/odishatv-khabar/media/post_attachments/uploadimage/library/16_9/16_9_0/krusna_1625437398.jpg)
krusna
ଗ୍ୱାଲିଅର: ସିନ୍ଧିଆ ରାଜବଂଶର ୨୦୦ ବର୍ଷର ପୁରୁଣା ଅଳଙ୍କାରକୁ ଜନ୍ମାଷ୍ଟମୀ ଅବସରରେ ଗ୍ୱାଲିଅରର ଏହି ମନ୍ଦିରକୁ ସଜାଯାଇଥାଏ। ଏହି ଅଳଙ୍କାରର ମୂଲ୍ୟ ପ୍ରାୟ ୧୦୦ କୋଟି ବୋଲି ଜଣାପଡ଼ିଛି। କରୋନା ଭାଇରସ ଯୋଗୁ ଏଥର ଅନ୍ଲାଇନ୍ରେ ଭକ୍ତମାନେ ଭଗବାନଙ୍କୁ ଦର୍ଶନ କରିଛନ୍ତି।
/odishatv-khabar/media/post_attachments/aajtak/images/Photo_gallery/092019/janmashtami_gwalior_13_081220062017.jpg)
ଏହି ମନ୍ଦିରର ନାଁ ଗୋପଳ ମନ୍ଦିର। ଯାହା ଗ୍ୱାଲିଅରର ଫୁଲବାଗରେ ଅବସ୍ଥିତ। ଏହି ମନ୍ଦିରର ଅଳଙ୍କାରକୁ ଜିଲ୍ଲା ରାଜକୋଷରୁ କଡ଼ା ସୁରକ୍ଷା ମଧ୍ୟରେ ପ୍ରତିବର୍ଷ ମନ୍ଦିରକୁ ଅଣାଯାଇଥାଏ। ଅଳଙ୍କାର ଗୁଡ଼ିକର ପ୍ରଥମେ ତାଲିକା ପ୍ରସ୍ତୁତ କରାଯାଇ ପରେ ଓଜନ କରାଯାଇଥାଏ। ଏହାପରେ ଗଙ୍ଗାଜଳରେ ଅଳଙ୍କାର ଗୁଡ଼ିକୁ ଧୋଇବା ପରେ ଭଗବାନଙ୍କୁ ପିନ୍ଧା ଯାଇଥାଏ। ସୁରକ୍ଷା ପାଇଁ ସେଠାରେ ୨୦୦ରୁ ଅଧିକ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥାଏ।
/odishatv-khabar/media/post_attachments/aajtak/images/Photo_gallery/092019/janmashtami_gwalior_8_081220061045.jpg)
ସିନ୍ଧିଆ ରାଜବଂଶ ଏହି ପ୍ରାଚୀନ ଅଳଙ୍କାରଗୁଡ଼ିକୁ ଗୋପାଳ ମନ୍ଦିରକୁ ଦାନ କରିଥିଲେ। ଏହି ମୂଲ୍ୟବାନ ଅଳଙ୍କାରରେ ହୀରା ଓ ପାନ୍ନା ଅଳଙ୍କାର ଅଧିକ ପରିମାଣର ରହିଛି।
/odishatv-khabar/media/post_attachments/aajtak/images/Photo_gallery/092019/janmashtami_gwalior_2_081220061045.jpg)
ମନ୍ଦିର ଇତିହାସରେ ଏହା ହେଉଛି ପ୍ରଥମ ଥର ଯାହାକି କରୋନା ସଙ୍କଟ ଯୋଗୁ ଭକ୍ତମାନଙ୍କୁ ମନ୍ଦିର ଭିତରେ ପଶିବାକୁ ଅନୁମତି ଦିଆଯାଇ ନଥିଲା। ଭଗବାନଙ୍କ ଶୃଙ୍ଗାର ସରିବା ପରେ ଫେସ୍ବୁକ୍ ଲାଇଭ୍ ମାଧ୍ୟମରେ ଭକ୍ତମାନେ ଦର୍ଶନ କରିଥିଲେ।
/odishatv-khabar/media/post_attachments/aajtak/images/Photo_gallery/092019/janmashtami_gwalior_3_081220061045.jpg)
ସ୍ଥାନୀୟ କର୍ପୋରେଟରଙ୍କ କହିବା ଅନୁଯାୟୀ, ବ୍ୟାଙ୍କ ଲକରରୁ ଅଳଙ୍କାର ଗୁଡ଼ିକୁ ବାହାର କରାଯାଇଥାଏ। ପରେ ଅଳଙ୍କାରର ସୁରକ୍ଷା ପାଇଁ ପୋଲିସ କର୍ମଚାରୀମାନେ ନିୟୋଜିତ ହୋଇଥାନ୍ତି। ଏହା ସହିତ ସିସିଟିଭ କ୍ୟାମେରା ମାଧ୍ୟମରେ ମଧ୍ୟ ନଜର ରଖା ଯାଇଥାଏ।
/odishatv-khabar/media/post_attachments/aajtak/images/Photo_gallery/092019/janmashtami_gwalior_10_081220061045.jpg)
କୃଷ୍ଣଙ୍କ ଜନ୍ମ ପରେ ଅର୍ଥାତ୍ ରାତି ୧୨ଟା ପରେ ଏହି ଅଳଙ୍କାରଗୁଡ଼ିକୁ ବାହାର କରାଯାଇଥାଏ। ତା’ ପର ଦିନ ସକାଳେ ଏହାକୁ ପୁର୍ନବାର ବ୍ୟାଙ୍କ ଲକ୍ରରେ ରଖାଯାଇଥାଏ।
ଭଗବାନଙ୍କ ଅଳଙ୍କାର ମଧ୍ୟରେ ରାଧାକୃଷ୍ଣଙ୍କ ଧଳା ମୋତିରେ ପ୍ରସ୍ତୁତ ପଞ୍ଚଗଢ଼ି ହାର, ୬୨ଟି ମୋତି ଓ ୫୫ଟି ପାନ୍ନାରେ ତିଆରି ସାତ ଲଡ଼ି ହାର, କୃଷ୍ଣଙ୍କର ସୁନା ମୁକୁଟ, ରାଧାଙ୍କର ମୁକୁଟ, ଯାହା ମୋତି ଓ ମାଣିକରେ ପ୍ରସ୍ତୁତ ହୋଇଛି। ଯାହାର ଓଜନ ପ୍ରାୟ ତିନି କିଲୋ।
/odishatv-khabar/media/post_attachments/aajtak/images/Photo_gallery/092019/janmashtami_gwalior_12_081220061045.jpg)
ରାଧା ରାଣୀଙ୍କ ମୁକୁଟରେ ୧୬ ଗ୍ରାମର ପାନ୍ନା ରତ୍ନ ଖଞ୍ଜା ଯାଇଛି। ତା’ଛଡ଼ା ରାଧାଙ୍କ କାନଫୁଲ, ସୁନାର ମଥାମଣି, ସୁବର୍ଣ୍ଣ ଚୂଡ଼ି ଇତ୍ୟାଦି ରହିଛି। ଭଗବାନଙ୍କୁ ଅନ୍ନ ପରଶିବା ପାଇଁ ପ୍ରାଚୀନ ରୂପାରେ ପ୍ରସ୍ତୁତ ପାତ୍ର ମଧ୍ୟ ରହିଛି। ପ୍ରଭୁଙ୍କର ସମାଇ, ପିଚକାରୀ, ସାଙ୍କାରୀ, ଛତ୍ର, ମୁକୁଟ, ଗ୍ଲାସ, ପା଼ତ୍ର, କୁମ୍ଭକାରିନି ଓ ନିରଂଜନ ଇତ୍ୟାଦି ରହିଛି।
/odishatv-khabar/media/post_attachments/aajtak/images/Photo_gallery/092019/janmashtami_gwalior_5_081220061045.jpg)
ଗୋପାଳ ମନ୍ଦିରରେ ସ୍ଥାପିତ ପ୍ରଭୁ ରାଧାକୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ଏହ ଅଳଙ୍କାରରେ ସଜାଇବା ହେଉଛି ସ୍ୱାଧିନତା ପୂର୍ବର ପରମ୍ପରା। ସେତେବେଳେ ସିନ୍ଧିଆ ରାଜ ପରିବାରର ଲୋକ , ରାଜ୍ୟର ମନ୍ତ୍ରୀ ଓ ସାଧାରଣ ଲୋକମାନେ ଜନ୍ମାଷ୍ଟମୀ ଦେଖିବାକୁ ଆସୁଥିଲେ। ସେହି ସମୟରେ ଭଗବାନ ରାଧାକୃଷ୍ଣଙ୍କୁ ଏହି ଅଳଙ୍କାରରେ ସଜା ଯାଇଥାଏ।
/odishatv-khabar/media/post_attachments/aajtak/images/Photo_gallery/092019/janmashtami_gwalior_6_081220061045.jpg)
ସ୍ୱାଧୀନତା ପରେ ଗୋପାଳ ମନ୍ଦିରର ସମସ୍ତ ସମ୍ପତ୍ତି ଜିଲ୍ଲା ପ୍ରଶାସନ ଓ ମ୍ୟୁନିସିପାଲିଟି କର୍ପୋରେସନ ଅଧୀନରେ ଥିଲା। ପରେ ମ୍ୟୁନିସିପାଲିଟି କର୍ପୋରେସନ ଏହି ଅଳଙ୍କାରଗୁଡ଼ିକୁ ଏକ ବ୍ୟାଙ୍କ ଲକରରେ ରଖିଥିଲା।
/odishatv-khabar/media/post_attachments/aajtak/images/Photo_gallery/092019/janmashtami_gwalior_14_081220061931.jpg)
ଫୁଲବାଗରେ ଥିବା ରାଧା-କୃଷ୍ଣ ମନ୍ଦିରକୁ ବିଭିନ୍ନ ରଙ୍ଗୀନ ଆଲୋକରେ ସଜାଯାଇଥାଏ। ପ୍ରତିବର୍ଷ ଜନ୍ମାଷ୍ଟମୀରେ ଦେଖିବା ପାଇଁ ୨ ଲକ୍ଷ ଭକ୍ତ ଏଠାକୁ ଆସିଥାନ୍ତି। କିନ୍ତୁ ଏଥର ଭଗବାନଙ୍କୁ ଭକ୍ତମାନେ ଅନଲାଇନରେ ଦର୍ଶନ କରିଥିଲେ।
/odishatv-khabar/media/post_attachments/aajtak/images/Photo_gallery/092019/janmashtami_gwalior_4_081220061045.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)