/odishatv-khabar/media/post_attachments/uploadimage/library/16_9/16_9_0/Untitled-1-77_1624086128.jpg)
Untitled-1
୨୦୧୫ ମସିହାରୁ ପ୍ରତି ବର୍ଷ ଜୁନ ୨୧ ତାରିଖକୁ ବିଶ୍ଵ ଯୋଗ ଦିବସ ଭାବେ ପାଳନ କରାଯାଉଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚେଷ୍ଠାରେ ୨୦୧୪ରେ ମିଳିତ ଜାତିସଂଘ ଯୋଗକୁ ସ୍ଵୀକୃତି ଦେଇଥିଲା। ତେବେ ଯୋଗ କହିଲେ, ଆଜି ଆମେ ଯାହା ବୁଝୁ ତାହା ତନ୍ତ୍ର ସଭ୍ୟତାର ଏକ ଅଂଶ। ଭାରତ ଓ ପୃଥିବୀର ସବୁ ଭାଗରେ ଦଶ ହଜାର ବର୍ଷ ପୂର୍ବେ ଏହାର ପ୍ରସାର ଥିଲା। ଆଧୁନିକ ପାକିସ୍ତାନର ସିନ୍ଦୁ ଉପତ୍ୟକାରେ ଥିବା ହରପ୍ପା ଓ ମହେଞ୍ଜୋଦାରୋରେ ପ୍ରତ୍ନତାତ୍ତ୍ଵିକ ଖନନରୁ ପ୍ରଥମ ପଥର ମୂର୍ତ୍ତି ବାହାରିଛି।
/odishatv-khabar/media/post_attachments/wp-content/uploads/2021/06/4-22.jpg)
ମୂର୍ତ୍ତିଗୁଡ଼ିକ ଶିବ ପାର୍ବତୀଙ୍କ ପରି ଦେଖିବାକୁ। ସେମାନେ ଅନେକଗୁଡିଏ ଆସନରେ ଧ୍ୟାନସ୍ଥ ଥିବା ଦେଖାଯାଏ। ଏହି ଧ୍ଵଂସାବଶେଷରୁ ଜଣାଯାଏ ଏଠାରେ ପ୍ରାକ ବୈଦିକ ଯୁଗର ଲୋକମାନେ ଆର୍ଯ୍ୟ ସଭ୍ୟତାର ବହୁ ପୂର୍ବରୁ ସିନ୍ଧୁ ନଦୀ ଉପତ୍ୟକାରେ ବସତି ସ୍ଥାପନ କରିଥିଲେ। ପୌରାଣିକ ଗ୍ରନ୍ଥରୁ ଜଣାଯାଏ ଶିବ ହେଉଛନ୍ତି ଯୋଗର ସୃଷ୍ଟିକର୍ତ୍ତା ଆଉ ପାର୍ବତୀ ହେଉଛନ୍ତି ଶିବଙ୍କର ପ୍ରଥମ ଶିଷ୍ୟା।
/odishatv-khabar/media/post_attachments/wp-content/uploads/2021/06/3-35.jpg)
ଶିବ ସର୍ବଶ୍ରେଷ୍ଠ ଚେତନାର ପ୍ରତୀକ। ପାର୍ବତୀ ସର୍ବଶ୍ରେଷ୍ଠ ଜ୍ଞାନ, ଇଛା ଓ କ୍ରିୟାର ଆଧାର ଏବଂ ସୃଷ୍ଠିର ମୂଳ। ଏହାହିଁ କୁଣ୍ଡଳିନୀ ଶକ୍ତି ବା ମହାଜାଗତିକ ଶକ୍ତି ଯାହା ସମସ୍ତ ଜୀବ ମଧ୍ୟରେ ସୁପ୍ତ ଅବସ୍ଥାରେ ଥାଏ। ପାର୍ବତୀ ସମସ୍ତ ବିଶ୍ଵ ବ୍ରହ୍ମାଣ୍ଡର ଜନନୀ। ବ୍ୟକ୍ତିର ଆତ୍ମା ଶରୀରଯୁକ୍ତ ହୋଇ ନାମ ଓ ଆକାରର ପୃଥିବୀରେ ବାନ୍ଧି ହୋଇଯାଏ ଏବଂ ପୁଣି ଏ ବନ୍ଧନରୁ ମୁକ୍ତ ହୋଇ ଶ୍ରେଷ୍ଠ ଚେତନା ସହ ଯୁକ୍ତ ହୁଏ। ଏହା ସମ୍ଭବା ହୁଏ ମାତା ପାର୍ବତୀଙ୍କ ଅନୁଗ୍ରହରୁ। ମଣିଷ ପ୍ରତି ତାଙ୍କର ପ୍ରେମ ଓ କରୁଣାର କାରଣରୁ ମାତା ପାର୍ବତୀ ତାଙ୍କର ଏହି ଗୁପ୍ତ ବିଦ୍ୟାକୁ ତନ୍ତ୍ରର ରୂପ ଦେଲେ। ଯୋଗର ସୃଷ୍ଟି ତନ୍ତ୍ରରୁ। ତେଣୁ ଦୁହେଁ ପୃଥକ ନୁହନ୍ତି, ଯେପରି ଶ୍ରେଷ୍ଠ ଚେତନା-ଶିବ, ଶକ୍ତି-ପାର୍ବତୀଙ୍କ ଠାରୁ ଅଲଗା ହୋଇ ପାରନ୍ତି ନାହିଁ
/odishatv-khabar/media/post_attachments/wp-content/uploads/2021/06/5-13.jpg)
ଦୁଇଠି ଶବ୍ଦ ‘ତନୋଟି’ ଓ ‘ତ୍ରୟତି’ ତନ୍ତ୍ର ଶବ୍ଦର ଉଦ୍ଭବ। ଅର୍ଥାତ ବୁଦ୍ଧି ଓ ମୁକ୍ତି। ଚେତନାର ବୃଦ୍ଧି ଏବଂ ଶକ୍ତିର ମୁକ୍ତି ହେଉଛି ଏହି ବିଜ୍ଞାନ। ତନ୍ତ୍ର ଦ୍ଵାରା ପୃଥିବୀରେ ରହି ମଧ୍ୟ ବନ୍ଧନରୁ ମୁକ୍ତିଲାଭ କରିହେବ। ମନ ଓ ଶରୀର କ୍ଷମତା ଓ ସୀମାର ପରିସର କେତେ ତାହା ଜାଣିବା ତନ୍ତ୍ରର ପ୍ରଥମ ସୋପାନ। ଏହା ପରେ ତନ୍ତ୍ରର ବିଭିନ୍ନ କୌଶଳ ଦ୍ଵାରା ବ୍ୟକ୍ତି ଏହି ସୀମାକୁ ଅତିକ୍ରମ କରି ପରମଶକ୍ତି ଉପଲବ୍ଧି କରେ।
/odishatv-khabar/media/post_attachments/wp-content/uploads/2021/06/2-52.jpg)
ମଣିଷ ସଭ୍ୟତାର ଆରମ୍ଭରୁ ହିଁ ଯୋଗର ପ୍ରସାର ଥିଲା। ପୁରାକାଳରେ ପୃଥିବୀରେ ଚାରିଆଡେ ମୁନି-ଋଷିମାନଙ୍କ ଦ୍ଵାରା ଯୋଗବିଜ୍ଞାନ ଧିରେ ଧିରେ ପ୍ରସାର ହୋଇଥିଲା। ସେତେବେଳେ ଯୋଗ ପଦ୍ଧତିଗୁଡିକୁ ଗୁପ୍ତ ରଖାଯାଥିଲା। ଗୁରୁ-ଶିଷ୍ୟ ପରମ୍ପରା ଅନୁଯାୟୀ ଶ୍ରୁତି ହିସାବରେ ଏହା ଗଡି ଆସୁଥିଲା। ଯୋଗୀ ମୁନିମୋନେ ନିଜର ଗଭୀର ଅନୁଭୂତିରୁ ଶିଷ୍ୟମାନଙ୍କୁ ଉଚିତ ମାର୍ଗରେ ଆଗେଇ ନେବାକୁ ସାହାଯ୍ୟ କରୁଥିଲେ। ଅତ୍ୟଧିକ ପାଣ୍ଡିତ୍ୟପୂର୍ଣ୍ଣ ବିଷୟ ଭିତରେ ଥିବା ଗଣ୍ଡଗୋଳିଆ ଆଲୋଚନାଗୁଡିକୁ ସରଳ କରିଦେଉଥିଲେ।
/odishatv-khabar/media/post_attachments/wp-content/uploads/2021/06/7-9.jpg)
ଯୋଗର ଉଲ୍ଲେଖ ପୁରାତନ ତନ୍ତ୍ର ଶାସ୍ତ୍ରରୁ ମିଳେ। ପରେ ବେଦରେ ଏହାର ବର୍ଣ୍ଣନା ମିଳେ ଯାହାକି ସିନ୍ଧୁ ସଭ୍ୟତାର ଶେଷ ସମୟରେ ଲେଖାଯାଇଥିଲା। ଏହି ଶାସ୍ତ୍ରରେ ଯୋଗକୁ ସାଂକେତିକ ଭାଷାରେ ଉଲ୍ଲେଖ କରାଯାଇଛି। ବେଦମନ୍ତ୍ର ମୁନିଋଷିମାନଙ୍କ ନିକଟରୁ ଗଭୀର ଯୋଗସ୍ଥ ବା ସମାଧିସ୍ଥ ଅବସ୍ଥାରେ ପ୍ରକଟିତ ହୋଇଥିଲା। ପରେ ଉପନିଷଦରେ ଯୋଗ ଏକ ନିର୍ଦ୍ଦିଷ୍ଟ ରୂପ ଗ୍ରହଣ କରିବାକୁ ଆରମ୍ଭ କଲା। ଏହି ଶାସ୍ତ୍ରଗୁଡିକର ସମଷ୍ଟିକୁ ବେଦାନ୍ତ କୁହାଯାଏ।
ପାତଞ୍ଜଳି ମୁନି କୃତ ଯୋଗସୂତ୍ରରେ ପ୍ରଥମ ଥର ପାଇଁ ଯୋଗ ନିର୍ଦ୍ଦିଷ୍ଟ ନିୟମ ଆକାରରେ ମଣିଷର ବୋଧଗମ୍ୟ ପାଇଁ ଶାସ୍ତ୍ର ରୂପେ ପରିଚିତ ହେଲା।
/odishatv-khabar/media/post_attachments/wp-content/uploads/2021/06/6-9.jpg)
ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ବେଳକୁ ବୁଦ୍ଧଙ୍କ ସମୟରେ ନୈତିକତା ଓ ଧ୍ୟାନର ଗଭୀର ଭାବରେ ଅଷ୍ଟାଙ୍ଗ ଯୋଗର ପ୍ରାରମ୍ଭିକ ପଦ୍ଧତିଗୁଡିକ ଲୋକଲୋଚନରୁ ଦୂରେଇଗଲା। ପରେ କିନ୍ତୁ ଭାରତର ଚିନ୍ତାଶୀଳ ବ୍ୟକ୍ତିମାନେ ଏହାର ସସୀମତା ବୁଝିପାରିଲେ। ଯୋଗୀ ମତ୍ସ୍ୟେନନ୍ଦ୍ରନାଥ ଧ୍ୟାନ ପୂର୍ବରୁ ଶରୀର ଏବଂ ଏହାର ତତ୍ତ୍ଵ ଶୁଦ୍ଧି ଉପରେ ଶିକ୍ଷାଦେଲେ। ତାଙ୍କ ଦ୍ଵାରା ନାଥ ସଂପ୍ରଦାୟ ପ୍ରତିଷ୍ଠା ହେଲା । ତାଙ୍କ ପଟ୍ଟଶିଷ୍ୟ ଗୋରଖନାଥ ହଠଯୋଗ ବିଷୟରେ ହିନ୍ଦୀ ଓ ସ୍ଥାନୀୟ ଭାଷାରେ ପୁସ୍ତକ ରଚନା କଲେ।
/odishatv-khabar/media/post_attachments/wp-content/uploads/2021/06/10-3.jpg)
ଭାରତୀୟ ପରମ୍ପରା ଅନୁଯାୟୀ ମୂଳ ଗ୍ରନ୍ଥଗୁଡିକ ସଂସ୍କୃତ ଭାଷାରେ ଲେଖାଯାଉଥିଲା। ସ୍ଵାମୀ ସ୍ଵାତ୍ମାରାମ ହଠଯୋଗର ଜଣେ ପ୍ରଖ୍ୟାତ ଓ ଅଭିଜ୍ଞ ବ୍ୟକ୍ତି ଥିଲେ। ତାଙ୍କ ଦ୍ଵାରା ସଂସ୍କୃତରେ ଲିଖିତ ‘ହଠଯୋଗ ପ୍ରଦୀପିକା’ ପୁସ୍ତକରେ ସମସ୍ତ ବିଷୟ ତୁଳନାତ୍ମକ ଭାବେ ବର୍ଣ୍ଣନା କରାଯାଇଛି। ‘ହଠଯୋଗ ପ୍ରଦୀପିକା’ରେ ସ୍ଵାମୀ ସ୍ଵାତ୍ମାରାମ ପ୍ରଥମେ ଶରୀର ଓ ପରେ ମନକୁ ସ୍ଥିର କରିବା ପରେ, ଆତ୍ମନିୟନ୍ତ୍ରଣ ଓ ଅନୁଶାସନରେ ପ୍ରଚଳନ କଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)