Advertisment

ରାତି ଭୋଜନରେ ପ୍ଲେଟ୍‌ରେ କମି ଗଲା ମଟନ୍‌ , ସ୍ତ୍ରୀକୁ ଜାଳିଦେଲା ସ୍ୱାମୀ !

ମୁମ୍ୱାଇ :  ସମାଜରେ ନାରୀ ନିର୍ଯାତନାର ମାତ୍ରା କେତେ ଯେ ବଢ଼ି ଚାଲିଛି , ତାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ,ଯାହାକି ଏ ସଭ୍ୟ ସମାଜ ପାଇଁ ନିଶ୍ଚୟ ଚିନ୍ତାର ବିଷୟ ।  ନଭି ମୁମ୍ୱାଇର ଜୁହି କମୋଠେ ଗାଁରେ ଘଟିଛି ଏହି ନିଷ୍ଠୁର ଘଟଣା । ଯାହା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ସ୍ୱାମୀ ସାଜିଲା ନିର୍ଦ୍ଦୟ । ଖାଇବାରେ ମଟନର ଛୋଟ ଖଣ୍ଡ ଖାଇବାକୁ ଦେଲେ ବୋଲି ସ୍ୱାମୀ […]

author-image
Pradesh Pratyush
ରାତି ଭୋଜନରେ ପ୍ଲେଟ୍‌ରେ କମି ଗଲା ମଟନ୍‌ , ସ୍ତ୍ରୀକୁ ଜାଳିଦେଲା ସ୍ୱାମୀ !

wife burn

ମୁମ୍ୱାଇ :  ସମାଜରେ ନାରୀ ନିର୍ଯାତନାର ମାତ୍ରା କେତେ ଯେ ବଢ଼ି ଚାଲିଛି , ତାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ,ଯାହାକି ଏ ସଭ୍ୟ ସମାଜ ପାଇଁ ନିଶ୍ଚୟ ଚିନ୍ତାର ବିଷୟ ।  ନଭି ମୁମ୍ୱାଇର ଜୁହି କମୋଠେ ଗାଁରେ ଘଟିଛି ଏହି ନିଷ୍ଠୁର ଘଟଣା । ଯାହା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ସ୍ୱାମୀ ସାଜିଲା ନିର୍ଦ୍ଦୟ । ଖାଇବାରେ ମଟନର ଛୋଟ ଖଣ୍ଡ ଖାଇବାକୁ ଦେଲେ ବୋଲି ସ୍ୱାମୀ କିରାସିନି ତେଲ ଛାଟି ଜାଳିଦେଲା ନିଜ ସ୍ତ୍ରୀଙ୍କୁ । ଗୁରୁତର ଭାବେ ପୋଡ଼ି ଯାଇଥିବା ମହିଳା ଜଣଙ୍କର ଗତ ୯ ଡିସେମ୍ୱରରେ ଡାକ୍ତରଖାନାରେ ମୃତ୍ୟୁ ହୋଇଛି ।

Advertisment

ପୁଲିସ୍‌ର ସୂଚନା ମୁତାବକ , ମୃତ ମହିଳାଙ୍କ ନାଁ ମତୃକା ପଲ୍ଲବୀ ସରୋଡେ(୩୭)। ଅଭୁଯୁକ୍ତ ସ୍ୱାମୀଙ୍କ ନାଁ ମାରୁତି  ସରୋଡେ( ୩୮)। ସେ  ନାନ୍ଦେଡ୍‌ରେ ଶ୍ରମିକ କାମ କରୁଥିଲେ ।

ବରିଷ୍ଠ ଇନ୍ସପେକ୍ଟର  ବାବା ସାହେବ ଟୁପେଙ୍କ କହିବାନୁସାରେ, ଏହି ଘଟଣା ୪ ଡିସେମ୍ୱର, ରାତିରେ ଘଟିଛି। ମତୃକା ସ୍ୱାମୀ ମାରୁତିଙ୍କୁ ଖାଇବାକୁ ଦେଉଥିଲେ ।  ସେ ଖାଇବାରେ କମ୍‌ ମଟନ୍‌ ପରସିବାରୁ ସ୍ୱାମୀ ଏଥିରେ ବିରକ୍ତ ହୋଇଥିଲେ । କାହିଁକି କମ୍‌ ମଟନ୍‌ ଖାଇବାକୁ ଦେଲା ବୋଲି ନିଶଆରେ ଚୁର୍‌ ଥିବା ସ୍ୱାମୀର ମୁଣ୍ଡରେ  ସଇତାନ ବୁଦ୍ଧି ପଶିଗଲା । ଭୁଲି ଗଲେ ସ୍ୱାମୀ-ସ୍ତ୍ରୀର ମଧୁର ସଂପର୍କ । ସ୍ତ୍ରୀ ଉପରେ କିରୋସିନି ତେଲ ପକାଇ ନିଆଁ ଲଗେଇ ଦେଲେ । ନିରୂପାୟ ପତ୍ନୀ ନିଆଁରେ ଜଳିଗଲେ ।

Advertisment

ପଡ଼ୋଶୀ ଉକ୍ତ ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ନେରୁଲର ଡାକ୍ତର ୱାଇ ପାଟିଲ୍‌ ଡାକ୍ତରଖାନା ନେଇଗଲେ ।  ତାପର ଦିନ ଗୁରୁତର ଆହତ ଏହି ମହିଳାଙ୍କୁ ସାୟନର ଡାକ୍ତରଖାନାରେ ଭର୍ତ୍ତି କରାଗଲା । ୯ ଡିସେମ୍ୱରରେ ମହିଳା ଜଣକ ପୁଲିସ୍‌କୁ କହିଥିଲେ କି ନିଜ ସ୍ୱାମୀ ରାଗରେ ତାଙ୍କ ଦେହରେ ନିଆଁ ଲଗେଇ ଦେଇଥିଲେ ।

Advertisment
Advertisment