Advertisment

କାହା ବଳରେ ବଳିଆନ୍ ଭାରତୀୟ ବାୟୁ ସେନା ? ଜାଣନ୍ତୁ, କ’ଣ ରଖିଛି ଭାରତ...

ନୂଆଦିଲ୍ଲୀ (ସୁଧାଂଶୁ ଶେଖର ପରିଡା) : ଭାରତୀୟ ବାୟୁସେନା ବା ଇଣ୍ଡିଆନ୍ ଏୟାର ଫୋର୍ସ। ପୃଥିବୀର ଚତୁର୍ଥ ଶକ୍ତିଶାଳୀ ସେନା ଭାବେ ବେଶ ପରିଚିତ । ବହୁଥର ନିଜର ପରାକ୍ରମ ଦେଖାଇ ସାରା ବିଶ୍ୱକୁ କରିଛି ଚକିତ। ଅତ୍ୟାଧୁନିକ ହାତ ହତିଆର୍ ଓ ବିମାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛି ଏହି ସେନା । ତେବେ କେଉଁଥି ପାଇଁ ବଳିଆନ୍ ଭାରତୀୟ ବାୟୁସେନା । ଆସନ୍ତୁ ଜାଣିବା । ଭାରତୀୟ ବାୟୁସେନା ପାଖରେ ରହିଛି ସୁଖୋଇ ୩୦ […]

author-image
Pradesh Pratyush
କାହା ବଳରେ ବଳିଆନ୍ ଭାରତୀୟ ବାୟୁ ସେନା ? ଜାଣନ୍ତୁ, କ’ଣ ରଖିଛି ଭାରତ...

airforce

ନୂଆଦିଲ୍ଲୀ (ସୁଧାଂଶୁ ଶେଖର ପରିଡା) : ଭାରତୀୟ ବାୟୁସେନା ବା ଇଣ୍ଡିଆନ୍ ଏୟାର ଫୋର୍ସ। ପୃଥିବୀର ଚତୁର୍ଥ ଶକ୍ତିଶାଳୀ ସେନା ଭାବେ ବେଶ ପରିଚିତ । ବହୁଥର ନିଜର ପରାକ୍ରମ ଦେଖାଇ ସାରା ବିଶ୍ୱକୁ କରିଛି ଚକିତ। ଅତ୍ୟାଧୁନିକ ହାତ ହତିଆର୍ ଓ ବିମାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛି ଏହି ସେନା । ତେବେ କେଉଁଥି ପାଇଁ ବଳିଆନ୍ ଭାରତୀୟ ବାୟୁସେନା । ଆସନ୍ତୁ ଜାଣିବା ।

Advertisment

publive-imageଭାରତୀୟ ବାୟୁସେନା ପାଖରେ ରହିଛି ସୁଖୋଇ ୩୦ ଏମକେଆଇ। ଦୁଇ ସିଟ୍ ଓ ଦୁଇ ଇଂଜିନ ବିଶିଷ୍ଟ ଏହି ବିମାନ ମିଡିୟମ ରେଂଜରେ କରିପାରେ ଶତ୍ରୁକୁ ଆକ୍ରମଣ । ଘଣ୍ଟା ପ୍ରତି ୨ ହଜାର ୫ ଶହ କିଲୋମିଟରେ ବେଗରେ ଗତି କରିଥିବା ଏହି ଯୁଦ୍ଧ ବିମାନକୁ ରୁଷ ଠାରୁ କିଣିଛି ଆମ ଦେଶ ଭାରତ ।

publive-imageକେବଳ ରୁଷ ନୁହେଁ ଫ୍ରାନ୍ସ ଠାରୁ ବି ଲଢୁଆ ବିମାନ କିଣିଛି ଭାରତ । ଯାହାର ନାଁ ହେଉଛି ମିରାଜ-୨୦୦୦ । ଗୋଟିଏ ସିଟ୍ ଓ ଗୋଟିଏ ଇଂଜିନ ଥିବା ଏହି ବିମାନ ଘଣ୍ଟା ପ୍ରତି ୨ ହଜାର ୪ ଶହ ୯୫ କିଲୋମିଟରେ ବେଗରେ ଶତ୍ରୁକୁ କରିପାରେ ଆକ୍ରମଣ । ୧୩୦ ମିମିର ଇଣ୍ଟରନାଲ ଗନ୍ ସହ ଦୁଇଟି ମଧ୍ୟମ ହୂରବାଲା ମିସାଇଲ୍ ନେଇ ଉଡିପାରେ ଏହି ଯୁଦ୍ଧ ବିମାନ ।

Advertisment

publive-imageଏହି ଦୁଇ ଲଢୁଆ ବିମାନ ସହ ଭାରତ ପାଖରେ ରହିଛି ମିଗ୍-୨୯ । ଗୋଟିଏ ସିଟ୍ ଓ ଦୁଇଟି ଇଂଜିନ ଥିବା ରୁଷିୟ ବିମାନ ମିଗ୍-୨୯ ଘଣ୍ଟା ପ୍ରତି ୨ ହଜାର ୪ ଶହ ୪୫ କିଲୋମିଟର ବେଗରେ ଉଡିପାରେ । ୩୦ ମିମିର ଇଣ୍ଟରନାଲ୍ ଗନ୍ ସହ ୨୭ ହଜାର ରାଡର ମିଶାଇଲ ନେଇ ଶତ୍ରୁକୁ ଆକ୍ରମଣ କରିପାରେ ଏହି ବିମାନ ।

publive-imageଆଉ ଗୋଟେ ବିମାନ ହେଲା ଜାଗୁଆର୍। ଏହି ନାଁ ଶୁଣିରେ ଭୟରେ ଥରି ଉଠେ ଶତ୍ରୁ ପକ୍ଷ। ଫ୍ରାନ୍ସ ଓ ବ୍ରିଟେନର ଜ୍ଞାନକୌଶଳରେ ନିର୍ମିତ ଏହି ବିମାନରେ ରହିଛି ଦୁଇଟି ଇଂଜିନ ଓ ଗୋଟିଏ ସିଟ୍। ଘଣ୍ଟା ପ୍ରତି ୧ ହଜାର ୩ ଶହ ୫୦ କିଲୋମିଟର ବେଗରେ ଗତି କରୁଥିବା ଜାଗୁଆର୍ ୩୫୦ ମେଜିକ ମିଶାଇଲ୍ ବହନ କରି ଶତ୍ରୁପକ୍ଷକୁ କରେ ଆଖୁବୁଜା ଆକ୍ରମଣ।

publive-imageଏମଆଇ-୨୬। ରୁଷଠାରୁ କିଣା ଯାଇଥିବା ଦୁଇ ଇଂଜିନ ବାଲା ହେଲିକପ୍ଟର ଭାରି ଓଜନ ଉଠାଇବାରେ ସକ୍ଷମ। ଏଥିରେ ଏକାଥରକେ ୭୦ ସୈନିକ ୨୦ ହଜାର ବିସ୍ଫୋରକ ନିଆଯାଇପାରେ। ଘଣ୍ଟା ପ୍ରତି ୨ ଶହ ୯୫ କିଲୋମିଟର ବେଗରେ ଗତି କରୁଥାଏ ଏମଆଇ-୨୬।

ଏମଆଇ ୧୭ ବି ୫। ଅତ୍ୟାଧୁନିକ ଟେକନୋଲୋଜିରେ ନିର୍ମିତ ଏହି ହେଲିକପ୍ଟର ଯେକୌଣସି ପାଣିପାଗରେ ଶତ୍ରୁପକ୍ଷକୁ କରିପାରେ ଆକ୍ରମଣ ଓ ପ୍ରତିଆକ୍ରମଣ।

ଏସବୁ ଥିବା ଶକ୍ତି ଥିବା ସତ୍ତ୍ୱେ ପୁଣି ଶକ୍ତି ବଢାଇବାକୁ ଯୋଜନା ରଖିଛି ଭାରତୀୟ ବାୟୁସେନା। ଦୁଇ ଶହ ଯୁଦ୍ଧ ବିମାନ କିଣିବାକୁ ହୋଇଛି ନିଷ୍ପତ୍ତି । ହାଲ୍ ଠାରୁ କିଣାଯିବ ୮୩ଟି ତେଜସ୍ ବିମାନ। ଏହା ସହ ଦୁଇ ଶହ ଯୁଦ୍ଧ ବିମାନ କିଣିବ ବାୟୁସେନା।

ଭାରତୀୟ ଆକାଶର ସୁରକ୍ଷା ଓ ସଂଘର୍ଷ ସମୟରେ ଯୁଦ୍ଧ କରିବା ହେଉଛି ଭାରତୀୟ ବାୟୁସେନାର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ। ଭାରତୀୟ ବାୟୁସେନା ପାଖରେ ଏବେ ରହିଛି ସୁଖୋଇ ୩୦, ମିରାଜ ୨୦୦୦, ମିଗ୍ ୨୯, ଜାଗୁଆର, ମିଗ୍ ୨୧ ପରି ଯୁଦ୍ଧ ବିମାନ । ଚଳିତବର୍ଷ ଫ୍ରାନ୍ସ କମ୍ପାନୀ ଠାରୁ ରାଫେଲ ବିମାନ ମିଳିବାର ମଧ୍ୟ ରହିଛି।

Advertisment
Advertisment