Advertisment

ହାତ ନାହିଁ କିନ୍ତୁ ଗୋଡ଼ରେ ଆଙ୍କୁଛନ୍ତି ଜୀବନ୍ତ ଛବି, ଦେଖନ୍ତୁ ଭିଡିଓ

ଛତିଶଗଡ: କଥାରେ ଅଛି ଯେତେବେଳେ କୌଣସି ଜିନିଷକୁ ଆମେ ହୃଦୟର ସହିତ କରିବାକୁ ଚାହୁଁଛେ, ସେତେବେଳେ ତୁମ ବାଟରେ କୌଣସି ପ୍ରତିବନ୍ଧକ ଆସିପାରିବ ନାହିଁ। ଏହିପରି ଗୋଟିଏ କାହାଣୀ ହେଉଛି ଛତିଶଗଡରେ ରହୁଥିବା ଗୋକରନ ପାଟିଲଙ୍କ। ଗୋକରନ ପାଟିଲ ଜନ୍ମରୁ ହିଁ ଦିବ୍ୟାଙ୍ଗ। ତାଙ୍କର ଦୁଇଟି ଯାକ ହାତ ନାହିଁ। ଅନ୍ୟପକ୍ଷରେ ଗୋକରନ ପାଟିଲଙ୍କ ପିଲାଦିନରୁ ଚିତ୍ର ଆଙ୍କିବାକୁ ଭଲ ପାଉଥିଲେ। ହାତ ନଥିବା ସତ୍ତ୍ୱେ ବି ଚିତ୍ରକର ହେବାର ସ୍ୱପ୍ନକୁ ସେ ଭାଙ୍ଗିନଥିଲେ। ତା’ପରେ ସେ […]

author-image
Mahasweta Baral
ହାତ ନାହିଁ କିନ୍ତୁ ଗୋଡ଼ରେ ଆଙ୍କୁଛନ୍ତି ଜୀବନ୍ତ ଛବି, ଦେଖନ୍ତୁ ଭିଡିଓ

chatis

ଛତିଶଗଡ: କଥାରେ ଅଛି ଯେତେବେଳେ କୌଣସି ଜିନିଷକୁ ଆମେ ହୃଦୟର ସହିତ କରିବାକୁ ଚାହୁଁଛେ, ସେତେବେଳେ ତୁମ ବାଟରେ କୌଣସି ପ୍ରତିବନ୍ଧକ ଆସିପାରିବ ନାହିଁ। ଏହିପରି ଗୋଟିଏ କାହାଣୀ ହେଉଛି ଛତିଶଗଡରେ ରହୁଥିବା ଗୋକରନ ପାଟିଲଙ୍କ। ଗୋକରନ ପାଟିଲ ଜନ୍ମରୁ ହିଁ ଦିବ୍ୟାଙ୍ଗ। ତାଙ୍କର ଦୁଇଟି ଯାକ ହାତ ନାହିଁ। ଅନ୍ୟପକ୍ଷରେ ଗୋକରନ ପାଟିଲଙ୍କ ପିଲାଦିନରୁ ଚିତ୍ର ଆଙ୍କିବାକୁ ଭଲ ପାଉଥିଲେ। ହାତ ନଥିବା ସତ୍ତ୍ୱେ ବି ଚିତ୍ରକର ହେବାର ସ୍ୱପ୍ନକୁ ସେ ଭାଙ୍ଗିନଥିଲେ। ତା’ପରେ ସେ ଆଉ ପଛକୁ ଫେରି ନଥିଲେ କି ଦିନେ ବି ସାମଜ ଆଗରେ ହାର୍‌ ମାନିନଥିଲେ। ଆଗକୁ ବଢ଼ି ଚାଲିଥିଲେ।

Advertisment

ବିନା ହାତରେ ସେ ଏଭଳି ଚିତ୍ର କରିଥିଲେ, ଯାହାକୁ ଦେଖି ସବୁଠାରେ ପ୍ରଶଂସା କରାଯାଉଛି। ଛତିଗଡର ଗୋକରନ  କଠିନ ପରିଶ୍ରମ ଓ ନିଷ୍ଠାର ସହିତ ତାଙ୍କ ପାଦକୁ ବ୍ୟବହାର କରି ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ। ଆଇଏଏସ୍‌ ଅଧିକାରୀ ପ୍ରିୟଙ୍କା ଶୁକ୍ଲା ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରେ ଗୋକରନ ପାଟିଲଙ୍କ ସମ୍ପୂର୍ଣ୍ଣ କାହାଣୀ ସେୟାର କରିଛନ୍ତି। ଏତିକି ନୁହେଁ, ଆଇଏଏସ୍‌ ଅଧିକାରୀ ତାଙ୍କ ପ୍ରଶଂସକମାନଙ୍କ ସହିତ ଗୋକରନ ପେଣ୍ଟିଂ ଭିଡିଓ ମଧ୍ୟ ଶେୟାର କରିଛନ୍ତି।

Advertisment

ପ୍ରିୟଙ୍କା ଶୁକ୍ଲାଙ୍କ ଦ୍ୱାରା ଶେୟାର କରାଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଗୋକରନ ପାଟିଲ ଚିତ୍ର ଆଙ୍କୁଛନ୍ତି। ସେ ପେଣ୍ଟିଂ କରୁଥିବା ବ୍ରଶକୁ ନିଜ ଆଙ୍ଗୁଠି ମଧ୍ୟରେ ଜୋରେ ଚାପିକି ଧରି ଚିତ୍ର ଆଙ୍କୁଛନ୍ତି। ସେ ଜନ୍ମରୁ ଠିକ୍‌ ସେ ଶୁଣିପାରନ୍ତି ନାହିଁ ଓ ତାଙ୍କର ଦୁଇଟି ହାତ ମଧ୍ୟ ନାହିଁ। କିନ୍ତୁ ସେ ନିଜେ ପରିଶ୍ରମ କରି ସମାଜରେ ନିଜ ପାଇଁ ଏକ ଭିନ୍ନ ସ୍ଥାନ ହାସଲ କରିଛନ୍ତି। ଯେଉଁମାନେ ଅଳ୍ପ ପରିଶ୍ରମ କରି ହାରି ଯାଆନ୍ତି, ସେମାନଙ୍କ ପାଇଁ ଗୋକରନ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ପ୍ରିୟଙ୍କା ଶୁକ୍ଲାଙ୍କ ଦ୍ୱାରା ଶେୟାର ହୋଇଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩୮ ହଜାରରୁ ଅଧିକ ଭ୍ୟୁଜ୍‌ ମିଳିଥିବାବେଳେ ୪୦୦ରୁ ଅଧିକ ରି-ଟ୍ୱିଟ୍‌ ମଧ୍ୟ କରାଯାଇଛି। ଏକ ଗଣମାଧ୍ୟମ ଖବର ଅନୁଯାୟୀ, ଗୋକରନ ଛତିଶଗଡର ଭିଲାଇ ସହରର ବାସିନ୍ଦା। ତାଙ୍କର ପ୍ରେରଣାଦାୟକ କାହାଣୀ ସୋସିଆଲ ମଡିଆରେ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଜଣେ ୟୁଜର କମେଣ୍ଟ ଦେଇ କହିଛନ୍ତି ଯେ ଗୋକରନ ପାଟିଲଙ୍କ ଚିତ୍ର ଅନ୍ୟ ଲୋକଙ୍କ ପାଇଁ ପ୍ରେରଣାଦାୟକ।

ସୂଚନାଥାଉକି, ଗୋକରନ ଚିତ୍ରକର ବ୍ୟତୀତ କମ୍ପ୍ୟୁଟର ବ୍ୟବହାର କରିବାରେ ମଧ୍ୟ ମାହିର୍‌। ସେ ଫାଇନ୍‌ ଆର୍ଟସ୍‌ରେ ମଧ୍ୟ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଗୋକରନଙ୍କ ଚିତ୍ରଗୁଡିକ ମୁଖ୍ୟତଃ ପରମ୍ପରା ଓ ସଂସ୍କୃତି ଉପରେ ଆଧାରିତ। ଏଭଳି ଚିତ୍ର ପାଇଁ ଗୋକରନ ଛତିଶଗଡରେ ଆୟୋଜିତ ହେଉଥିବା ଅନେକ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କାର ଜିତିଛନ୍ତି।

Advertisment
Advertisment