/odishatv-khabar/media/post_attachments/uploadimage/library/16_9/16_9_0/two-sister_1626698183.jpg)
two sister
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଭାଇରସ ବଢ଼ିବାରେ ଲାଗିଛି। ଏଭଳି ସଙ୍କଟ ପରିସ୍ଥିତିରେ ଅନେକ ଲୋକ ଭଗବାନଙ୍କ ଦେବଦୂତ ସାଜି ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଉଛନ୍ତି। ବୟସ୍କଙ୍କ ଠୁ ଆରମ୍ଭ କରି ଛୋଟ ପିଲାମାନେ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଏଭଳି ପରିସ୍ଥିତିରେ ଦିଲ୍ଲୀର ଦୁଇ ଯାଆଁଳା ଭଉଣୀ ଅସହାୟମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ଦୁହିଁଙ୍କ ନାଁ ଆଶୀର(୧୬) ଓ ଆସିସ୍ କାନ୍ଧାରୀ(୧୬)। ଦୁହେଁ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେଇଛନ୍ତି। ଆଶୀର ଓ ଆସିସ୍ ଦୁଇଜଣ ତାଙ୍କ ସାଙ୍ଗ ଅମାନ ବଙ୍କା ଓ ଆଦିତ୍ୟ ଦୁବେଙ୍କ ସହ ମିଶି କୋଭଡ-୧୯ ହେଲ୍ପଲାଇନ୍ ଚଳାଉଛନ୍ତି। ଏତେ କମ୍ ବୟସରେ ଦୁଇଜଣଙ୍କ ମହାନ୍ ଚିନ୍ତା ଧାରକୁ ସମସ୍ତେ ପ୍ରଂଶସା ମଧ୍ୟ କରୁଛନ୍ତି।
ଦୁଇ ଭଉଣୀ କିଛି କଲେଜ ଛାତ୍ର ଓ ସ୍ୱେଚ୍ଛାସେବୀମାନଙ୍କ ସାହାଯ୍ୟରେ ଅସହାୟ ଲୋକଙ୍କୁ ଖାଦ୍ୟ ଓ ଚିକିତ୍ସା ସାମଗ୍ରୀ ଯୋଗାଉଛନ୍ତି। ଆଶୀରଙ୍କ କହିବା ଅନୁଯାୟୀ, ‘ଆମ ପରିବାର ସହ ଜଡ଼ିତ କିଛି ଲୋକଙ୍କ ସହିତ ଆମେ ଯୋଗାଯୋଗ କରିଥିଲୁ। ଯେମିତି ବର୍କୋସ ଓ ଘରକୁ ଖାଦ୍ୟ ଯୋଗାଉଥିବା ବ୍ୟକ୍ତି। ସେମାନେ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ଆମେ Swiggy ସଂସ୍ଥା ସହ ଯୋଗାଯୋ କରିଥିଲୁ। ଯାହାଦ୍ୱାରା ସେମାନେ ଖାଦ୍ୟକୁ ଡେଲିଭରି କରିପାରିବେ। ଅନେକ ଲୋକେ ମଧ୍ୟ ଘରୁ ଖାଦ୍ୟ ପ୍ରସ୍ତୁତ କରି ଦେଇଥାନ୍ତି। କିଛି ସ୍ୱେଚ୍ଛାସେବୀମାନେ ମଧ୍ୟ ସହଯୋଗ କରୁଛନ୍ତି।
ଆଶୀର ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ମଧ୍ୟ ସାହାଯ୍ୟ କରିଥିଲେ। ହିନ୍ଦୁ କଲେଜ ଓ ଷ୍ଟିଫେନ୍ସ କଲେଜର ଛାତ୍ରମାନେ ମଧ୍ୟ ସାହାଯ୍ୟ କରିଥିଲେ। ଏମିତିକି ଦିଲ୍ଲୀ ପୋଲିସ ବି ସାହାଯ୍ୟ କରିଥିଲେ। ଜଣେ ମହିଳା ଆମକୁ ରାତି ପ୍ରାୟ ୩ଟା ବେଳେ ଫୋନ୍ କରି କହିଲେ ଯେ ମୋ ଝିଅର ୧୦୩ ଡିଗ୍ରୀ ଜ୍ୱର ହୋଇଛି। ମହିଳାଙ୍କ ଠାରୁ ଏକଥା ଶୁଣି ମୁଁ ପୋଲିସ ସହିତ ଯୋଗାଯୋଗ କରି ସେମାନଙ୍କୁ ଆବଶ୍ୟକ ଔଷଧ ଆଣିବାକୁ କହିଥିଲି। ପୋଲିସ ମଧ୍ୟ ସାହାଯ୍ୟ କରିଥିଲେ। ପରେ ପୋଲିସ ମା-ଝିଅଙ୍କୁ ଯୋଗାଯୋଗ କରି ସେମାନଙ୍କ ଘରକୁ ଯାଇ ଔଷଧ ଦେଇଥିଲେ। କିଛି ଦିନ ପରେ ସେହି ମହିଳା ଜଣଙ୍କ ଫୋନ୍ କରି କହିଲେ ଯେ ମୋ ଝିଅ ଏବେ ଭଲ ଅଛି।
ଆଶୀର ଓ ଆସିସଙ୍କ ମା’ ଭବ୍ରିନ୍ କହିଛନ୍ତି ଯେ ଦୁଇ ଝିଅ ଅସୁବିଧାରେ ପଡ଼ିଥିବା ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ମଧ୍ୟ ସାହାଯ୍ୟ ମାଗିଥିଲେ। ଦୁହେଁ ଲୋକାଲ୍ ବିଧାୟକ ଓ ଡିଏମ୍ଙ୍କ ସହ ଯୋଗାଯୋଗ ଜାରି ରଖିଛନ୍ତି।
ଦୁଇ ଭଉଣୀଙ୍କର କୋଭିଡ-୧୯ ରିଲିଫ୍ ହେଲ୍ପଲାଇନ୍ ନମ୍ୱର-9529863506। ସେମାନଙ୍କର ହେଲ୍ପଲାଇନ୍ ୨୪ଘଣ୍ଟା ଖୋଲାରହୁଛି। ଏପର୍ଯ୍ୟନ୍ତ ଯାଆଁଳା ଭଉଣୀ ଦିଲ୍ଲୀ ବ୍ୟତୀତ ଦେଶର ୩୦ଟ ସହରର ଲୋକଙ୍କୁ ସାହାଯ୍ୟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)