/odishatv-khabar/media/post_attachments/uploadimage/library/16_9/16_9_0/cat_1625475109.jpg)
cat
ଶ୍ରୀଲଙ୍କା: ଗୁରୁତର ଅପରାଧ ଯୋଗୁ ଏକ ବିଲେଇକୁ ଗିରଫ କରାଯାଇ ତା’କୁ ଜେଲକୁ ପଠାଯାଇଥିଲା। କିନ୍ତୁ ପରେ ବିଲେଇଟି ଜେଲରୁ ଖସି ଯିବାରେ ସଫଳ ହୋଇଥିଲା। ଘଟଣାଟି ଶ୍ରୀଲଙ୍କାରେ ଘଟିଛି। ରିପୋର୍ଟ ଅନୁଯାୟୀ, ବିଲେଇକୁ ଡ୍ରଗ୍ସ ଓ ସିମ୍ କାର୍ଡ ଚୋରା ଚାଲାଣ କାର୍ଯ୍ୟରେ ବ୍ୟବହୃତ କରାଯାଉଥିଲା।
/odishatv-khabar/media/post_attachments/aajtak/images/Photo_gallery/092019/pic91992928288282812_080420120031.jpg)
ଶ୍ରୀଲଙ୍କା ହାଇ ସିକ୍ୟୁରିଟି ସ୍ଥିତ ଭେଲିକଡା ଜିଲ୍ଲାର ଗୁପ୍ତଚର ଅଧିକାରୀମାନେ ଗତ ଶନିବାର ଦିନ ଏକ ବିଲେଇ ମାଧ୍ୟମରେ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପାଇଥିଲେ। ସ୍ଥାନୀୟ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ବିଲେଇଠାରୁ ଦୁଇ ଗ୍ରାମର ହିରୋଇନ୍, ୨ଟି ସିମ୍ କାର୍ଡ ଓ ଏକ ମେମୋରୀ ଚିପ୍ ଜବତ କରାଯାଇଛି।
/odishatv-khabar/media/post_attachments/aajtak/images/Photo_gallery/092019/pic929212_080420120031.jpg)
ପୋଲିସର କହିବା ଅନୁଯାୟୀ, ବିଲେଇ ବେକରେ ଏକ ପ୍ୟାକେଟ୍ ବନ୍ଧା ଯାଇଥିଲା, ଯେଉଁଥିରେ ସମସ୍ତ ସାମଗ୍ରୀ ରଖାଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ରବିବାର ଦିନ ବିଲେଇଟି ଜେଲରୁ ଫେରାର ହୋଇଯାଇଥିଲା।
/odishatv-khabar/media/post_attachments/aajtak/images/Photo_gallery/092019/pic0102992828282_080420120031.jpg)
ଶ୍ରୀଲଙ୍କା ଏବେ ଗୁରୁତର ଭାବେ ଡ୍ରଗ୍ ସମସ୍ୟାର ସମ୍ମୁଖୀନ ହେଉଛି। ନିକଟରେ ଶ୍ରୀଲଙ୍କାର ହାଇ ସିକ୍ୟୁରିଟି ଭେଲିକଡା ଜିଲ୍ଲାରୁ ଡ୍ରଗ୍ସ, ଫୋନ୍ ଓ ଚାର୍ଜରକୁ ଅନେକ ସମୟରେ ସେଠାରୁ ଜବତ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।
ଗତ ସପ୍ତାହରେ ଶ୍ରୀଲଙ୍କା ପୋଲିସ କଲମ୍ବୋରେ ଏକ ଚିଲ ପକ୍ଷୀକୁ ଧରିଥିଲା। ଡ୍ରଗ୍ସ ଚୋରା ଚାଲାଣକାରୀମାନେ ଯୋଗାଣ ପାଇଁ ଚିଲକୁ ବ୍ୟବହାର କରୁଥିଲେ ବୋଲି ପୋଲିସ କହିଛି।
/odishatv-khabar/media/post_attachments/aajtak/images/Photo_gallery/092019/pic81828212_080420120031.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)