/odishatv-khabar/media/post_attachments/uploadimage/library/16_9/16_9_0/taxki_1626689770.jpg)
taxki
କାନପୁର : ଆପଣ ଯେତେବେଳେ କୌଣସି କାମରେ ଘରୁ ବାହାରୁଛନ୍ତି ଆଉ ଶୀଘ୍ର ପହଁଚିବା ପାଇଁ ସ୍ଥିର କରିଛନ୍ତି । ଏତିକି ବେଳେ ଯଦି ରାସ୍ତାରେ ଭିଡ଼ ହୋଇଥାଏ ତ କଥା ସରିଲା । ଇଚ୍ଛା ହୁଏ ଉପରେ ଉଡ଼ି ଲକ୍ଷ୍ୟ ସ୍ଥଳରେ ଯାଇ ପହଁଚିଯାଆନ୍ତି କି ? କିନ୍ତୁ ଏକଥା କଣ ସତରେ ସତ ହେବ ? ହଁ ଆପଣଙ୍କର ଏ କଳ୍ପନା ସତ ହେବାକୁ ଯାଉଛି । ଆପଣ ବି ଆକାଶରେ ଉଡ଼ି ନିଜର ଅଫିସ୍ କି କର୍ମ କ୍ଷେତ୍ରକୁ ଯାଇପାରିବେ ।
ଆଇଆଇଟି କାନପୁର ଆପଣଙ୍କର ଏହି ସ୍ୱପ୍ନକୁ ସାକାର କରିବାକୁ ପ୍ରସ୍ତୁତି ଚଳେଇଛି । ଆପଣ ଖାଲି ଗୋଟେ କଲ୍ କରିବେତ ଏୟାର ଟାକ୍ସି ଆସି ଆପଣଙ୍କର ଛାତ ଉପରେ ପହଁଚିଯିବ ଏବଂ ଆପଣଙ୍କୁ ଗନ୍ତବ୍ୟସ୍ଥଳରେ ପହଁଚାଇଦେବ । ସହର ଓ ଆଖପାଖ ଅଂଚଳରେ ଏୟାର ଟାକ୍ସି ବ୍ୟବହାର ପାଇଁ ଆଇଆଇଟିର ଏକ ରିସର୍ଚ୍ଚ ପାର୍କ ‘We Toll Aviation' କଂପାନୀ ସହ ମିଶି ଏକ ଟେକ୍ନିକ୍ ବିକଶିତ କରିବାକୁ ଯାଉଛନ୍ତି ଏବଂ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ପ୍ରୋଟୋଟାଇପ୍ ଉଡ଼ାଣର ପ୍ରସ୍ତୁତ ହେବ ।
ସୂଚନା ମୁତାବକ , ପ୍ରାରମ୍ଭିକ ଭାବେ ୫କିଲୋ ବା ୨୫ କିଲୋର ଡ୍ରୋନ୍ ତିଆରି ହୋଇଛି । ଏହାର ବ୍ୟବହାର ସର୍ଭିଲାନ୍ସ ବ୍ୟତୀତ ପ୍ରାକୃତିକ ବିପତ୍ତି ସମସୟରେ ଔଷଧ ଓ ଖାଦ୍ୟ ପ୍ୟାକେଟ୍ ପହଁଚାଇବାରେ ବ୍ୟବହାର କରାଯାଇ ପାରିବ । ଆଇଆଇଟିର ଲାବୋରେଟୋରୀରେ ଏହାର ପରୀକ୍ଷଣ ପାଇଁ ପ୍ରୋସେସିଂରେ ଅଛି। ଏବେ ଡ୍ରୋନ୍ ବନାଇ ସାରିବା ପରେ ଆଭିଏସନ କଂପାନୀ ଆଇଆଇଟିର ଏହି ଟେକ୍ନିକ୍ ସାହାଯ୍ୟରେ ୮୦୦ କିଲୋର ଏୟାର ଟାକ୍ସିର ତିଆରି ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)