/odishatv-khabar/media/post_attachments/uploadimage/library/16_9/16_9_0/baby-1_1626690273.jpg)
baby
ରାୟପୁର : ଛତିଶଗଡ଼ର ଦାନ୍ତେୱାଡ଼ାରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା , ଯାହାକି ଆମର ସଭ୍ୟ ସମାଜ ପ୍ରତି ଲଜ୍ଜାକର ବିଷୟ । ଜଣେ ୧୧ ବର୍ଷୀୟା ଛାତ୍ରୀ ହୋଇଛନ୍ତି ମାଆ । ସେ ଯେଉଁ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି ,ସେଇଠି ପିଲା ଜନ୍ମ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାଟି ଦାନ୍ତେୱାଡ଼ା ଜିଲ୍ଲାର ପାଟରାସ ଅଂଚଳରେ ଘଟିଛି।
ଡେପୁଟି କଲେକ୍ଟର ନ୍ୟୁଜ୍ ଏଜେନ୍ସିକୁ ସୂଚନା ଦେଇ କହିଛନ୍ତି , ନବଜାତ ଶିଶୁଟି ସୁସ୍ଥ ଅଛି । ଏବେ ନାବାଳିକାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଛି । ସେଠାରେ ତାଙ୍କୁ ଅବଜରଭେସନରେ ରଖାଯାଇଛି । ଆଉ ଘଟଣାର ପ୍ରକୃତ ସତ୍ୟାସତ୍ୟକୁ ଯାଂଚ କାରାଯାଉଛି ।
Dy Collector: She was later brought to the hospital. We'll question the medical staff too. Hostel Superintendent was immediately suspended, further action will be taken based on investigation. School admn handed over the stillborn child to girl's parents who reached later.(18.01) https://t.co/W52l7UEJOu
— ANI (@ANI) January 19, 2020
ଉଲ୍ଲେଖନୀୟ ଯେ ,ନିଜ ଗାଁର ଜଣେ ଯୁବକ ସହ ଗତ ୨ ବର୍ଷ ହେଲା ସଂପର୍କ ରହିଛି ବୋଲି ସ୍କୁଲ୍ ଅଥୋରିଟିକୁ ନାବାଳିକା କହିଛନ୍ତି । ଏହି ଘଟଣାରେ ସ୍କୁଲ୍ ଅଥୋରିଟି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସ୍କୁଲ୍ ସୁପରିଣ୍ଟେଣ୍ଡେଣ୍ଟକୁ ଚାକିରୀରୁ ବହିଷ୍କାର କରାଯାଇଛି।
ନବଜାତକ ଶିଶୁଟିକୁ ନାବାଳିକାଙ୍କର ବାପାଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଡେପୁଟି କଲେକ୍ଟର ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)