/odishatv-khabar/media/post_attachments/uploadimage/library/16_9/16_9_0/student_1626697481.jpg)
student
ନୂଆଦିଲ୍ଲୀ: କରୋନା ଭାଇରସଠୁ କରୋନା ଯୋଦ୍ଧାଙ୍କୁ ସୁରକ୍ଷା ଦେବା ପାଇଁ ଜଣେ ଦଶମ ଶ୍ରେଣୀର ଛାତ୍ର ନିଜର 3D ପ୍ରିଣ୍ଟର(3D Printer) ସାହାଯ୍ୟରେ ଦିଲ୍ଲୀ ପୋଲିସ ପାଇଁ ୧୦୦ଟି ଫେସ୍ ସିଲ୍ଡସ୍(Face Shields) ପ୍ରସ୍ତୁତ କରିଛନ୍ତି। କୋଭିଡ-୧୯ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ଫଳରେ ପିଲାମାନେ ଘରେ ରହି ପାଠ ପଢ଼ିବା ସହିତ ଅନ୍ୟସମୟରେ ଟିଭି ଦେଖିବା ଓ ମୋବାଇଲ ଖେଳରେ ବ୍ୟସ୍ତ ରହିଥାନ୍ତି। କିନ୍ତୁ ଏହି ଛାତ୍ର ଜଣଙ୍କ ପାଠ ପଢ଼ିବା ସହିତ ଅନ୍ୟ ସମୟରେ 3D ପ୍ରିଣ୍ଟର୍ ସାହାଯ୍ୟରେ ପୋଲିସଙ୍କ ପାଇଁ ଫେସ୍ ସିଲ୍ଡସ୍ ପ୍ରସ୍ତୁତ କରୁଛନ୍ତି। ତାଙ୍କ ନାଁ ଜରେବ ବର୍ଦ୍ଧନ ।
ଏହି ଛାତ୍ର ଜୁନ୍ ୨୨ରେ ଦିଲ୍ଲୀ ପୋଲିସ କମିଶନର ଏସ୍ଏନ୍ ଶ୍ରୀବାସ୍ତବଙ୍କୁ ୧୦୦ଟି ଫେସ୍ ସିଲ୍ଡସ୍ ଦେଇଥିଲେ। ଫଳରେ ଦେଶର ସେବାରେ ନିୟୋଜିତ ଥିବା ପୋଲିସ କର୍ମଚାରୀମାନେ କୋଭିଡ-୧୯ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବେ।
ଜରେବ ବର୍ଦ୍ଧନ ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ଯେ ‘ଯେତେବେଳେ ଜଣେ ପୋଲିସ ଅଧିକାରୀ ବିନା ଫେସ୍ ସିଲ୍ଡସ୍ରେ ଲୋକଙ୍କ ସହିତ କଥାବାର୍ତ୍ତା କରୁଥିଲେ, ଏହା ଦେଖି ମୋ ମନରେ ଏଭଳି କାମ କରିବା ପାଇଁ ଚିନ୍ତା ଆସିଥିଲା। କାରଣ ପୋଲିସ ଅଧିକାରୀମାନେ ନିଜ ପରିବାରକୁ ଛାଡି ବିପଦପୂର୍ଣ୍ଣ ଅବସ୍ଥାରେ ଡ୍ୟୁଟି କରିଥାନ୍ତି। ପ୍ରତ୍ୟେକ ଦିନ ସାଧାରଣ ଜନତାଙ୍କ ସଂସ୍ପର୍ଶରେ ଆସିଥାନ୍ତି। ଏନେଇ ମୁଁ ପୋଲିସଙ୍କ ପାଇଁ ଓ ଅଭାବୀ ଲୋକମାନଙ୍କ ପାଇଁ 3D ଫେସ୍ ସିଲ୍ଡସ୍ ତିଆରି କରୁଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିୟମ ଅନୁଯାୟୀ ସମସ୍ତ ଲୋକଙ୍କୁ ସାମାଜିକ ଦୂରତା ପାଳନ କରିବା ଉଚିତ୍।
ଜରେବଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ଦିଲ୍ଲୀ କମିଶନର ଶ୍ରୀବାସ୍ତବ ତାଙ୍କୁ ଏକ ଲେଟର (ଯୋଗାଯୋଗ ପତ୍ର) ଦେଇଥିଲେ। ଦିଲ୍ଲୀ ପୋଲିସ ଚିଠିରେ ଲେଖିଛନ୍ତି ‘ଦିଲ୍ଲୀ ପୋଲିସର ଅଧିକାରୀଙ୍କୁ ତରଫରୁ ମୁଁ ଜରେବଙ୍କୁ ଧନ୍ୟବାଦ ଦେଉଛି। କୋଭିଡ-୧୯ର ଅସୁବିଧା ସମୟରେ ମାନବିକତା ଦୃଷ୍ଟିରୁ ଆପଣ ଦିଲ୍ଲୀ ପୋଲିସକୁ ୧୦୦ଟି ଫେସ୍ ସିଲ୍ଡସ୍ ଯୋଗାଇ ଦେଇଛନ୍ତି।’ ସମଗ୍ର ବିଶ୍ୱ ପରି ଦିଲ୍ଲୀ ସହର ମଧ୍ୟ ଏବେ କରୋନା ଭାଇରସର ସାମ୍ନା କରୁଛି । ଯାହା କେବେ ଦିଲ୍ଲୀରେ ଦେଖାଯାଇନଥିଲା।
ଚିଠିରେ ଆହୁରି ମଧ୍ୟ ଲେଖାଯାଇଛି, ମହାମାରୀ ସମୟରେ ଅସୁବିଧାରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ବ୍ୟକ୍ତି ଭଗବାନଙ୍କ ଦେବଦୂତ ସାଜି ଆଗକୁ ଆସିଥାନ୍ତି। ଅସୁବିଧା ସମୟରେ କେତେ ଲୋକ ଭାଙ୍ଗି ପଡିଥାନ୍ତି। କିନ୍ତୁ ଅନେକ ଲୋକ ସାହସର ସହିତ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି। ଅସୁବିଧା ସମୟରେ ସାହାଯ୍ୟର ହାତ ବଢ଼ାଉଥିବା ବ୍ୟକ୍ତି ହେଉଛନ୍ତି ପ୍ରକୃତ ହିରୋ। ଯେଉଁ ବୟସରେ ଘରେ ଆରମରେ ବସି ଖେଳକୁଦ କରିବାର ସମୟ, ଆପଣ 3D ପ୍ରିଣ୍ଟର୍ ସାହାଯ୍ୟରେ ୧୦୦ଟି ଫେସ୍ ସିଲ୍ଡସ୍ ପ୍ରସ୍ତୁତ କରିଛନ୍ତି। ଏ ବୟସରେ ଆପଣଙ୍କର ଏଭଳି ଚିନ୍ତାଧାରକୁ ମୁଁ ସଲାମ୍ କରୁଛି। ଆପଣ କରିଥିବା କାର୍ଯ୍ୟକୁ ମୁଁ ପ୍ରଶଂସା କରୁଛି। ମୋର ବିଶ୍ୱାସ ଅଛି ଯେ ଆପଣ ବଡ ହୋଇ ଆହୁରି ବଡ଼ ବଡ଼ ଦାୟିତ୍ୱ ତୁଲାଇବେ ବୋଲି ଦିଲ୍ଲୀ କମିଶନର କହିଛନ୍ତି।
ଏନେଇ ଜରେବ କହିଛନ୍ତି ଯେ 'ମୁଁ ମୋ ପକେଟ୍ ମନିରୁ ପଇସା ବଞ୍ଚାଇ 3D ମେସିନ୍ କିଣିଥିଲି। ଏହି ମେସିନ୍ ସାହାଯ୍ୟରେ ଦିନକୁ ୧୦ରୁ ଅଧିକ ଫେସ୍ ସିଲ୍ଡସ୍ ପ୍ରସ୍ତୁତ କରିଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)