Advertisment

ଜାଣନ୍ତୁ କେତେବେଳ ଯାଏ ରହିଛି ମକର ସଂକ୍ରାନ୍ତିର ପୁଣ୍ୟକାଳ

ମକର ସଂକ୍ରାନ୍ତିରେ ମକର ଶବ୍ଦ  ସୌର ମଣ୍ଡଳର ବାର ରାଶି ଗୁଡ଼ିକ ମଧ୍ୟରେ ଗୋଟିଏ ରାଶି  , ଯାହାର ସ୍ୱାମୀଦେବ ଶନି ଗ୍ରହ ।  ସଂକ୍ରାନ୍ତିର ଅର୍ଥ  ସଂକ୍ରମଣ  ଅର୍ଥାତ୍‌ ଗ୍ରହର ପ୍ରବେଶ କରିବା । ମକର ସଂକ୍ରାନ୍ତି ଦିନ  ସୂର୍ଯ୍ୟ ଧନୁ ରାଶିକୁ ଛାଡ଼ି  ମକର ରାଶିରେ  ପ୍ରବେଶ କରିଥାନ୍ତି । ଭାରତୀୟ ଜ୍ୟୋତିଷ  ବିଜ୍ଞାନ ଅନୁସାରେ , ସୂର୍ଯ୍ୟ ଏହି ଦିନ ଠାରୁ ଉତ୍ତରାୟଣ ହୋଇଥାନ୍ତି। ଉତ୍ତରାୟଣ ସୂର୍ଯ୍ୟର ହିନ୍ଦୁ ଧର୍ମରେ ବିଶେଷ ମହତ୍ୱ  […]

author-image
Pradesh Pratyush
ଜାଣନ୍ତୁ କେତେବେଳ ଯାଏ ରହିଛି ମକର ସଂକ୍ରାନ୍ତିର ପୁଣ୍ୟକାଳ

makara

ମକର ସଂକ୍ରାନ୍ତିରେ ମକର ଶବ୍ଦ  ସୌର ମଣ୍ଡଳର ବାର ରାଶି ଗୁଡ଼ିକ ମଧ୍ୟରେ ଗୋଟିଏ ରାଶି  , ଯାହାର ସ୍ୱାମୀଦେବ ଶନି ଗ୍ରହ ।  ସଂକ୍ରାନ୍ତିର ଅର୍ଥ  ସଂକ୍ରମଣ  ଅର୍ଥାତ୍‌ ଗ୍ରହର ପ୍ରବେଶ କରିବା ।

Advertisment

publive-imageମକର ସଂକ୍ରାନ୍ତି ଦିନ  ସୂର୍ଯ୍ୟ ଧନୁ ରାଶିକୁ ଛାଡ଼ି  ମକର ରାଶିରେ  ପ୍ରବେଶ କରିଥାନ୍ତି । ଭାରତୀୟ ଜ୍ୟୋତିଷ  ବିଜ୍ଞାନ ଅନୁସାରେ , ସୂର୍ଯ୍ୟ ଏହି ଦିନ ଠାରୁ ଉତ୍ତରାୟଣ ହୋଇଥାନ୍ତି। ଉତ୍ତରାୟଣ ସୂର୍ଯ୍ୟର ହିନ୍ଦୁ ଧର୍ମରେ ବିଶେଷ ମହତ୍ୱ  ବୋଲି ଧରାଯାଏ । ଏହାକୁ ଦେବତାଙ୍କ ଦିନ ବୋଲୁ କୁହାଯାଏ । ଏହି ଦିନ ଠାରୁ ଦିନ ବଡ଼ ହୋଇଥାଏ ଏବଂ ରାତିର ଅବଧି କମି ଯାଏ । ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନକୁ ଅନ୍ଧକାରରୁ ଆଲୋକ ଆଡ଼କୁ ପରିବର୍ତ୍ତନ ବୋଲି ବିଶ୍ୱାସ କରାଯାଏ ।

ମକର ସଂକ୍ରାନ୍ତି  ୨୦୨୦  କେବେ ପାଳନ କରାଯିବ ?

ସାଧାରଣ ଭାବେ ମକର  ସଂକ୍ରାନ୍ତିର ପର୍ବ  ୧୪ ଜାନୁଆରୀ ଦିନ ପାଳନ କରାଯାଏ ।  କିନ୍ତୁ ଏଥର  ସୂର୍ଯ୍ୟଙ୍କର  ମକର ରାଶିରେ ପରିବର୍ତ୍ତନ  ମଙ୍ଗଳବାର ୧୪ ଜାନୁଆରୀ ରାତି ୨ଟା ୭ମିନିଟ୍‌ରେ ହେଉଛି ।  ଏହି କାରଣରୁ ଏହି ଥର ମକର ସଂକ୍ରାନ୍ତି ୧୫ ଜାନୁଆରୀ ଦିନ ବୁଧବାର ଦିନ ପାଳିତ ହେବ ।

Advertisment

publive-imageମକର ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତ -

ମକର ସଂକ୍ରାନ୍ତି ୨୦୨୦ :୧୫ ଜାନୁଆରୀ ,ବୁଧବାର

ସଂକ୍ରାନ୍ତି  ସମୟ : ୧୪ ଜାନୁଆରୀ  ମଧ୍ୟ ରାତ୍ରୀ ପରେ ୨ଟା ୭ ମିନିଟ୍‌

ପୁଣ୍ୟ କାଳ  : ୧୫ ଜାନୁଆରୀ ୦୭: ୧୯ ରୁ ୧୨: ୩୧ ମିନିଟ୍‌ ଯାଏ

ମହାପୁଣ୍ୟ କାଳ  :  ୦୭: ୧୯ରୁ ୦୯: ୦୩  ମିନିଟ୍‌

ସଂକ୍ରାନ୍ତି  ସ୍ନାନ :  ପ୍ରାତଃ  କାଳ , ୧୫ ଜାନୁଆରୀ  ୨୦୨୦

ମକର ସଂକ୍ରାନ୍ତିର ଧାର୍ମିକ ମହତ୍ୱ :

ଧାର୍ମିକ ମତ ଅନୁସାରେ , ଏହି ଦିନ ଠାରୁ  ମଳମାସ ଶେଷ ହୋଇ ଶୁଭ ମାସର  ପ୍ରାରମ୍ଭ ହୋଇଥାଏ । ଏହି ଦିନ ଗଙ୍ଗା ନଦୀରେ ସ୍ନାନ ,ଦାନ, ପୂଜା  ଆଦି ଶହେ ଗୁଣା ଫଳ ମିଳିଥାଏ । ଏହି  ଦିନ ଘିଅ ଓ କମ୍ବଳ ଦାନ କଲେ ଅପାର ମହିମା ହୁଏ ବୋଲି ପୁରାଣରେ ଅଛି । ଏହା ବି ଅଛି ଯେ,  ମୋକ୍ଷପ୍ରାପ୍ତି ମିଳିଥାଏ ।

Advertisment
Advertisment