Advertisment

ଜିଓ ଫାଇବର୍‌ର ଏହି ପ୍ଲାନ୍‌ରେ ମିଳୁଛି ଡବଲ୍‌ ଡାଟା

ନୂଆଦିଲ୍ଲୀ: ଜିଓ ଫାଇବର (Jio Fiber) ଏହାର ଆନୁଆଲ୍‌ ସବ୍‌ସ୍କ୍ରିପସନ୍‌ ପ୍ଲାନ୍ସ ପାଇଁ ଆଡିସ୍‌ନାଲ୍‌ ଡବଲ୍‌ ଡାଟା ବେନିଫିଟସ୍‌ ଘୋଷଣା କରିଛି। ଏନେଇ ରିଲାଏନ୍ସ ଜିଓ ଏହାର ୱେବ୍‌ସାଇଟ୍‌ରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛି। ଜିଓର ବ୍ରୋଞ୍ଜ୍‌ରୁ ଟାଇଟାନିୟମ୍‌ ପର୍ଯ୍ୟନ୍ତ ସମସ୍ତ ପ୍ଲାନ୍ସରେ ବର୍ତ୍ତମାନ ଡବଲ୍‌ ଡାଟା ମିଳିବ। ଯଦି ଆମେ ଜିଓ ଫାଇବର୍‌ର ୬୯୯ଟଙ୍କାର ବ୍ରୋଞ୍ଜ୍‌ ପ୍ଲାନ୍‌ କଥା କହିବା, ତେବେ ଗ୍ରାହକଙ୍କୁ ୧୦୦ଜିବି ପ୍ଲାନ୍‌ ବେନିଫିଟ୍‌, ୫୦ ଜିବି Introductory ଡାଟା ଓ […]

author-image
Rajalaxmi Sahoo
ଜିଓ ଫାଇବର୍‌ର ଏହି ପ୍ଲାନ୍‌ରେ ମିଳୁଛି ଡବଲ୍‌ ଡାଟା

jio

ନୂଆଦିଲ୍ଲୀ: ଜିଓ ଫାଇବର (Jio Fiber) ଏହାର ଆନୁଆଲ୍‌ ସବ୍‌ସ୍କ୍ରିପସନ୍‌ ପ୍ଲାନ୍ସ ପାଇଁ ଆଡିସ୍‌ନାଲ୍‌ ଡବଲ୍‌ ଡାଟା ବେନିଫିଟସ୍‌ ଘୋଷଣା କରିଛି। ଏନେଇ ରିଲାଏନ୍ସ ଜିଓ ଏହାର ୱେବ୍‌ସାଇଟ୍‌ରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛି। ଜିଓର ବ୍ରୋଞ୍ଜ୍‌ରୁ ଟାଇଟାନିୟମ୍‌ ପର୍ଯ୍ୟନ୍ତ ସମସ୍ତ ପ୍ଲାନ୍ସରେ ବର୍ତ୍ତମାନ ଡବଲ୍‌ ଡାଟା ମିଳିବ।

Advertisment

ଯଦି ଆମେ ଜିଓ ଫାଇବର୍‌ର ୬୯୯ଟଙ୍କାରବ୍ରୋଞ୍ଜ୍‌ ପ୍ଲାନ୍କଥା କହିବା, ତେବେ ଗ୍ରାହକଙ୍କୁ ୧୦୦ଜିବି ପ୍ଲାନ୍‌ ବେନିଫିଟ୍‌, ୫୦ ଜିବି Introductory ଡାଟା ଓ ୧୦୦ ଜିବି ଆନୁଆଲ୍ ପ୍ଲାନ୍‌‌ ବେନିଫିଟ୍(ଅପପ୍‌ସନାଲ୍‌)‌ ସମେତ ଏବେ ୧୦୦ଜିବି ଡବଲ୍‌ ଡାଟା ବେନିଫିଟ୍‌ ମିଳିବ। ଅର୍ଥାତ୍‌ ଗ୍ରାହକଙ୍କୁ ଏହି ପ୍ଲାନ୍‌ରେ ପ୍ରତ୍ୟେକ ମାସରେ ମୋଟ୍‌ ୩୫୦ଜିବି ଡାଟା ମିଳିବ।

ବ୍ରୋଞ୍ଜ୍‌ ପ୍ଲାନ୍ ଭଳି ଜିଓ ଫାଇବର୍‌ ଏହାର ୮୪୯ଟଙ୍କାର ସିଲଭର୍‌ ଆନୁଆଲ୍‌ ପ୍ଲାନ୍‌କୁ ସବ୍‌ସ୍କ୍ରାଇବ୍ କରିଥିବା ଗ୍ରାହକଙ୍କୁ ମଧ୍ୟ ଆଡିସ୍‌ନାଲ୍‌ ଡାଟା ଅଫର କରୁଛି। ସିଲ୍‌ଭର୍‌ ପ୍ଲାନ୍‌ ସବ୍‌ସ୍କ୍ରାଇବ୍‌ କରିଥିବା ଗ୍ରାହକଙ୍କୁ ଏବେ ମାସକୁ ମୋଟ୍‌ ୮୦୦ ଜିବି ଡାଟା ମିଳିବ। ଗ୍ରାହକଙ୍କୁ ୨୦୦ ଜିବି ପ୍ଲାନ୍‌ ବେନିଫିଟ୍‌, ୨୦୦ ଜିବି Introductory ଡାଟା, ୨୦୦ ଜିବି ଆନୁଆଲ୍‌ ପ୍ଲାନ୍‌ ବେନିଫିଟ୍‌(ଅପ୍‌ସନାଲ୍‌) ଓ ୨୦୦ ଜିବି ଡବଲ୍ ଡାଟା ବେନିଫିଟ୍(ଲକ୍‌ଡାଉନ୍‌ ଯୋଗୁ ଏହି ଡାଟା ମିଳିବ) ମିଳିବ।

Advertisment

୧,୨୯୯ଟଙ୍କାରଗୋଲ୍ଡ ପ୍ଲାନ୍‌କଥା ଯଦି କହିବା, ଏବେ ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ପ୍ରତ୍ୟେକ ମାସରେ ୧,୭୫୦ଜିବି ଡାଟା ମିଳିବ। ଏହି ପ୍ଲାନ୍‌ରେ ୫୦୦ଜିବି ଆନୁଆଲ୍‌ ପ୍ଲାନ୍‌ ବେନିଫିଟ୍‌, ୨୫୦ଜିବି Introductory ଡାଟା, ୫୦୦ଜିବି ଡବଲ୍‌ ଡାଟା ବେନିଫିଟ୍‌ ଓ ୫୦୦ ଜିବି ଆନୁଆଲ୍‌ ପ୍ଲାନ୍‌ ବେନିଫିଟ୍(ଅପ୍‌ସ୍‌ନାଲ୍‌) ରହିଛି।‌

ଡାଇମଣ୍ଡ୍‌ ପ୍ଲାନ୍‌ର ଗ୍ରାହକଙ୍କୁ ଏବେ ପ୍ରତ୍ୟେକ ମାସରେ ୪,୦୦୦ ଜିବିର ହାଇ ସ୍ପିଡ୍‌ ଡାଟା ମିଳିବ। ଏଥିରେ ୧୨୫୦ ଜିବି ଡବଲ୍‌ ଡାଟା ବେନିଫିଟ୍‌, ୧୨୫୦ ଜିବି ପ୍ଲାନ୍‌ ବେନିଫିଟ୍‌ ଓ ୨୫୦ ଜିବି Introductory ଡାଟା ଓ ୧୨୫୦ ଜିବି ଆନୁଆଲ୍‌ ପ୍ଲାନ୍‌ ବେନିଫିଟ୍(ଅପ୍‌ସ୍‌ନାଲ୍‌) ରହିଛି।

ସେହିପରି ୩,୯୯୯ ଟଙ୍କାର ପ୍ଲାଟିନମ୍‌ ପ୍ଲାନ୍‌ର ଆନୁଆଲ୍‌ ସବ୍‌ସ୍କ୍ରିପସନ୍‌ ନେଇଥିବା ଗ୍ରାହକଙ୍କୁ ପ୍ରତ୍ୟେକ ମାସରେ ମୋଟ୍ ୭୫୦୦ଜିବି ଡାଟା ମିଳିବ। ଏଥିରେ ୨,୫୦୦ ଜିବି ଆନୁଆଲ୍ ପ୍ଲାନ୍‌‌ ବେନିଫିଟ୍‌(ଅପ୍‌ସ୍‌ନାଲ୍‌), ୨,୫୦୦ ଜିବି ପ୍ଲାନ୍‌ ବେନିଫିଟ୍ ଓ ୨,୫୦୦ ଜିବି ଡବଲ୍‌ ଡାଟା ବେନିଫିଟ୍‌ ସାମିଲ ରହିଛି।

ଶେଷରେ ଯଦି ଆମେ ଟାଇଟାନିୟମ୍‌ ଆନୁଆଲ୍‌ ସବ୍‌ସ୍କ୍ରିପସନ୍‌ ପ୍ଲାନ୍‌ କଥା କହିବା, ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ୫୦୦୦ଜିବି ପ୍ଲାନ୍‌ ବେନିଫିଟ୍‌, ୫୦୦୦ଜିବି ଡବଲ୍‌ ଡାଟା ବେନିଫିଟ୍‌ ଓ ୫୦୦୦ଜିବି ଆନୁଆଲ୍‌ ଡାଟା ପ୍ଲାନ୍‌ ବେନିଫିଟ୍‌ ମିଳିବ। ଏହିପରି ଭାବରେ ପ୍ରତ୍ୟେକ ମାସରେ ଗ୍ରାହକଙ୍କୁ ୧୫୦୦୦ଜିବି ଡାଟା ବେନିଫିଟ୍‌ ମିଳିବ।

publive-image

Reliance Jio Jio Fiber Jio Fiber Offer Jio Fiber Plan Jio Fiber Plans Jio Offer Reliance Jio Offer
Advertisment
Advertisment