Advertisment

ବିଲେଇ ପାଇଁ ନିଜ ନାତିକୁ ୫ ମହଲା କୋଠାରୁ ତଳକୁ ଲଟକାଇଲେ ବୃଦ୍ଧା !

ସୋଶାଲ ମିଡ଼ିଆରେ ଚୀନ୍‌ର ଏକ  ଆଶ୍ଚର୍ଯ୍ୟକର ଭିଡ଼ିଓ ଭାଇରାଲ୍‌ ହୋଇଛି । ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଏହି ଘଟଣାଟି ଏହି ସପ୍ତାହର ପ୍ରାରମ୍ଭରେ ସିଚୁଆନ ପ୍ରାନ୍ତର ପଗଟନର କାଉଁଟିରେ ଘଟିଥିଲା । ଜଣେ ବୃଦ୍ଧା ନିଜର ୭ ବର୍ଷର ନାତିକୁ ଏକ ରଶିରେ ବାନ୍ଧି ରହୁଥିବା ଆପାର୍ଟମେଣ୍ଟର  ୫ମହଲା କୋଠାରୁ ତଳକୁ ଲଟକାଇ ଥିଲେ । ଆଉ କାହିଁକି ଏପରି କରୁଥିଲେ ଜାଣନ୍ତି ଏକ ପୋଷା  ବିଲେଇକୁ ବଂଚାଇବା  ପାଇଁ । ଏହି […]

author-image
Pradesh Pratyush
ବିଲେଇ ପାଇଁ ନିଜ ନାତିକୁ ୫ ମହଲା କୋଠାରୁ ତଳକୁ ଲଟକାଇଲେ ବୃଦ୍ଧା !

cat

ସୋଶାଲ ମିଡ଼ିଆରେ ଚୀନ୍‌ର ଏକ  ଆଶ୍ଚର୍ଯ୍ୟକର ଭିଡ଼ିଓ ଭାଇରାଲ୍‌ ହୋଇଛି । ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଏହି ଘଟଣାଟି ଏହି ସପ୍ତାହର ପ୍ରାରମ୍ଭରେ ସିଚୁଆନ ପ୍ରାନ୍ତର ପଗଟନର କାଉଁଟିରେ ଘଟିଥିଲା ।

Advertisment

ଜଣେ ବୃଦ୍ଧା ନିଜର ୭ ବର୍ଷର ନାତିକୁ ଏକ ରଶିରେ ବାନ୍ଧି ରହୁଥିବା ଆପାର୍ଟମେଣ୍ଟର  ୫ମହଲା କୋଠାରୁ ତଳକୁ ଲଟକାଇ ଥିଲେ । ଆଉ କାହିଁକି ଏପରି କରୁଥିଲେ ଜାଣନ୍ତି ଏକ ପୋଷା  ବିଲେଇକୁ ବଂଚାଇବା  ପାଇଁ । ଏହି ଭିଡ଼ିଓକୁ କୋଠାର ତଳେ ଛିଡ଼ା ହୋଇ ଦେଖୁଥିବା ଲୋକେ ରେକର୍ଡ କରି ଚୀନ୍‌ ସୋଶାଲ ମିଡ଼ିଆ ପ୍ଲାଚଫର୍ମରେ ସେୟାର କରିବା ପରେ ଏହା ଭାଇରାଲ୍‌ ହୋଇଛି ।

ଏନ୍‌ଡିଟିଭିରେ ପ୍ରକାଶିତ ସୂଚନା ମୁତାବକ , ବିଲେଇଟି ତଳ ଫ୍ଲୋର୍‌ର ବାଲକୋନୀରେ ଫସି ରହିଥିଲା । ଏହାକୁ ବଂଚେଇବା ପାଇଁ ଏମିତି ପ୍ରୟାସ କରିଥିଲେ ବୃଦ୍ଧା ଜଣଙ୍କ । ପିଲାଟିକୁ ରଶିରେ ବାନ୍ଧି ତଳକୁ ଛାଡ଼ି ଦେଇଥିଲେ । ପିଲାଟି ତଳକୁ ରଶି ଦ୍ୱାରା ଆସି ବିଲେଇକୁ  ଉଠାଇ ଥିଲା ।  ଏହାପରେ ବୃଦ୍ଧା ଜଣକ ଦଉଡ଼ିକୁ ଉପରକୁ ଧିରେ ଧିରେ ଟାଣିଥିଲେ । ତଳେ ଛିଡ଼ା ହୋଇଥିବା ଲୋକେ ସାବଧାନ ରହିବାକୁ କହୁଥିବାର ନଜର ଆସିଥିଲା ।

Advertisment

ଉକ୍ତ ଘଟଣାଟି ୧୦ ମିନିଟ୍‌ର ଅଟେ । ଏହି ୧୦ ମିନିଟ୍‌ ଯାଏ ବିଲେଇ ଓ ପିଲାଟି ସେମିତି ପବନରେ ଲଟକି ରହିଥିଲେ ।

ଏକ ବିଲେଇକୁ ବଂଚେଇବା ପାଇଁ ଏକ ଛୋଟ ପିଲାର ଜୀବନ ବିପଦରେ ଏପରି ପକାଇବାକୁ ସେଠାରେ ଲୋକେ ସମାଲୋଚନା କରିଥିଲେ।

Advertisment
Advertisment