Advertisment

କରୋନା ଉଜାଡ଼ିଦେଲା ସଂସାର, ଚାକିରି ଯିବା ଭୟରେ ପୂରା ପରିବାର ନେଲେ ଏମିତି ପଦକ୍ଷେପ

ଧରୱାଡ: ଲୋକଙ୍କ ଜୀବନ ଜୀବିକା ଉପରେ କରୋନା କାଳ ସାଜିଛି। ମହାମାରୀ ଯୋଗୁ ଦେଶ ସମେତ ସାରା ବିଶ୍ୱରେ ଲକ୍‌ଡାଉନ୍‌ ଜାରି ହୋଇଥିବା ଯୋଗୁ ଅନେକ ସରକାରୀ ଓ ବେସରକାରୀ ଶିଳ୍ପାନୁଷ୍ଠାନ ଓ ସାଧାରଣ କାମଧନ୍ଦା ଠପ୍‌ ହୋଇଯାଇଛି। ଏହି ସମୟରେ ଅନେକ ଲୋକଙ୍କ ଚାକିରି ଯିବାର ଭୟ ସେମାନଙ୍କ ମନରେ ଘର କରିସାରିଲାଣି। ଏଭଳି ପରସ୍ଥିତିରେ ଗତ ଶନିବାର କର୍ଣ୍ଣାଟକର  ଧରୱାଡ ଜିଲ୍ଲାରେ ଚାକିରିକୁ ନେଇ ଗୋଟିଏ ପରିବାରର ତିନି ଜଣ ଆତ୍ମହତ୍ୟା କରିଛନ୍ତି। ଏ […]

author-image
Mahasweta Baral
ଅଦ୍ୟତନ ହୋଇଛି
କରୋନା ଉଜାଡ଼ିଦେଲା ସଂସାର, ଚାକିରି ଯିବା ଭୟରେ ପୂରା ପରିବାର ନେଲେ ଏମିତି ପଦକ୍ଷେପ

corona

ଧରୱାଡ: ଲୋକଙ୍କ ଜୀବନ ଜୀବିକା ଉପରେ କରୋନା କାଳ ସାଜିଛି। ମହାମାରୀ ଯୋଗୁ ଦେଶ ସମେତ ସାରା ବିଶ୍ୱରେ ଲକ୍‌ଡାଉନ୍‌ ଜାରି ହୋଇଥିବା ଯୋଗୁ ଅନେକ ସରକାରୀ ଓ ବେସରକାରୀ ଶିଳ୍ପାନୁଷ୍ଠାନ ଓ ସାଧାରଣ କାମଧନ୍ଦା ଠପ୍‌ ହୋଇଯାଇଛି। ଏହି ସମୟରେ ଅନେକ ଲୋକଙ୍କ ଚାକିରି ଯିବାର ଭୟ ସେମାନଙ୍କ ମନରେ ଘର କରିସାରିଲାଣି। ଏଭଳି ପରସ୍ଥିତିରେ ଗତ ଶନିବାର କର୍ଣ୍ଣାଟକର  ଧରୱାଡ ଜିଲ୍ଲାରେ ଚାକିରିକୁ ନେଇ ଗୋଟିଏ ପରିବାରର ତିନି ଜଣ ଆତ୍ମହତ୍ୟା କରିଛନ୍ତି।

Advertisment

ଏ ସମ୍ପର୍କରେ ସୂଚନା ଦେଇ କର୍ଣ୍ଣାଟକ ପୋଲିସ କହିଛି ଯେ ଲକ୍‌ଡାଉନ୍ ଅବଧି ସମୟରେ ସେ ଚାକିରି ଯିବାର ଭୟ କରୁଥିଲେ, ଯେଉଁଥିପାଇଁ ପରିବାରର ୩ଜଣ ଆତ୍ମହତ୍ୟା କରିଥିଲେ। ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଓ ଜଣେ ଛୋଟ ଛୁଆ ଥିଲେ। ଏପର୍ଯ୍ୟନ୍ତ ମୃତକଙ୍କ ପରିବାରର ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ।

ପୋଲିସର ସୂଚନାନୁସାରେ, ଏହି ଘଟଣାଟି ଗତ ଶନିବାର ଘଟିଥିଲା। ଧରୱାଡର ପୋଲିସ ଷ୍ଟେସନର ଇନ୍ସପେକ୍ଟର କହିଛନ୍ତି ଯେ ମୃତକଙ୍କ ପାଖରୁ ଏକ ଆତ୍ମହତ୍ୟା ନୋଟ ଜବତ କରାଯାଇଛି। କରୋନା ମହାମାରୀ ହେତୁ ତାଙ୍କର ଚାକିରି ଚାଲିଯିବାର ଭୟ କରୁଥିବା ଜଣାଯାଇଛି। ଏନେଇ ବ୍ୟକ୍ତି ଜଣକ ପୂରା ପରିବାର ସହିତ ଆତ୍ମହତ୍ୟା କରିଛନ୍ତି। ବର୍ତ୍ତମାନ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ୪୮ ହଜାର ୬୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଉ ୭୦୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଯାହାପରେ ଏବେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨ ହଜାର ୬୩କୁ ବୃଦ୍ଧି ପାଇଛି।

ସେହିପରି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮୫ ହଜାର ୫୨୨ରେ ପହଞ୍ଚିଛି। ଏବେ ଦେଶରେ ୪ ଲକ୍ଷ ୬୭ ହଜାର ୮୮୨ଟି ଆକ୍ଟିଭ୍‌ କେସ୍ ଥିବା ବେଳେ ଏବେ ଯାଏ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୮୫ ହଜାର ୫୭୬ ଜଣ।

ତେବେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। କେବଳ ମହାରାଷ୍ଟ୍ରରୁ ୩ ଲକ୍ଷ ୬୬ ହଜାର ୩୬୮ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୩ ହଜାର ୩୮୯କୁ ବୃଦ୍ଧି ହୋଇଛି।

ସେହିପରି ରାଜଧାନୀ ଦିଲ୍ଲୀରେ ୩ ହଜାର ୮୦୬, ତାମିଲନାଡୁରେ ୩ ହଜାର ୪୦୯ ଜଣ ଏବଂ ଗୁଜରାଟରେ ୨ ହଜାର ୩୦୦ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
Advertisment