Advertisment

କରୋନା ଚାପରୁ ମୁକ୍ତି ପାଇଁ ଅଜବ ପ୍ରୟାସ : ବର୍ଷେ ହେଲା ଡେଉଁଛନ୍ତି ପାଣିକୁ

ନୂଆଦିଲ୍ଲୀ :  କରୋନା ମହାମାରୀର ଏହି ସଂକଟ ସମୟରେ ଲୋକମାନେ ଚିନ୍ତାରେ ଅଛନ୍ତି। ଅନେକ ଲୋକ ଚାପରୁ ମୁକ୍ତି ପାଇବା ପାଇଁ ବିଭିନ୍ନ କାର୍ଯ୍ୟ କରୁଛନ୍ତି। କିନ୍ତୁ ଜଣେ ବ୍ୟକ୍ତି ଏନେଇ ଏମିତି କିଛି କରୁଛନ୍ତି ଯାହା ଜାଣିଲା ପରେ ଆପଣ…

author-image
Pramod Behera
ଅଦ୍ୟତନ ହୋଇଛି
କରୋନା ଚାପରୁ ମୁକ୍ତି ପାଇଁ ଅଜବ ପ୍ରୟାସ : ବର୍ଷେ ହେଲା ଡେଉଁଛନ୍ତି ପାଣିକୁ

1

ନୂଆଦିଲ୍ଲୀ :  କରୋନା ମହାମାରୀର ଏହି ସଂକଟ ସମୟରେ ଲୋକମାନେ ଚିନ୍ତାରେ ଅଛନ୍ତି। ଅନେକ ଲୋକ ଚାପରୁ ମୁକ୍ତି ପାଇବା ପାଇଁ ବିଭିନ୍ନ କାର୍ଯ୍ୟ କରୁଛନ୍ତି। କିନ୍ତୁ ଜଣେ ବ୍ୟକ୍ତି ଏନେଇ ଏମିତି କିଛି କରୁଛନ୍ତି ଯାହା ଜାଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଟେନ୍‌ସନ୍‌ରୁ ମୁକ୍ତି ପାଇବା ପାଇଁ ଚିକାଗୋର ଜଣେ ବ୍ୟକ୍ତି ଗତ ଏକ ବର୍ଷ ଧରି ପ୍ରତିଦିନ ଏକ ହ୍ରଦକୁ ଡେଉଁଛନ୍ତି।

Advertisment

publive-image

ଚିକାଗୋରେ ବୃତ୍ତି ଅନୁଯାୟୀ ବସ୍ ଡ୍ରାଇଭର ଡାନ୍ ଓଙ୍କାନୋର ଶନିବାରକୁ ମିଶେଇ କ୍ରମାଗତ ଭାବେ ୩୬୫ ଦିନ ମିଚିଗାନ୍ ହ୍ରଦକୁ ଡେଉଁଥିବା ଜଣାଯାଏ। ସେ କହିଛନ୍ତି ଯେ ନିଜକୁ ଚାପମୁକ୍ତ କରିବା ପାଇଁ ସେ ଗତ ବର୍ଷ ସହରର ଉତ୍ତର ପାର୍ଶ୍ୱରେ ଥିବା ମଣ୍ଟ୍ରୋଜ୍ ହାରବର୍ ହ୍ରଦକୁ ଡେଇଁବା ଆରମ୍ଭ କରିଥିଲେ।

publive-image

ତିନି ପିଲାଙ୍କ ପିତା ଓଙ୍କାନୋର କହିଛନ୍ତି ଯେ “ମହାମାରୀ ସମୟରେ ମୁଁ ବହୁତ ଚାପ ପାଉଥିଲି ଏବଂ ନିର୍ବାଚନ ବର୍ଷ ହୋଇଥିବାରୁ ବହୁ ଗହଳ ଚହଳ ସହିତ ପାଟିତୁଣ୍ଡ ମଧ୍ୟ ହେଉଥିଲା। ମୁଁ ଏଥିରୁ ଶାନ୍ତି ଚାହୁଁଥିଲି। ଏନେଇ ମୁଁ ଏପରି କରିବାକୁ ବାଧ୍ୟ ହୋଇଥିଲି। କାରଣ ମୁଁ ପାଣି ତଳେ ଶାନ୍ତି ଅନୁଭବ କରୁଥିଲି।”

Advertisment

publive-image

ଥଣ୍ଡା ଦିନେ ହ୍ରଦର ପାଣି ବରଫ ହୋଇଯାଉଥିବାରୁ ଓଙ୍କାନୋରଙ୍କୁ ପାଣିକୁ ଡେଇଁବାରେ ଅସୁବିଧା ହୋ‍ଇଥିଲା। ଫଳରେ ସେ ଏକ ବଡ  ଗାତ ତିଆରି କରିଥିଲେ। ଏହାକୁ ନେଇ ସେ କୁହନ୍ତି ଯେ ଏଭଳି କରି ସେ ହ୍ରଦକୁ ଡେଇଁବା ପରେ ଯେତେବେଳେ ଘରେ ପହଞ୍ଚିଲେ ତାଙ୍କ ଦେହରେ ପ୍ରାୟ ୨୦ଟି ସ୍ଥାନରେ କ୍ଷତ ହୋଇଥିବା ସେ ଦେଖିବାକୁ ପାଇଥିଲେ।

publive-image

ତାଙ୍କ କହିବା କଥା ଯେ “ମୁଁ ଏଭଳି ବାରମ୍ବାର କରୁଥିବାରୁ ଏନେଇ ଲୋକମାନେ ମୋତେ ପଚାରିବାରେ ଲାଗିଲେ ଯେ ଏହାର ଲାଭ କ’ଣ ଏବଂ ସେମାନେ ଏହାକୁ କିପରି ସମର୍ଥନ କରିପାରିବେ। ମୁଁ ଯେତେବେଳେ ଟ୍ୱିଟର ଏବଂ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିବା ଆରମ୍ଭ କଲି, ସେତେବେଳେ ମୋତେ ବହୁତ ସମର୍ଥନ ମିଳିଲା ଏବଂ ଲୋକମାନେ ମୋତେ ପ୍ରଶଂସା କରିବାକୁ ଲାଗିଲେ।

publive-image

ମୋର ଏଭଳି ଅଭ୍ୟାସ ଦେଖି ସେମାନେ ମଧ୍ୟ କରିବା ଆରମ୍ଭ କରିଦେଲେ। ଏହା ଦେଖି ମତେ ଭାରି ଖୁସି ଲାଗୁଛି।   ତେବେ ଶନିବାର ମୋ ପାଇଁ ଏକ ବିଶେଷ ଦିନ ଥିଲା କାରଣ ଏଭଳି କରିବାରେ ମୋର ଏକ ବର୍ଷ ହୋଇସାରିଛି।”

Advertisment
Advertisment