Advertisment

ଭୋଟ୍‌ ଗଣନା ଶୁଣି ହୃଦ୍‌ଘାତରେ ପ୍ରାଣ ହରାଇଲେ କଂଗ୍ରେସ ନେତା

ଭୋପାଲ: ଏକ ଦୁଃଖଦ ଘଟଣାରେ ମଧ୍ୟପ୍ରଦେଶର ଏକ ଭୋଟ୍‌ ଗଣତି କେନ୍ଦ୍ରରେ ହିଁ ଜଣେ କଂଗ୍ରେସ ନେତା ପ୍ରାଣ ହରାଇଛନ୍ତି। ହୃଦ୍‌ଘାତ କାରଣରୁ ହିଁ ସେ ପ୍ରାଣ ହରାଇଥିବା ଜଣାପଡ଼ିଛି। ତାଙ୍କ ନାମ ରତନ ସିଂହ ଏବଂ ସେ ସେହୋର ଜିଲ୍ଲାର ବୋଲି ଜଣାପଡ଼ିଛି। ସେ ଭୋଟ୍‌ ଗଣତି କେନ୍ଦ୍ରରେ କିଏ କେତେ ଆଗୁଆ ରହିଲେ, ସେନେଇ ସେ ତଥ୍ୟ ସଂଗ୍ରହ କରୁଥିଲେ। ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ସେ ସେଠାରେ ହିଁ ଟଳିପଡ଼ିଥିଲେ। […]

author-image
Otv Khabar Bureau
ଭୋଟ୍‌ ଗଣନା ଶୁଣି ହୃଦ୍‌ଘାତରେ ପ୍ରାଣ ହରାଇଲେ କଂଗ୍ରେସ ନେତା

ratan

ଭୋପାଲ: ଏକ ଦୁଃଖଦ ଘଟଣାରେ ମଧ୍ୟପ୍ରଦେଶର ଏକ ଭୋଟ୍‌ ଗଣତି କେନ୍ଦ୍ରରେ ହିଁ ଜଣେ କଂଗ୍ରେସ ନେତା ପ୍ରାଣ ହରାଇଛନ୍ତି। ହୃଦ୍‌ଘାତ କାରଣରୁ ହିଁ ସେ ପ୍ରାଣ ହରାଇଥିବା ଜଣାପଡ଼ିଛି। ତାଙ୍କ ନାମ ରତନ ସିଂହ ଏବଂ ସେ ସେହୋର ଜିଲ୍ଲାର ବୋଲି ଜଣାପଡ଼ିଛି।

Advertisment

ସେ ଭୋଟ୍‌ ଗଣତି କେନ୍ଦ୍ରରେ କିଏ କେତେ ଆଗୁଆ ରହିଲେ, ସେନେଇ ସେ ତଥ୍ୟ ସଂଗ୍ରହ କରୁଥିଲେ। ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ସେ ସେଠାରେ ହିଁ ଟଳିପଡ଼ିଥିଲେ।

ଏହି ଖବର ସେତେବେଳେ ଆସିଛି ଯେତେବେଳେ କଂଗ୍ରେସ ଭୋଟ୍‌ ଗଣତିରେ ବହୁତ ପଛୁଆ ଚାଲିଛି। ଯଦିଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ କରିବାରେ ସମର୍ଥ ହୋଇଛି, ଲୋକସଭା ନିର୍ବାଚନରେ ବିଜେପିକୁ ବିପୁଳ ଭୋଟର୍ ସମର୍ଥନ ମିଳିବାର ସମ୍ଭାବନା ରହିଛି। କେନ୍ଦ୍ରରେ ବିଜେପି ପୁଣି ସରକାର କରିବାର ଅଛି। ବିଧାନସଭା ନିର୍ବାଚନରେ ଏକାଥରେ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ହରାଇଥିବା ବିଜେପି ଲୋକସଭା ନିର୍ବାଚନରେ ସର୍ବାଧିକ ଆସନ ଏହି ସବୁ ହିନ୍ଦୀଭାଷୀ ଅଞ୍ଚଳରୁ ପାଇବା ନିଶ୍ଚିତ ହେବାରେ ଲାଗିଛି।

Advertisment
Left Top
Advertisment
Advertisment