Advertisment

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ଲୁଧିଆନା: ଆଗରୁ ଦେଖିଲେ ସ୍କୁଟର, ପଛରୁ ଦେଖିଲେ ସାଇକେଲ୍। ସାମ୍ନାରୁ ଅବିକଳ ସ୍କୁଟର ଭଳି ଦେଖାଯାଉଥିଲେ ବି ଏହା ହେଉଛି ଏକ ସାଇକେଲ୍। ସାଇକେଲରେ ପେଡାଲ ମାରିବା ଭଳି ଏଥିରେ ମଧ୍ୟ ପେଡାଲ ମରାଯାଉଛି। ଏହି ନିଆରା ସାଇକେଲକୁ ତିଆରି କରିଛନ୍ତି ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର। ପଞ୍ଜାବ ଲୁଧିଆନା ଜିଲ୍ଲା ଲାଖୋୱାଲ ଗାଁର ହରମୋନଜିତ୍ ସିଂ ଏହାକୁ ତିଆରି କରିଛନ୍ତି। ଏଥିପାଇଁ ତାଙ୍କୁ ୧୫ ଦିନ ସମୟ ଲାଗିଛି, ଖର୍ଚ୍ଚ ହୋଇଛି ପାଖାପାଖି ୧୦ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ludhinana

ଲୁଧିଆନା: ଆଗରୁ ଦେଖିଲେ ସ୍କୁଟର, ପଛରୁ ଦେଖିଲେ ସାଇକେଲ୍। ସାମ୍ନାରୁ ଅବିକଳ ସ୍କୁଟର ଭଳି ଦେଖାଯାଉଥିଲେ ବି ଏହା ହେଉଛି ଏକ ସାଇକେଲ୍। ସାଇକେଲରେ ପେଡାଲ ମାରିବା ଭଳି ଏଥିରେ ମଧ୍ୟ ପେଡାଲ ମରାଯାଉଛି। ଏହି ନିଆରା ସାଇକେଲକୁ ତିଆରି କରିଛନ୍ତି ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର।

Advertisment

ପଞ୍ଜାବ ଲୁଧିଆନା ଜିଲ୍ଲା ଲାଖୋୱାଲ ଗାଁର ହରମୋନଜିତ୍ ସିଂ ଏହାକୁ ତିଆରି କରିଛନ୍ତି। ଏଥିପାଇଁ ତାଙ୍କୁ ୧୫ ଦିନ ସମୟ ଲାଗିଛି, ଖର୍ଚ୍ଚ ହୋଇଛି ପାଖାପାଖି ୧୦ ହଜାର ଟଙ୍କା। ତେବେ କାହିଁକି ଏମିତି ଚିନ୍ତାଧାରା ହରମୋନଜିତଙ୍କ ମୁଣ୍ଡକୁ ଆସିଲା, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

https://twitter.com/ANI/status/1298108949799923712?s=20

ହରମୋନଜିତ୍ ତା ବାପାଙ୍କୁ ଏକ ନୂଆ ସାଇକେଲ୍ କିଣିବା ପାଇଁ କହିଥିଲା ହେଲେ କରୋନା ମହାମାରୀ ଏବଂ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ବାପା ବୀର ଦବିନ୍ଦର ସିଂ ପୁଅକୁ ସାଇକେଲ୍ କିଣି ଦେଇପାରିନଥିଲେ। ଏହାପରେ ଉଭୟ ସ୍କୁଟର ଓ ସାଇକେଲର ପାର୍ଟସକୁ ଏକାଠି କରି ବାପାଙ୍କ ସହାୟତାରେ ହରମୋନଜିତ୍ ସାଇକେଲକୁ ନୂଆ ଲୁକ୍ ଦେଇଥିଲେ।

Advertisment

ଏହି ନୂଆ ସାଇକେଲର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ଲକ୍ଷେରୁ ଅଧିକ ଲୋକେ ଦେଖିସାରିଥିବା ବେଳେ ସାଢ଼େ ୪ହଜାରରୁ ଅଧିକ ଲାଇକ୍ ମଧ୍ୟ ମିଳିଛି।

Advertisment
Advertisment