/odishatv-khabar/media/post_attachments/uploadimage/library/16_9/16_9_0/couple4_1626685389.jpg)
couple4
କେରଳ : କୁହାଯାଏ ସବୁ ସଂପର୍କଠୁ ନିଆରା ପତି-ପତ୍ନୀଙ୍କ ସଂପର୍କ। ଯେଉଁଠି ବିଶ୍ୱାସର ନୀଡ଼ରେ ବସା ବାନ୍ଧିଥାନ୍ତି ଦୁଇ ମନ ଓ ପ୍ରାଣ। ପ୍ରୀତି ଓ ପ୍ରତିଶ୍ରୁତିର ରଙ୍ଗରେ ରଙ୍ଗାୟିତ ହୋଇଥାଏ ସାତଜନମର ସଂପର୍କ । ଜଣେ ଅନୁଭବ କରିପାରେ ଆଉ ଏକ ଦେହ ଓ ହୃଦୟର କଷ୍ଟ । ସେଇଥିପାଇଁ ସବୁଠୁ ପବିତ୍ର ଓ ସୁନ୍ଦର ଏହି ସମ୍ୱନ୍ଧ। ଏମିତି ଏକ ସ୍ୱାମୀ-ସ୍ତ୍ରୀ ସଂପର୍କର ସ୍ୱତନ୍ତ୍ର ଉଦାହରଣ ଦେଖିବାକୁ ମିଳିଛି କେରଳ ଥିସୁରରେ।
ସାନ୍ ଇବ୍ରାହିମ୍ ଓ ସ୍ମୃତି ବିଜୟନ । ଗତ ଦୁଇ ବର୍ଷ ତଳେ ଅଗ୍ନିକୁ ସାକ୍ଷୀ ରଖି ଉଭୟ ପ୍ରେମ ବିବାହ କରିଥିଲେ । ସାତ ଜନ୍ମ ଏକାଠି ରହିବାକୁ ପଣ କରିଥିଲେ । ଆଉ ଏହାକୁ ସତ ଭାବେ ପ୍ରମାଣିତ ବି କରିଛନ୍ତି ସାନ୍ ଇବ୍ରାହିମ୍ ବାଦଶାହ।
ବିବାହର କିଛି ବର୍ଷ ପରେ ହଠାତ୍ ଜଣାପଡ଼ିଥିଲା ସ୍ମୃତିଙ୍କୁ ମାରାତ୍ମକ କ୍ୟାନ୍ସର ହୋଇଛି। କ୍ୟାନ୍ସର ପାଇଁ କେମୋଥେରେଫି ନେବା ପରେ ସ୍ମୃତିଙ୍କ ସବୁ ଚୁଟି ଝଢ଼ି ଗଲା । ସ୍ତ୍ରୀଙ୍କୁ ଏକୁଟିଆ ଅନୁଭବ ନକରିବା ପାଇଁ ସାନ୍ ବି ନିଜେ ଲଣ୍ଡା ହୋଇଯାଇଥିଲେ। ସ୍ତ୍ରୀ ସ୍ମୃତିକୁ ସବୁ ଖୁସି ଦେବା ପାଇଁ ଚେଷ୍ଟା କରିଛନ୍ତି। ସେବେଠୁ ଗଲା ଦୁଇ ବର୍ଷ ଧରି ସ୍ମୃତି ଓ ସାନ୍ ଏକାଠି କ୍ୟାନ୍ସର ସହ ଲଢ଼େଇ କରୁଛନ୍ତି।
ତେବେ ସ୍ମୃତିଙ୍କ ଚିକିତ୍ସା ପାଇଁ ସାନ୍ ନିଜର ସବୁ ଅର୍ଜିତ ଟଙ୍କା ଖର୍ଚ୍ଚ କରିବା ସହ ନିଜ ହାତରେ ବନାଇଥିବା ପେଟିଂକୁ ବି ବିକ୍ରି କରିଦେଇଛନ୍ତି । ସୋଶାଲ ମିଡିଆରେ ଏହି ଖବର ପ୍ରସାରିତ ହେବା ପରେ ଲୋକେ ସାନ୍ଙ୍କ ପେଟିଂ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ । ନିକଟରେ ସାନ୍, ସ୍ମୃତିଙ୍କ ଫଟୋ ଅପଲୋଡ କରିଛନ୍ତି। ଯେଉଁଥରେ ସ୍ମତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସେ ଉଲ୍ଲେଖ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)