Advertisment

ଚାଣକ୍ୟଙ୍କ କେତୋଟି ନୀତି ଆପଣଙ୍କୁ କୋଟିପତି କରିଦେବ

ପରମଜ୍ଞାନୀ ଚାଣକ୍ୟଙ୍କ ମାତ୍ର ୩ଟି କଥା ଆପଣଙ୍କୁ କୋଟିପତି ବନାଇବାରେ ସହାୟକ ହେବ। ଧନୀ ହେବାକୁ ହେଲେ ପ୍ରଥମେ ନିଜ ଅନ୍ତଃକରଣକୁ ଅତି ମଜଭୁତ୍ କରିବାକୁ ହେବ ଏବଂ ଆପଣଙ୍କ ନୀତି ଆଦର୍ଶ ସେପରି ବଳିଷ୍ଠ ହେବା ଦରକାର। ଚାଣକ୍ୟଙ୍କ ମତ ଅନୁସାରେ ବ୍ୟକ୍ତିଙ୍କ ଭଲ ଓ ମନ୍ଦ କାମ ଅନୁସାରେ ତାଙ୍କୁ ସେହିଭଳି ଫଳ ପ୍ରାପ୍ତ ହୁଏ। ପରୋପକାରୀ ମଣିଷ ଏବଂ ସୁକର୍ମ କରୁଥିବା ଲୋକଙ୍କ ଉପରେ ସର୍ବଦା ଲକ୍ଷ୍ମୀମାଆଙ୍କ କୃପାଦୃଷ୍ଟି ଥାଏ। ଲକ୍ଷ୍ମୀ ମାତା […]

author-image
Otv Khabar Bureau
ଅଦ୍ୟତନ ହୋଇଛି
ଚାଣକ୍ୟଙ୍କ କେତୋଟି ନୀତି ଆପଣଙ୍କୁ କୋଟିପତି କରିଦେବ

Dhani-Chanakya

ପରମଜ୍ଞାନୀ ଚାଣକ୍ୟଙ୍କ ମାତ୍ର ୩ଟି କଥା ଆପଣଙ୍କୁ କୋଟିପତି ବନାଇବାରେ ସହାୟକ ହେବ।
ଧନୀ ହେବାକୁ ହେଲେ ପ୍ରଥମେ ନିଜ ଅନ୍ତଃକରଣକୁ ଅତି ମଜଭୁତ୍ କରିବାକୁ ହେବ ଏବଂ ଆପଣଙ୍କ ନୀତି ଆଦର୍ଶ ସେପରି ବଳିଷ୍ଠ ହେବା ଦରକାର। ଚାଣକ୍ୟଙ୍କ ମତ ଅନୁସାରେ ବ୍ୟକ୍ତିଙ୍କ ଭଲ ଓ ମନ୍ଦ କାମ ଅନୁସାରେ ତାଙ୍କୁ ସେହିଭଳି ଫଳ ପ୍ରାପ୍ତ ହୁଏ। ପରୋପକାରୀ ମଣିଷ ଏବଂ ସୁକର୍ମ କରୁଥିବା ଲୋକଙ୍କ ଉପରେ ସର୍ବଦା ଲକ୍ଷ୍ମୀମାଆଙ୍କ କୃପାଦୃଷ୍ଟି ଥାଏ। ଲକ୍ଷ୍ମୀ ମାତା ଧନ ଦେବୀ ଅଟନ୍ତି। ମାଆଙ୍କ କୃପାଦୃଷ୍ଟି
ଯାହା ଉପରେ ପଡ଼େ, ସେ କୋଟିପତି ହୋଇଯାଏ। ବିଦ୍ୱାନ ଚାଣକ୍ୟଙ୍କ ଏହି ନିଗୁଢ଼ ବାଣୀ ସର୍ବଜନ ଆଦୃତ। ବିଶ୍ୱପ୍ରସିଦ୍ଧ ତକ୍ଷ ଶୀଳା ବିଶ୍ୱବିଦ୍ୟାଳୟ ସେ ଶି‍କ୍ଷକତା କରୁଥିଲେ। ତାଙ୍କର 'ଚାଣକ୍ୟ ନୀତି' ଅନେକ ଭାଷାରେ ଅନୁଦିତ ହୋଇ ପାଠକୀୟ ଆଦୃତ ଲାଭ କରିଛି। ଏପରିକି ଜଣଙ୍କୁ ଭଲ ମଣିଷଟିଏ ଗଢ଼ି ତୋଳିବାର ରାହା ଦେଖାଇଛି। ଆଜି ବି ଆମେ ଆପଣଙ୍କୁ ଚାଣକ୍ୟଙ୍କର ୩ ମନ୍ତ୍ର ବିଷୟରେ କହିବୁ ଯାହା ଆପଣଙ୍କୁ ଆର୍ଥିକ ସଫଳତାରେ ପହଞ୍ଚାଇବ।

Advertisment

ଚାଣକ୍ୟଙ୍କ ଏହି ୩ଟି କଥା ମାନିଲେ ଆପଣ ବନିପାରିବେ କୋଟିପତି

୧. କୋଟିପତି ହେବାର ସ୍ୱପ୍ନ ଦେଖୁଥିଲେ, କଠିନ ପରିଶ୍ରମର ଆବଶ୍ୟକ।
ଧନବାନ ବା କୋଟିପତି ହେବାକୁ ଚାହିଁଲେ ଆପଣଙ୍କ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିବ। କୌଣସି ବ୍ୟାବସାୟିକ କର୍ମ କରିବା ପୂର୍ବରୁ ଆପଣ ମାଆ ଲକ୍ଷ୍ମୀଙ୍କ ସ୍ମରଣ କରିବେ। କାହାକୁ ଠକିବେନି, ସଚ୍ଚୋଟତା ସହକାରେ କାମ କରିବେ। ସମୟ ପୂର୍ବରୁ କାମ ସାରୁଥିବା ଲୋକ ଜୀବନରେ ସଫଳତା ପାଏ।
୨. ଯୋଜନା ପ୍ରସ୍ତୁତ କରି କର୍ମ କରନ୍ତୁ, ଲକ୍ଷ୍ୟ ପୂରଣ କରନ୍ତୁ
ଚାଣକ୍ୟଙ୍କ ନୀତି ଅନୁସାରେ ଲକ୍ଷ୍ୟ ପୂରଣ କରିବା ପୂର୍ବରୁ ଭଲ ଭାବେ ଯୋଜନା ପ୍ରସ୍ତୁତ କରନ୍ତୁ। ବୁଝି ବିଚାରି ଯୋଜନା ପ୍ରସ୍ତୁତ କରୁଥିବା ବ୍ୟକ୍ତି କେବେ ହାରେ ନାହିଁ। ଏପରିକି ତା ନିକଟକୁ ଧନ ଦେବୀଙ୍କ ଆଗମନ ହୁଏ। ଯେଉଁ ଲୋକ ସମୟର ମହତ୍ତ୍ୱକୁ ବୁଝନ୍ତି ସେହିମାନେ ହିଁ ସଫଳତାର ସ୍ୱାଦ ଚାଖନ୍ତି।

୩. ଲୋକମାନଙ୍କ ହିତ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ କରିବା ଆବଶ୍ୟକ
ଚାଣକ୍ୟ କହିଛନ୍ତି ସବୁବେଳେ ମାନବ ଜାତିର ହିତ ସାଧନ ପାଇଁ କର୍ମ କରିବା ଆବଶ୍ୟକ। କୌଣସି ଲୋକଙ୍କର ଅହିତ ଚିନ୍ତା କରି କର୍ମ କଲେ ସବୁ ନିଷ୍ଫଳ ହୁଏ। ଏପରି କର୍ମ କରନ୍ତୁ ଯାହାକି ଲକ୍ଷ୍ମୀ ମାଆ ଆପଣଙ୍କ ପ୍ରତି ସଦୟ ହୋଇ ଆର୍ଥିକ ବ୍ୟବସ୍ଥାକୁ ସ୍ୱଚ୍ଛଳ କରିବେ ଏବଂ ଧନଧାନ୍ୟ ଗୋପଲକ୍ଷ୍ମୀରେ ଆପଣଙ୍କ ଘର ପୂରି ଉଠିବ। ଲକ୍ଷ୍ମୀମାଆଙ୍କ ଦେଇଥିବା ଧନକୁ ଅକାରଣରେ ବ୍ୟବହାର କରିବା ଅନୁଚିତ୍। କାହାର ‍କ୍ଷତି କରିବା ପାଇଁ ଅର୍ଥ ବିନିଯୋଗ କଲେ ଆପଣଙ୍କର ହିଁ କ୍ଷତି ହେବ।

Advertisment
Advertisment
Advertisment