/odishatv-khabar/media/post_attachments/uploadimage/library/16_9/16_9_0/daddy_1626697722.jpg)
daddy
ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ କରୋନା ଭାଇରସ ରୋଗୀଙ୍କ ଶେଷ ଭିଡିଓ ବାର୍ତ୍ତା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ସମସ୍ତେ ଦୁଃଖରେ ମ୍ରିୟମାଣ ହେଇଯାଉଛନ୍ତି। ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏହି ରୋଗୀ ଜଣଙ୍କ ତାଙ୍କ ବାପାଙ୍କ ପାଇଁ ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି। ଭିଡିଓରେ ସ୍ପଷ୍ଟ ଜଣାପଡୁଛି, ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି।
ଦୁଃଖର ବିଷୟ ବ୍ୟକ୍ତିଙ୍କୁ ତିନି ଘଣ୍ଟା ଧରି ଅକ୍ସିଜେନ୍ ଦିଆଯାଇ ନଥିଲା। ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତିଙ୍କ ବାପା କହିଛନ୍ତି ଯେ ଗତ ବୁଧବାର ଦିନ ତାଙ୍କୁ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ୧୦ଟି ଘରୋଇ ଡାକ୍ତରଖାନା ତାଙ୍କୁ ଚିକିତ୍ସା କରିବା ପାଇଁ ମନା କରିଦେଇଥିଲେ।
కరోనా బాధితుడి పట్ల ప్రభుత్వ బాధ్యతారహిత విధానానికి పరాకాష్ట ఎర్రగడ్డ చెస్ట్ ఆసుపత్రిలోని ఈ సంఘటన @TelanganaCMO@TelanganaHealth@ts_health@Eatala_Rajender@ICMRDELHIpic.twitter.com/1nS43rJBDK
— Revanth Reddy (@revanth_anumula) June 28, 2020
ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଭିଡିଓରେ ରୋଗୀ ଜଣଙ୍କ କହୁଛନ୍ତି ଯେ ‘ମୁଁ ନିଃଶ୍ୱାସ ନେଇ ପାରୁନାହିଁ,.ଏନେଇ ମୁଁ ତାଙ୍କୁ କେତେ ଅନୁରୋଧ କଲି, ତଥାପି ମତେ ତିନି ଘଣ୍ଟା ପର୍ଯ୍ୟନ୍ତ ଅକ୍ସିଜେନ୍ ଦିଆଗଲା ନାହିଁ। ମୁଁ ଆଉ ନିଃଶ୍ୱାସ ନେଇପାରୁ ନି ବାପା। ମୋତେ ଏମିତି ଲାଗୁଛି ଯେ ମୋର ନିଃଶ୍ୱାସ ବନ୍ଦ ହେଇଯିବ। ବାଏ ବାପା, ସମସ୍ତଙ୍କୁ ବାଏ, ବାପା’...।
ଖବର ଅନୁଯାୟୀ, ଡାକ୍ତରଖାନାରେ ମୃତ୍ୟୁ ଘଟିବାର ପ୍ରାୟ ଏକ ଘଣ୍ଟା ପୂର୍ବରୁ ଏହି ଭିଡିଓ ରେକର୍ଡ଼ କରାଯାଇଥିଲା। ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ଏହି ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
ମୃତକଙ୍କ ବାପା ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ଯେ ‘ମୋ ପୁଅ ସାହାଯ୍ୟ ମାଗୁଥିଲା, କିନ୍ତୁ ମୋ ପୁଅକୁ କେହି ବି ସାହାଯ୍ୟ କଲେ ନାହିଁ। ପୁଅର ଅନ୍ତିମ ସଂସ୍କାର କରିସାରିବା ପରେ ଘରକୁ ଫେରିଥିଲି। ପରେ ପୁଅର ଭିଡିଓକୁ ଦେଖିଥିଲି। ଯାହା ମୋ ପୁଅ ସହିତ ଘଟିଲା. ତାହା ଅନ୍ୟ କାହା ସହିତ ହେବା ଉଚିତ୍ ନୁହେଁ। ମୋ ପୁଅକୁ କ’ଣ ପାଇଁ ଅକ୍ସିଜେନ୍ ଦିଆଗଲା ନାହିଁ? ମୋ ପୁଅର ଅକ୍ସିଜେନ୍ କ’ଣ ଅନ୍ୟ କାହାକୁ ଜରୁରୀକାଳୀନ ପରିସ୍ଥିତିରେ ଦିଆଗଲା କି? ମୁଁ ଯେତେବେଳେ ପୁଅର ଭିଡିଓକୁ ଦେଖୁଛି ମୋତେ ଖାଲି ମୋ ପୁଅ ମନେପଡୁଛି ’।
ମୃତକଙ୍କ ବାପା ଆହୁରି ମଧ୍ୟ କହିଛନ୍ତି ଯେ‘ ମେଡିକାଲ କର୍ମଚାରୀମାନେ ବିଳମ୍ୱରେ କହିଲେ ଯେ ପୁଅ କୋଭିଡ-୧୯ ପଜିଟିଭ । ଆମକୁ ଏକ ୱାର୍ଡରେ ରହିବା ପାଇଁ କହିଲେ। ଆମେ ସମସ୍ତେ ସଂକ୍ରମଣକୁ ନେଇ ଭୟଭୀତରେ ରହିଛୁ। ତଥାପି ଆମର କେହି ଟେଷ୍ଟ କରୁନାହାନ୍ତି। ମୋର ଦୁଇଜଣ ଛୋଟ ନାତି ନାତୁଣୀ ଅଛନ୍ତି। ମୋ ପୁଅର ୧୨ବର୍ଷର ଏକ ଝିଅ ଓ ୯ବର୍ଷର ପୁଅ ଅଛି। ସେ ଦୁହେଁ ଏପର୍ଯ୍ୟନ୍ତ ଜାଣିନାହାନ୍ତି ଯେ ତାଙ୍କ ବାପା ଆଉ ଦୁନିଆରେ ନାହାନ୍ତି ବୋଲି। ସେ ଦୁହେଁ ପଚାରିଲେ ମୁଁ କ’ଣ କହିବି।
ଆହୁରି ପଢନ୍ତୁ:ମା’ଙ୍କ ଶୁଦ୍ଧି କ୍ରିୟା ପାଇଁ ଘରକୁ ଯାଉଥିଲେ, ହେଲେ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)