Advertisment

ଜୋତା ଭିତରେ ସାପ, ଅଳ୍ପକେ ବର୍ତ୍ତିଲେ ଏସ୍‌ପି

ଭୋପାଳ: ମଧ୍ୟପ୍ରଦେଶର ପନ୍ନା ଅଞ୍ଚଳରେ ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଅଞ୍ଚଳର ଏସ୍‌ପି ମୟଙ୍କ ଅୱସ୍ତି ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି। ଏସିପ୍‌ଙ୍କ ଜୋତା ଭିତରେ ଏକ ବିଷାକ୍ତ ସାପ ଲୁଚି ରହିଥିଲା। ଜୋତା ଭିତରୁ ମୋଜାକୁ ବାହାର କରିବା ପାଇଁ ସେ ଯେତେବେଳେ ଜୋତା ଭିତରେ ହାତ ଭର୍ତ୍ତି କରିଥିଲେ, ତାଙ୍କ ହାତ ବିଷାକ୍ତ ସାପ ଦେହରେ ବାଜିଥିଲା। କିନ୍ତୁ ସାପଟି ତାଙ୍କୁ ଚୋଟ ମାରିବା ପୂର୍ବରୁ ସେ ସତର୍କ ହୋଇ ଯାଇଥିଲେ। ସତର୍କତା […]

author-image
Mahasweta Baral
ଅଦ୍ୟତନ ହୋଇଛି
ଜୋତା ଭିତରେ ସାପ, ଅଳ୍ପକେ ବର୍ତ୍ତିଲେ ଏସ୍‌ପି

snake

ଭୋପାଳ: ମଧ୍ୟପ୍ରଦେଶର ପନ୍ନା ଅଞ୍ଚଳରେ ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଅଞ୍ଚଳର ଏସ୍‌ପି ମୟଙ୍କ ଅୱସ୍ତି ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି। ଏସିପ୍‌ଙ୍କ ଜୋତା ଭିତରେ ଏକ ବିଷାକ୍ତ ସାପ ଲୁଚି ରହିଥିଲା। ଜୋତା ଭିତରୁ ମୋଜାକୁ ବାହାର କରିବା ପାଇଁ ସେ ଯେତେବେଳେ ଜୋତା ଭିତରେ ହାତ ଭର୍ତ୍ତି କରିଥିଲେ, ତାଙ୍କ ହାତ ବିଷାକ୍ତ ସାପ ଦେହରେ ବାଜିଥିଲା। କିନ୍ତୁ ସାପଟି ତାଙ୍କୁ ଚୋଟ ମାରିବା ପୂର୍ବରୁ ସେ ସତର୍କ ହୋଇ ଯାଇଥିଲେ।

Advertisment

एसपी के जूते में छिपा था जहरीला सांप, मोजे निकालते समय किया हमला

ସତର୍କତା ଅବଲମ୍ବନ ପୂର୍ବକ ତାଙ୍କୁ ପନ୍ନା ଜିଲ୍ଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଯାହା ପରେ ତାଙ୍କୁ ଜବଲପୁରକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କୁହାଯାଉଛି।

एसपी के जूते में छिपा था जहरीला सांप, मोजे निकालते समय किया हमला

ଖବର ଅନୁଯାୟୀ, ପନ୍ନା ଏସ୍‌ପି ମୟଙ୍କ ତାଙ୍କ ବଙ୍ଗଳାରୁ ଅଫିସକୁ ଯିବା ପାଇଁ ବାହାରିଥିଲେ। ଏଥିପାଇଁ ସେ ନିଜ ଜୋତା ପିନ୍ଧିବାକୁ ଗଲେ। ଜୋତା ଭିତରୁ ମୋଜାକୁ ବାହାର କରିବା ପାଇଁ ହାତ ଭର୍ତ୍ତି କରିଥିଲେ। କିନ୍ତୁ ସେ ଅନୁଭବ କଲେ ଯେ ଜୋତା ଭିତରେ କିଛି ଅଛି।

Advertisment

एसपी के जूते में छिपा था जहरीला सांप, मोजे निकालते समय किया हमला

ତା’ପରେ ସେ ଜୋତା ଭିତରୁ ହାତକୁ ଶୀଘ୍ର ବାହାର କରିଦେଲେ। ଏହାପରେ ସେ ଜୋତାକୁ ଭଲ ଭାବରେ ଦେଖିଲେ। ପରେ ଦେଖିଥିଲେ ଯେ ଜୋତା ଭିତରେ ଏକ ବିଷାକ୍ତ ସାପ ରହିଛି। ଯେହେତୁ ତାଙ୍କ ହାତ ସାପ ଦେହରେ ବାଜିଥିଲା, ସେଥିପାଇଁ ତାଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା। ପରେ ବଙ୍ଗଳାରୁ ବାହାରି ଏସ୍‌ପି ସିଧାସଳଖ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚି ସିଭିଲ ସର୍ଜନ ବିଏସ ଉପାଧ୍ୟାୟଙ୍କୁ ଏହି ଘଟଣା ସମ୍ପର୍କରେ ଜଣାଇଥିଲେ।

ସରକାରୀ ଡାକ୍ତରଖାନାରେ ଯେତେବେଳେ ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଥିଲା, ତାଙ୍କଠାରେ ସାପ କାମୁଡ଼ିବାର କୌଣସ ଚିହ୍ନ ବା ଲକ୍ଷଣ ଦେଖିବାକୁ ମଳିନଥିଲା। କିନ୍ତୁ ତାଙ୍କ ଆଙ୍ଗୁଠି ସାମାନ୍ୟ ଫୁଲି ଯାଇଥିବାରୁ ତାଙ୍କ ମନରେ ସାମ କାମୁଡ଼ିବାର ଭୟ ରହିଥିଲା। ତେଣୁ ତାଙ୍କୁ ଜବଲପୁରକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ଚିକିତ୍ସା କରାଯାଉଛି। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କୁହାଯାଉଛି।

Advertisment
Advertisment