Advertisment

ଏହି ଦେଶର କଂପାନୀରେ ମହିଳାଙ୍କୁ ଚଷମା ପିନ୍ଧିବା ମନା

ଜାପାନ : ଆଖିରେ କିଛି ସମସ୍ୟା ଦେଖାଦେଲେ ବା କୌଣସି ସମସ୍ୟା ନଆସିବା ପାଇଁ  ଲୋକେ ଚଷମା ବ୍ୟବହାର କରିଥାନ୍ତି। ଆଜିକାଲି ମୋବାଇଲ୍‌ ଓ କଂପ୍ୟୁଟରର ବହୁଳ ବ୍ୟବହାର ଯୋଗୁଁ ଆଖି ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏଥିରୁ ମୁକ୍ତି ପାଇଁ ଲୋକେ ଚଷମା ମଧ୍ୟ ପିନ୍ଧିଥାନ୍ତି । କିନ୍ତୁ ଜାପାନରେ କିଛି କଂପାନୀ ଅଛି , ଯାହାକି ମହିଳାଙ୍କୁ ଚଷମା ପିନ୍ଧିବାକୁ ବାରଣ କରିଛି। ଜାପାନର ମିଡ଼ିଆ ରିପୋର୍ଟ ମୁତାବକ, କମ୍ପାନୀ ଗୁଡ଼ିକ ନିଜର ମହିଳା […]

author-image
Pradesh Pratyush
ଏହି ଦେଶର କଂପାନୀରେ ମହିଳାଙ୍କୁ ଚଷମା ପିନ୍ଧିବା ମନା

japan woman

ଜାପାନ : ଆଖିରେ କିଛି ସମସ୍ୟା ଦେଖାଦେଲେ ବା କୌଣସି ସମସ୍ୟା ନଆସିବା ପାଇଁ  ଲୋକେ ଚଷମା ବ୍ୟବହାର କରିଥାନ୍ତି। ଆଜିକାଲି ମୋବାଇଲ୍‌ ଓ କଂପ୍ୟୁଟରର ବହୁଳ ବ୍ୟବହାର ଯୋଗୁଁ ଆଖି ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏଥିରୁ ମୁକ୍ତି ପାଇଁ ଲୋକେ ଚଷମା ମଧ୍ୟ ପିନ୍ଧିଥାନ୍ତି । କିନ୍ତୁ ଜାପାନରେ କିଛି କଂପାନୀ ଅଛି , ଯାହାକି ମହିଳାଙ୍କୁ ଚଷମା ପିନ୍ଧିବାକୁ ବାରଣ କରିଛି।

Advertisment

publive-imageଜାପାନର ମିଡ଼ିଆ ରିପୋର୍ଟ ମୁତାବକ, କମ୍ପାନୀ ଗୁଡ଼ିକ ନିଜର ମହିଳା କର୍ମଚାରୀଙ୍କୁ ଚଷମା ପିନ୍ଧି କାମ ନକରିବାକୁ ଅଜବ କାରଣ ଦର୍ଶାଇଛି। କିଛି ରିଟେଲ୍‌ ଚେନ୍‌ କମ୍ପାନୀର କହିବା ମୁତାବକ , ମହିଳାମାନେ କର୍ମକ୍ଷେତ୍ରରେ ଚଷମା ପିନ୍ଧିବା ଦ୍ୱାରା ଏହା ଗ୍ରାହକଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ଏବଂ କମ୍ପାନୀର ବ୍ୟବସାୟରେ ପ୍ରଭାବ ପଡ଼ିଥାଏ । ଚଷମା ପିନ୍ଧିଥିବା ମହିଳା ଗ୍ରାହକଙ୍କ ନଜରରେ ଉଦାସୀନ ଥିବା ଭଳି ଲାଗିଥାଏ । କିନ୍ତୁ ଏଠାରେ ପୁରୁଷଙ୍କ ପାଇଁ କର୍ମସ୍ଥଳୀରେ ଚଷମା ପିନ୍ଧିବାକୁ ବାରଣ ହୋଇନାହିଁ ।

publive-imageକିନ୍ତୁ ଏହି ପ୍ରତିବନ୍ଧକ କମ୍ପାନୀର ନିୟମ ଅନ୍ତର୍ଭୁକ୍ତ ନା ଅଫିସ ବାତାବରଣକୁ ନେଇ କର୍ମଚାରୀ ଏହାକୁ ଅଭ୍ୟାସ କରିଛନ୍ତି, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

Advertisment

ସୂଚନା ମୁତାବକ, ଜାପାନରେ ଡିପାର୍ଟମେଣ୍ଟ ଷ୍ଟୋର, ଶୋରୁମ୍‌ର ରିସେପ୍‌ସନ୍‌ରେ, ହସ୍ପିଟାଲ୍‌ ଷ୍ଟାପ୍‌ ଓ ବ୍ୟୁଟି କ୍ଲିନିକ୍‌ ଆଦିରେ କାମ କରୁଥିବା ମହିଳାମାନଙ୍କୁ ଚଷମା ପିନ୍ଧିବାକୁ ମନା କରାଯାଇଛି।

Advertisment
Advertisment