଟି ଏକ ରୋଚକ ମୋଡ଼ ନେଇଛି। ଝିଅଟିର ବାପା ପୁଅ ପକ୍ଷଙ୍କ ଉପରେ ସନ୍ଦେହ କରି ଏପରି ଏକ କେଶ୍‌ କରିଥିଲେ। ହେଲେ ତଦନ୍ତ ପରେ ବାସ୍ତବିକ ଘଟଣା ସାମ୍ନାକୁ ଆସିଛି।”

ପୁଲିସ କହିଛି ମହିଳାଙ୍କର ଫେସବୁକ୍‌କୁ ଟ୍ରାକ୍‌ କରିବା ଦ୍ୱାରା ଏହି ସତ୍ୟ ସାମ୍ନାକୁ ଆସିପାରିଛି।

ମହିଳା ଜଣଙ୍କ ପୁଲିସକୁ ସହଯୋଗ କରିବା ସହିତ ତାଙ୍କର ସମସ୍ତ କାହାଣୀ କହିଛନ୍ତି। ପୁଲିସ କହିଛି ଆଇପିସିର ଧାରା ୧୮୨ ଅନୁଯାୟୀ ପୁଲିସ ଓ କୋର୍ଟଙ୍କୁ ଭ୍ରମିତ କରିଥିବା ଅଭିଯୋଗରେ ମହିଳାଙ୍କ ବାପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

(image credit: wiky how)

Advertisment
Advertisment