Advertisment

ଗାଈମାନେ ପିନ୍ଧିବେ ଶୀତବସ୍ତ୍ର !

ଅଯୋଧ୍ୟା : ଏବେ ଶୀତର ପ୍ରକୋପ ବଢ଼ିବାରେ ଲାଗିଲାଣି। ସମସ୍ତେ ଶୀତବସ୍ତ୍ର ସଂଗ୍ରହରେ ବ୍ୟସ୍ତ। ଆଉ ଏହାରି ଭିତରେ ଅଯୋଧ୍ୟାର ପୌର ପାଳିକା  ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ଶୀତ ପ୍ରକୋପରୁ ଗାଈମାନଙ୍କୁ ସୁରକ୍ଷା ଦେବାକୁ ଭିନ୍ନ ପଦକ୍ଷେପ ଉଠାଇଛନ୍ତି । କର୍ତ୍ତୃପକ୍ଷ ଏହି ପବିତ୍ର ସହରର ବିଭିନ୍ନ ଆଶ୍ରୟସ୍ଥଳରେ ରହୁଥିବା ଗାଈମାନଙ୍କ ପାଇଁ ଶୀତବସ୍ତ୍ର କିଣିବେ। ଏହାକୁ ନେଇ ଅଯୋଧ୍ୟା ନଗର ନିଗମ କମିଶନର ନୀରଜ ଶୁକ୍ଲା କହିଛନ୍ତି, ଆମେ ବର୍ତ୍ତମାନ ଗାଇମାନଙ୍କ ପାଇଁ କୋଟ୍‌ […]

author-image
Pradesh Pratyush
ଗାଈମାନେ ପିନ୍ଧିବେ ଶୀତବସ୍ତ୍ର !

cow

ଅଯୋଧ୍ୟା : ଏବେ ଶୀତର ପ୍ରକୋପ ବଢ଼ିବାରେ ଲାଗିଲାଣି। ସମସ୍ତେ ଶୀତବସ୍ତ୍ର ସଂଗ୍ରହରେ ବ୍ୟସ୍ତ। ଆଉ ଏହାରି ଭିତରେ ଅଯୋଧ୍ୟାର ପୌର ପାଳିକା  ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ଶୀତ ପ୍ରକୋପରୁ ଗାଈମାନଙ୍କୁ ସୁରକ୍ଷା ଦେବାକୁ ଭିନ୍ନ ପଦକ୍ଷେପ ଉଠାଇଛନ୍ତି । କର୍ତ୍ତୃପକ୍ଷ ଏହି ପବିତ୍ର ସହରର ବିଭିନ୍ନ ଆଶ୍ରୟସ୍ଥଳରେ ରହୁଥିବା ଗାଈମାନଙ୍କ ପାଇଁ ଶୀତବସ୍ତ୍ର କିଣିବେ।

Advertisment

ଏହାକୁ ନେଇ ଅଯୋଧ୍ୟା ନଗର ନିଗମ କମିଶନର ନୀରଜ ଶୁକ୍ଲା କହିଛନ୍ତି, ଆମେ ବର୍ତ୍ତମାନ ଗାଇମାନଙ୍କ ପାଇଁ କୋଟ୍‌ ବା ଜ୍ୟାକେଟ୍‌ ପ୍ରସ୍ତୁତି ପ୍ରକ୍ରିୟାରେ ଅଛୁ। ଏହି ସ୍କିମ୍‌ ୩-୪ ଫେଜ୍‌ରେ ଲାଗୁ ହେବ। ପ୍ରଥମେ ବୈଶିଙ୍ଗପୁର ଗାଈ ଆଶ୍ରୟ କେନ୍ଦ୍ରରୁ ଏହା ଆରମ୍ଭ ହେବ। ଏଠାରେ ୧୨୦୦ ଗାଇଗୋରୁ ଅଛନ୍ତି। ୭୦୦ କେବଳ ଷଣ୍ଡ ଅଛନ୍ତି। ବାକି ଗାଈ ଏବଂ ବାଛୁରୀ ଅଛନ୍ତି। ଆମେ ୧୦୦ ଗାଈ କୋଟ୍‌ ପ୍ରଥମେ ମଗାଇଛୁ।

ସେ କହିଛନ୍ତି, ପ୍ରଥମ ଡେଲିଭରୀ ନଭେମ୍ବର ମାସରେ ପହଞ୍ଚିବ। ପ୍ରତିଟି ଗାଈ କୋଟ୍‌ ୨୫୦-୩୦୦ ଟଙ୍କା ପଡ଼ିବ। ବାଛୁରୀଙ୍କ ପାଇଁ ୩ ସ୍ତରର କୋଟ୍‌ ତିଆରି ହେଉଛି। ବାଛୁରୀଙ୍କ ପାଇଁ କଅଁଳିଆ କୋଟ୍‌ ତିଆରି ହେଉଛି। ଏହାର ଉପରି ଭାଗରେ ଝୋଟ ରହିବ, ଯାହାକି ଶରୀରକୁ ଉଷ୍ମତା ଦେବ। ଷଣ୍ଡମାନଙ୍କ ପାଇଁ କେବଳ ଝୋଟରେ କୋଟ୍‌ ତିଆରି ହେବ।

Advertisment
Advertisment
Advertisment