Advertisment

ଅବହେଳିତ ଢେଙ୍କାନାଳ ଜିଲ୍ଲାର ଢୋକ୍ରା କାରିଗର

ଢେଙ୍କାନାଳ : ଦୁର୍ଦ୍ଦିନରେ ଢେଙ୍କାନାଳ ଜିଲ୍ଲାର ଢୋକ୍ରା କାରିଗର। ନିଜ ହାତର ଯାଦୁଗରୀରେ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଡୋକ୍ରା ଶିଳ୍ପୀ ଏବେ ଦୟନୀୟ ଅବସ୍ଥାରେ। ରହିବା ପାଇଁ ନା ଘର ଅଛି, ନା ବିଜୁଳି କିମ୍ବା ପାନୀୟ ଜଳ ବ୍ୟବସ୍ଥା। ସରକାରଙ୍କ ଅଣଦେଖା କାରଣରୁ ଏବେ ନିଜ ଜୀବିକା ହରାଇବାକୁ ବସିଲେଣି ଏହି କାରିଗରମାନେ। ଝାଟିମାଟିର କାନ୍ଥ ଉପରେ ଜରିପାଲ ଟାଣି ରହୁଥିବା ଏହି ଗାଁର ଚିତ୍ର ହିଁ ବୟାନ କରେ କିଭଳି […]

author-image
Otv Khabar Bureau
ଅବହେଳିତ ଢେଙ୍କାନାଳ ଜିଲ୍ଲାର ଢୋକ୍ରା କାରିଗର

dhokra-up

ଢେଙ୍କାନାଳ : ଦୁର୍ଦ୍ଦିନରେ ଢେଙ୍କାନାଳ ଜିଲ୍ଲାର ଢୋକ୍ରା କାରିଗର। ନିଜ ହାତର ଯାଦୁଗରୀରେ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଡୋକ୍ରା ଶିଳ୍ପୀ ଏବେ ଦୟନୀୟ ଅବସ୍ଥାରେ। ରହିବା ପାଇଁ ନା ଘର ଅଛି, ନା ବିଜୁଳି କିମ୍ବା ପାନୀୟ ଜଳ ବ୍ୟବସ୍ଥା। ସରକାରଙ୍କ ଅଣଦେଖା କାରଣରୁ ଏବେ ନିଜ ଜୀବିକା ହରାଇବାକୁ ବସିଲେଣି ଏହି କାରିଗରମାନେ।

Advertisment

ଝାଟିମାଟିର କାନ୍ଥ ଉପରେ ଜରିପାଲ ଟାଣି ରହୁଥିବା ଏହି ଗାଁର ଚିତ୍ର ହିଁ ବୟାନ କରେ କିଭଳି ଅବସ୍ଥାରେ ଜୀବନ ବିତାଉଛନ୍ତି ଏହି ଲୋକେ । ପଖାଳ କଂସାରେ ବସିଥିବା ଫୁଙ୍ଗୁଳା ଦେହ ହିଁ ବଖାଣୁଛି ଏମାନଙ୍କ ଭବିଷ୍ୟତ। ଏହା କୌଣସି ଉପାନ୍ତ ଅଂଚଳ ନୁହେଁ ,ଢେଙ୍କାନାଳର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଶପ୍ତଶଯ୍ୟା ପାଦ ଦେଶରେ ଥିବା ନୂଅାଗାଁ । ନା ଅଛି ଗାଁକୁ ଭଲ ରାସ୍ତା , ନା ଅଛି ପିଇବା ପାଣିର ସୁବିଧା।  ରହିବା ପାଇଁ ଭଲ ଘର, ଅାଉ ବିଜୁଳି ଅାଲୁଅ ତ ସାତ ସପନ। ସରକାରଙ୍କ ଅବହେଳା ପାଇଁ ଏଭଳି ଦୟନୀୟ ଅବସ୍ଥାରେ ଏବେ ଦିନ କାଟୁଛନ୍ତି ଢୋକ୍ରା କାରିଗର।

୩ ବର୍ଷ ପୂର୍ବେ ନିକଟସ୍ଥ ନବଜୀବନପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଫଳରେ ଏମାନେ ଉଠିଅାସିଥିଲେ। ଅାଉ ତତ୍କାଳୀନ ଜିଲ୍ଲାପାଳ ସେମାନଙ୍କୁ ଏଠାରେ ଥଇଥାନ କରିବା ସହ ସମସ୍ତ ସୁବିଧା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ସବୁ ପ୍ରତିଶୃତି ଏବେ ପ୍ରତିଶୃତିରେ ରହିଯାଇଛି।  ସରକାରୀ ଅଫିସକୁ ଯେତେ ଦୌଡିଲେ ବି କିଛି ସୁଫଳ ମିଳୁନି।

Advertisment
Advertisment
Advertisment