Advertisment

ବଞ୍ଚିପାରିଲାନି ପୁଅ କିନ୍ତୁ ପରିବାର ଲୋକଙ୍କ ଇଚ୍ଛାକୁ ପୂରଣ କରିଦେଲେ ଅପରିଚିତ ଡାକ୍ତର

ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ସବୁଠି ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ବିଭିନ୍ନ ଅଘଟଣମାନ ଘଟୁଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ କେତେକ ବ୍ୟକ୍ତି ଭଗବାନଙ୍କ ଦୂତ ଭଳି ଅସୁବିଧାରେ ପଡ଼ିଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ମଧ୍ୟ ଆସୁଛନ୍ତି। ଠିକ୍‌ ଏଭଳି ଏକ ଘଟଣା ୟୁଏଇ(UAE)ରେ ରହୁଥିବା କୃଷ୍ଣ ଦାସ ଓ ତାଙ୍କ ପତ୍ନୀ ଦିବ୍ୟାଙ୍କ ସହ ସେମିତି କିଛି ଘଟିଛି। ସେମାନଙ୍କର ଏକ ଚାରି ବର୍ଷର ପୁଅ ମଧ୍ୟ […]

author-image
Mahasweta Baral
ବଞ୍ଚିପାରିଲାନି ପୁଅ କିନ୍ତୁ ପରିବାର ଲୋକଙ୍କ ଇଚ୍ଛାକୁ ପୂରଣ କରିଦେଲେ ଅପରିଚିତ ଡାକ୍ତର

doctor

ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ସବୁଠି ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ବିଭିନ୍ନ ଅଘଟଣମାନ ଘଟୁଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ କେତେକ ବ୍ୟକ୍ତି ଭଗବାନଙ୍କ ଦୂତ ଭଳି ଅସୁବିଧାରେ ପଡ଼ିଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ମଧ୍ୟ ଆସୁଛନ୍ତି। ଠିକ୍‌ ଏଭଳି ଏକ ଘଟଣା ୟୁଏଇ(UAE)ରେ ରହୁଥିବା କୃଷ୍ଣ ଦାସ ଓ ତାଙ୍କ ପତ୍ନୀ ଦିବ୍ୟାଙ୍କ ସହ ସେମିତି କିଛି ଘଟିଛି।

Advertisment

ସେମାନଙ୍କର ଏକ ଚାରି ବର୍ଷର ପୁଅ ମଧ୍ୟ ରହିଛି। ତା’ ନାଁ ବୈଷ୍ଣବ କୃଷ୍ଣ ଦାସ। କିଛି ଦିନ ହେବ ବୈଷ୍ଣବ ଲ୍ୟୁକେମିଆ ରୋଗରେ ପୀଡିତ ଥିଲେ। କିନ୍ତୁ ଗତ ମେ’୮ରେ ବୈଷ୍ଣବଙ୍କର ମୃତ୍ୟୁ ହୋଇଥିଲା।

ସେମାନେ ନିଜ ପୁଅର ଅନ୍ତିମ ସଂସ୍କାର ପୂରା ରୀତିନୀତି ଅନୁସାରେ କରିବା ପାଇଁ କେରଳକୁ ଆସିବାକୁ ଚାହୁଁଥିଲେ। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ଅନେକ ଚେଷ୍ଟା ସତ୍ତ୍ୱେ ସେ ବିଫଳ ହୋଇଥିଲେ। ଏପରି ଅସୁବିଧା ସମୟରେ ଆସାମର ଜଣେ ଡାକ୍ତର ତାଙ୍କୁ ସାହାଯ୍ୟ କରି ପୁଅର ମୃତଦେହକୁ କେରଳକୁ ଆଣିଥିଲେ।ehouk2gg

Advertisment

କୃଷ୍ଣଦାସ ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ଆମେ ଆଶ୍ଚର୍ଯ୍ୟ ହୋଇଗଲୁ। କ’ଣ ଘଟୁଛି ଆମେ ଜାଣି ନ ଥିଲୁ। ୧୫ ଦିନ ପୂର୍ବରୁ ପୁଅକୁ ବ୍ଲଡ କ୍ୟାନସର ହୋଇଛି ବୋଲି ଡାକ୍ତର କହିଲେ, ଆମେ ତାକୁ ହରେଇ ବସିଲୁ। ଏହାପରେ ପୂରା ରୀତିନୀତିରେ ପୁଅର ଅନ୍ତିମ ସଂସ୍କାର କରିବାକୁ ଚାହୁଁଥିଲୁ।

ଆମେ ସ୍ୱତନ୍ତ୍ର ବିମାନରେ ପୁଅର ମୃତ ଦେହକୁ ନେବାକୁ ଚେଷ୍ଟା କରିଥିଲୁ , ଭାରତୀୟ ଦୂତାବାସ ମଧ୍ୟ ଆମକୁ ସାହାଯ୍ୟ କରିଥିଲା। କିନ୍ତୁ ସେଠାରେ ବହୁତ ଲୋକ ଥିଲେ ଯେଉଁମାନେ ଫେରିବା ପାଇଁ ଧାଡିରେ ଛିଡା ହୋଇଥିଲେ ଓ ସ୍ୱତନ୍ତ୍ର ବିମାନର ସଂଖ୍ୟା ସୀମିତ ଥିଲା। ଆମେ ଆଶା ହରାଇ ଦେଇଥିଲୁ। ଆମ ପୁଅର ମୃତ ଦେହକୁ ଡାକ୍ତରଖାନାରେ ରଖାଯାଇଥିଲା। ସେହି ସମୟରେ ଆସାମର ଡିବ୍ରୁଗଡରେ ରହୁଥିବା ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ।

ସାହାଯ୍ୟ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ବୃତ୍ତିରେ ଜଣେ ଡାକ୍ତର ଓ ସାମାଜିକ କର୍ମୀ। ତାଙ୍କ ନାଁ ପାପୁକନ୍‌ ଗଗୋଇ। ଡାକ୍ତର ଜଣଙ୍କ କହିଛନ୍ତି ଯେ ଏହି ପରିବାର ବିଷୟରେ ମୁଁ ସୋସିଆଲ ମିଡିଆରୁ ଖବର ପାଇଥିଲି।

ପାପୁକନ୍‌ କହିଛନ୍ତି‘ ୟୁଏଇରେ ମୋର ସାଙ୍ଗମାନେ ରହୁଛନ୍ତି। ସେମାନଙ୍କ ସହିତ ଏ ବିଷୟରେ କଥା ହୋଇଥିଲି। ସେ ପରିବାରର ଘଟଣା ୟୁଏଇର ଏକ ବଡ ଖବର କାଗଜରେ ପ୍ରକାଶିତ ହୋଇଥିଲା। ଏନେଇ ମୁଁ ଖବରକାଗଜ ସାମ୍ୱାଦିକଙ୍କ ସହିତ ଯୋଗାଯୋଗ କରିଥିଲି। ଅସୁବିଧାର ପଡିଥିବା ପରିବାର ଲୋକଙ୍କ ସମ୍ପର୍କୀୟ ଠାରୁ ଘଟଣା ସମ୍ୱନ୍ଧୀୟ ସମସ୍ତ ତଥ୍ୟ ନେଇଥିଲି।

ଏହା ପରେ ଗଗୋଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରି ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲି। ଗାଗୋଇ କହିଛନ୍ତି, "ବୈଦେଶିକ ମନ୍ତ୍ରୀ ଶୀଘ୍ର ପଦକ୍ଷେପ ନେଇଥିଲେ। ମୁଁ ୧୩ ତାରିଖ ଦିନ ତାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲି। ତା’ ପରଦିନ ମୋତେ ତାଙ୍କ ତରଫରୁ କୁହାଯାଇଥିଲା ଯେ ସମସ୍ତ ବ୍ୟବସ୍ଥା କରାଯାଇଛି।"

ସେ କହିଛନ୍ତି ଯେ ମୋର ଅନୁରୋଧକୁ ଗମ୍ଭୀରତାର ସହ ଗ୍ରହଣ କରିବା ଏବଂ ତୁରନ୍ତ ପଦକ୍ଷେପ ନେବା ଆମ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ସମ୍ଭବ ହୋଇପାରିଛି।

Advertisment
Advertisment