Advertisment

ଯୁବତୀଙ୍କୁ ଚପଲ ପିନ୍ଧାଇଲେ ଆଇଏଏସ୍‌ ଅଫିସର

ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି। କେତେକ ଶ୍ରମିକ ଶହ ଶହ କି.ମି ଚାଲିଚାଲି ମଧ୍ୟ ଘରକୁ ଫେରୁଥିବାର ଦେଖିବାକୁ ମିଳୁଛି। ଏଭଳି ବିପଦ ସମୟରେ ଭଗବାନଙ୍କ ଦେବଦୂତ ସାଜି କେତେକ ବ୍ୟକ୍ତି ସାହାଯ୍ୟ ପାଇଁ ହାତ ମଧ୍ୟ ବଢ଼ାଉଛନ୍ତି। ପ୍ରବାସୀଙ୍କ ପାଖରେ ନାଁ […]

author-image
Mahasweta Baral
ଯୁବତୀଙ୍କୁ ଚପଲ ପିନ୍ଧାଇଲେ ଆଇଏଏସ୍‌ ଅଫିସର

ias

ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି। କେତେକ ଶ୍ରମିକ ଶହ ଶହ କି.ମି ଚାଲିଚାଲି ମଧ୍ୟ ଘରକୁ ଫେରୁଥିବାର ଦେଖିବାକୁ ମିଳୁଛି। ଏଭଳି ବିପଦ ସମୟରେ ଭଗବାନଙ୍କ ଦେବଦୂତ ସାଜି କେତେକ ବ୍ୟକ୍ତି ସାହାଯ୍ୟ ପାଇଁ ହାତ ମଧ୍ୟ ବଢ଼ାଉଛନ୍ତି।

Advertisment

ପ୍ରବାସୀଙ୍କ ପାଖରେ ନାଁ ପଇସା ଅଛି ଖାଇବାକୁ, ନାଁ ପିନ୍ଧିବାକୁ ଅଛି ଭଲ କପଡା। ଶହ ଶହ କି.ମି ଚାଲିଚାଲି ସେମାନଙ୍କର ଚପଲ ମଧ୍ୟ ଛିଡିଯାଉଥିବା ଦେଖିବାକୁ ମିଳିଛି। ପୁଣି ଖରାଦିନ କିପରି ଚାଲିବେ ସେମାନେ? ଏଭଳି ସମୟରେ ଏକ ଭଲ ଖବର ସାମ୍ନାକୁ ଆସିଛି ଗୋରଖପୁର ଅଞ୍ଚଳରୁ। ସେଠାରେ ଜଣେ ପ୍ରବାସୀ ଯୁବତୀଙ୍କର ଚପଲ ଛିଡିଯାଇଛି। ଯୁବତୀ ଜଣଙ୍କ ଖାଲି ପାଦରେ ଖରାରେ ଚାଲିଚାଲି ଯାଉଥିବାବେଳେ ସେଠାରେ ଉପସ୍ଥିତ ଥିବା ଆଇଏଏସ୍‌ ଅଫିସର ଜଣଙ୍କ ନିଜ ହାତରେ ଯୁବତୀଙ୍କୁ ଚପଲ ପିନ୍ଧାଉଥିବାର ଦେଖିବାକୁ ମିଳୁଛି।

ଖବର ଅନୁଯାୟୀ, ଗୋରଖପୁର ସୀମାରେ କିଛି ପ୍ରବାସୀ ଶ୍ରମିକ ଛିଡା ହୋଇଥିଲେ। ଏହି ସମୟରେ ସେଠାରେ ଆଇଏଏସ୍‌ ଅଫିସର ଜଣଙ୍କ ପହଞ୍ଚିଥିଲେ। ସେହି ଅଫିସରଙ୍କ ନାଁ ଅନୁଜ ମଲ୍ଲିକ। ଅନୁଜଙ୍କ ଆଖି ଦୂରରେ ଖାଲି ପାଦରେ ଛିଡା ହୋଇଥିବା ଯୁବତୀଙ୍କ ଉପରେ ପଡିଥିଲା। ଯୁବତୀ ଜଣଙ୍କ ଖାଲି ପାଦରେ ଖରାରେ ଛିଡା ହୋଇଥିଲେ। ଏହାକୁ ଦେଖି ଅନୁଜ ତୁରନ୍ତ ଏକ ଚପଲ ଆଣିବା ପାଇଁ ତାଙ୍କ କର୍ମଚାରୀଙ୍କୁ କହିଲେ। ଚପଲ ଆସବାପରେ ଅଫିସର ଜଣଙ୍କ ତାଙ୍କ ହାତରେ ଯୁବତୀଙ୍କୁ ପିନ୍ଧାଇଥିଲେ।

Advertisment

ଆଇଏଏସ୍‌ ଅଫିସର ଜଣଙ୍କ  ଯେଉଁ ଯୁବତୀଙ୍କୁ  ଚପଲ ପିନ୍ଧାଇଥିଲେ ତାଙ୍କର ନାଁ ଶ୍ରୀୟା ବୋଲି ଜଣାପଡିଛି। ଶ୍ରୀୟା ବିହାରର ବାସିନ୍ଦା। ସେ ଗୋଣ୍ଡାରୁ ଚାଲିଚାଲି ବିହାରକୁ ଯାଉଥିବାବେଳେ ରାସ୍ତାରେ ହିଁ ତାଙ୍କର ଚପଲଟି ଛିଣ୍ଡି ଯାଇଥିଲା। ଶ୍ରୀୟାଙ୍କ ସହ ତାଙ୍କର ପରିବାର ଲୋକ ମଧ୍ୟ ଥିଲେ।

ସେହିଠାରେ ଆଇଏଏସ୍‌ଙ୍କ ଛଡା ଅନ୍ୟ ଅଧକାରୀ ଓ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। ଆଇଏଏସ୍‌ଙ୍କ ଏପରି କାର୍ଯ୍ୟକୁ ଦେଖି ଅନ୍ୟ କର୍ମଚାରୀମାନେ ମଧ୍ୟ ପ୍ରବାସୀ ଶ୍ରମିକମାନଙ୍କୁ ଚପଲ ଦେବାସହ ଖାଇବାକୁ ଦେଇଥିଲେ।

Advertisment
Advertisment