Advertisment

ବଜେଟ୍ ସିଂହାବଲୋକନ: କେଉଁ ରାଜ୍ୟକୁ କାହିଁକି ଗୁରୁତ୍ୱ ଦେଲେ ସୀତାରମଣ

“ସଂସଦରେ ଗତକାଲି ଉପସ୍ଥାପିତ ହୋଇଛି ସାଧାରଣ ବଜେଟ ୨୦୨୧-୨୨ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଟ୍ୟାବ ଖୋଲିଛି ୨୦୨୧-୨୨ର ବଜେଟ ଅଟକଳ। କାହା ପାଇଁ କ’ଣ ରହିଛି ଏଇ ବଜେଟରେ ? କାହାକୁ ମିଳିଛି କ’ଣ ଉପହାର ? କାହାକୁ କରାଯାଇଛି ଅଣଦେଖା ? ବଜେଟ୍‌ରେ କେଉଁ ରାଜ୍ୟକୁ ଦିଆଯାଇଛି ଗୁରୁତ୍ୱ ଓ କାହିଁକି ? ବଜେଟର ସଂକ୍ଷିପ୍ତ ବିଶ୍ଳେଷଣ କରିଛନ୍ତି ସାରଦା ଲାହାଙ୍ଗିର। ” ମୋଦି ସରକାର ତାଙ୍କ ନୂଆ ବଜେଟରେ, ନିର୍ବାଚନ ହେବାକୁ ଯାଉଥିବା […]

ବଜେଟ୍ ସିଂହାବଲୋକନ: କେଉଁ ରାଜ୍ୟକୁ କାହିଁକି ଗୁରୁତ୍ୱ ଦେଲେ ସୀତାରମଣ

budget-sarada

Advertisment

“ସଂସଦରେ ଗତକାଲି ଉପସ୍ଥାପିତ ହୋଇଛି ସାଧାରଣ ବଜେଟ ୨୦୨୧-୨୨ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଟ୍ୟାବ ଖୋଲିଛି ୨୦୨୧-୨୨ର ବଜେଟ ଅଟକଳ। କାହା ପାଇଁ କ’ଣ ରହିଛି ଏଇ ବଜେଟରେ ? କାହାକୁ ମିଳିଛି କ’ଣ ଉପହାର ? କାହାକୁ କରାଯାଇଛି ଅଣଦେଖା ? ବଜେଟ୍‌ରେ କେଉଁ ରାଜ୍ୟକୁ ଦିଆଯାଇଛି ଗୁରୁତ୍ୱ ଓ କାହିଁକି ? ବଜେଟର ସଂକ୍ଷିପ୍ତ ବିଶ୍ଳେଷଣ କରିଛନ୍ତି ସାରଦା ଲାହାଙ୍ଗିର।

Advertisment

ମୋଦି ସରକାର ତାଙ୍କ ନୂଆ ବଜେଟରେ, ନିର୍ବାଚନ ହେବାକୁ ଯାଉଥିବା ପଶ୍ଚିମବଙ୍ଗଠାରୁ ଆସାମ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକୁ ବଡ଼ ଉପହାର ଦେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ, ତାମିଲନାଡୁର ଜାତୀୟ ରାଜପଥ ପ୍ରକଳ୍ପ (୧.୦୩ ଲକ୍ଷ କୋଟି), ଯେଉଁଥିରେ ଅର୍ଥନୈତିକ କରିଡର ନିର୍ମାଣ କରାଯିବ, ସେହିପରି କେରଳରେ ୬୫ ହଜାର କୋଟି ବ୍ୟୟରେ ୧୧୦୦ କିଲୋମିଟର ଲମ୍ବା ଜାତୀୟ ରାଜପଥ ନିର୍ମାଣ ହେବ।

ମୋଦି ସରକାରଙ୍କ ସାଧାରଣ ବଜେଟ୍ (ବଜେଟ୍ ୨୦୨୧-୨୨)ରେ ଦେଶର ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷ ସାଧାରଣ ବଜେଟରେ ୩୫୦୦ କିଲୋମିଟର ନୂତନ ଜାତୀୟ ରାଜପଥ ନିର୍ମାଣ କରିବାର ଲକ୍ଷ୍ୟ ରଖିଛନ୍ତି ଏବଂ ତାମିଲନାଡୁରୁ କେରଳ, ଆସାମ ଏବଂ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ବିକାଶର ଭେଟି ଦେଇଛନ୍ତି।

Advertisment

ଟେକ୍ସଟାଇଲ ପାର୍କରୁ ରାଜପଥ ଏବଂ ଅର୍ଥନୈତିକ କରିଡର ପର୍ଯ୍ୟନ୍ତ ଘୋଷଣା, ତାମିଲାନାଡୁର ରାଜନୈତିକ ସମୀକରଣ ଏବଂ ପଶ୍ଚିମବଙ୍ଗ ରାଜପଥର ନବୀକରଣ ପାଇଁ ଏକ ପ୍ରୟାସ ବୋଲି କୁହାଯାଉଛି। ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣରେ କହିଛନ୍ତି ଯେ, ତାମିଲନାଡୁର ୧.୦୩ ଲକ୍ଷ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ଜାତୀୟ ରାଜପଥ ପ୍ରକଳ୍ପରେ ଅର୍ଥନୈତିକ କରିଡର ନିର୍ମାଣ କରାଯିବ। କେରଳରେ ୧୧୦୦ କିଲୋମିଟର ଲମ୍ବ ଜାତୀୟ ରାଜପଥ ମଧ୍ୟ ନିର୍ମାଣ ହେବ, ଯାହାର ମୂଲ୍ୟ ୬୫ ହଜାର କୋଟି ଟଙ୍କା। ଏହାସହିତ ମୁମ୍ବାଇ-କନ୍ୟାକୁମାରୀ ଇକୋନୋମିକ୍ କରିଡର ନିର୍ମାଣ କରାଯିବାକୁ ପ୍ରସ୍ତାବ ରହିଛି। ରାଜ୍ୟର ଭିତ୍ତିଭୂମି ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ।

ପଶ୍ଚିମବଙ୍ଗକୁବିଶେଷଉପହାର:

ନିର୍ମଳା ସୀତାରମଣ ମଧ୍ୟ ପଶ୍ଚିମବଙ୍ଗକୁ ଏକ ବିଶେଷ ଉପହାର ପ୍ରଦାନ କରିଛନ୍ତି। କୋଲକାତା-ସିଲିଗୁଡି ପାଇଁ ଏକ ଜାତୀୟ ରାଜପଥ ପ୍ରକଳ୍ପ ଘୋଷଣା କରାଯାଇଛି। ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ କରି, ହଜାର ହଜାର କିଲୋମିଟର ରାଜପଥ ନିର୍ମାଣ କରାଯିବ। ଏଥିରେ କୋଲକାତା-ସିଲିଗୁଡି ରାସ୍ତାର ମରାମତି ମଧ୍ୟ ଅନ୍ତର୍ଭୁକ୍ତ। ଆସନ୍ତା ୩ ବର୍ଷ ମଧ୍ୟରେ ଆସାମରେ ରାଜପଥ ଏବଂ ଅର୍ଥନୈତିକ କରିଡର ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

Advertisment

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ତରଫରୁ କୁହାଯାଇଥିଲା ଯେ, ୫ଟି ମତ୍ସ୍ୟଜୀବୀ ବନ୍ଦରକୁ ଅର୍ଥନୈତିକ କାର୍ଯ୍ୟକଳାପର କେନ୍ଦ୍ର ଭାବରେ ପ୍ରସ୍ତୁତ କରାଯିବ। ତାମିଲନାଡୁରେ ‘ଫିସ୍ ଲେଣ୍ଡିଂ କେନ୍ଦ୍ର’ର ବିକାଶ କରାଯିବ। ଏଠାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଦୃଷ୍ଟିରୁ ଏହା ମୋଦୀ ସରକାରଙ୍କ ଏକ ବଡ଼ ରାଜନୈତିକ ନିଷ୍ପତ୍ତି ବୋଲି ବିବେଚନା କରାଯାଉଛି।

ଏହା ବ୍ୟତୀତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଜାତୀୟ ରେଳ ଯୋଜନା-୨୦୩୦ ପ୍ରସ୍ତୁତ ଅଛି। ରେଳବାଇକୁ ମୋଟ ୧.୧୦ ଲକ୍ଷ କୋଟି ଟଙ୍କା ବଜେଟ୍ ଦିଆଯାଇଛି। ଭାରତୀୟ ରେଳ ବ୍ୟତୀତ ମେଟ୍ରୋ, ସିଟି ବସ୍ ସେବା ବୃଦ୍ଧି ଉପରେ ଧ୍ୟାନ ଦିଆଯିବ। ଏଥିପାଇଁ ୧୮ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ବର୍ତ୍ତମାନ ମେଟ୍ରୋ ଲାଇନ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି। କୋଚି, ବାଙ୍ଗାଲୋର, ଚେନ୍ନାଇ, ନାଗପୁର, ନାସିକରେ ମେଟ୍ରୋ ପ୍ରକଳ୍ପକୁ ପ୍ରୋତ୍ସାହିତ କରିବାକୁ ଘୋଷଣା କରାଯାଇଥିଲା।

ଟେକ୍ସଟାଇଲ ପାର୍କରେ ତାମିଲନାଡୁର ମଧ୍ୟ ଲାଭ

ଅର୍ଥମନ୍ତ୍ରୀ ବଜେଟ୍ ଅଭିଭାଷଣରେ କହିଛନ୍ତି, ଦେଶରେ ୭ଟି ଟେକ୍ସଟାଇଲ୍ ପାର୍କ ନିର୍ମାଣ କରାଯିବ ଯାହାଦ୍ୱାରା ଭାରତ ଏହି କ୍ଷେତ୍ରରେ ରପ୍ତାନିକାରୀ ଦେଶ ଭାବେ ଉଭା ହେବ। ଏହି ପାର୍କଗୁଡିକର ନିର୍ମାଣ କାର୍ଯ୍ୟ ୩ ବର୍ଷ ମଧ୍ୟରେ ଶେଷହେବ। ଅର୍ଥମନ୍ତ୍ରୀ ଆହୁରି ମଧ୍ୟ ଘୋଷଣା କରିଥିଲେ ଯେ, ୩ ବର୍ଷ ମଧ୍ୟରେ ୫  ଲକ୍ଷ କୋଟି ଟଙ୍କାର ଆର୍ଥିକ ବିକାଶ ପ୍ରତିଷ୍ଠାନ ବା Development Financial Institution (DFI) ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖା ଯାଇଛି।

ଗୁଜୁରାଟ ଏବଂ ମହାରାଷ୍ଟ୍ର ପରେ ତାମିଲନାଡୁ ଏପରି ଏକ  ରାଜ୍ୟ ଯାହା ଟେକ୍ସଟାଇଲ୍ କ୍ଷେତ୍ରରେ ଏକ ବଡ ଉପହାର। କାରଣ କମ ସମୟରେ ଏହି ଅଞ୍ଚଳରେ ଗାର୍ମେଣ୍ଟ ଇଣ୍ଡଷ୍ଟ୍ରି ବା କପଡ଼ା କାରଖାନା ଦ୍ରୁତ ଗତିରେ ବଢ଼ିଚାଲିଛି, ଯାହା ଏ ଅଂଚଳର ଏକ ନୂଆ ପରିଚୟ ସୃଷ୍ଟି କରିଛି।

ନିକଟରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ତାମିଲନାଡୁ ଗସ୍ତ କରି ବୟନଶିଳ୍ପ ସହିତ ଜଡିତ ଲୋକଙ୍କୁ ଭେଟି, ମୋଦୀ ସରକାରଙ୍କୁ ସମାଲୋଚନା କରିଥିଲେ। ଏଭଳି ପରିସ୍ଥିତିରେ ବୟନଶିଳ୍ପ କ୍ଷେତ୍ରରେ କେନ୍ଦ୍ର ଅର୍ଥମନ୍ତ୍ରୀ ଏକ ବଡ଼ ଘୋଷଣା କରି କଂଗ୍ରେସକୁ ଜବାବ ଦେଇଛନ୍ତି ବୋଲି କୁହାଯାଇ ପାରିବ।

ବର୍ତ୍ତମାନ  ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ଆସାମରେ ବିଜେପି ଏବଂ ‘ଆସାମ ଗଣ ପରିଷଦ’ର ଏକ ମିଳିତ ସରକାର ଅଛି, ଯାହାର ନେତୃତ୍ୱ ନେଉଛନ୍ତି ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ। ପଶ୍ଚିମବଙ୍ଗରେ ଟିଏମସି ସରକାର ଅଛି ଏବଂ ମମତା ବାନାର୍ଜୀ ଅଛନ୍ତି ମୁଖ୍ୟମନ୍ତ୍ରୀ। କେରଳରେ ରାଜୁତି କରୁଛି ଏକ ବାମ ଡେମୋକ୍ରାଟିକ୍ ଫ୍ରଣ୍ଟ ସହିତ କଂଗ୍ରେସ । ଏହାର ନେୃତୃତ୍ୱ ନେଉଛନ୍ତି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ।

AIADMK ଶାସିତ ତାମିଲନାଡୁରେ ଇ.ପାଲାନିସ୍ୱାମୀ ମୁଖ୍ୟମନ୍ତ୍ରୀ ଅଛନ୍ତି। କଂଗ୍ରେସରେ କେବଳ ପୁଡୁଚେରୀର ୟୁନିଅନ୍ ଟେରିଟୋରୀ ଅଛି, ଯେଉଁଠାରେ ଭି.ନାରାୟଣସ୍ୱାମୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ। ଏହି ୫ଟି ରାଜ୍ୟରେ ନିର୍ବାଚନ ଜିତିବାକୁ ବିଜେପି ଯଥାସମ୍ଭବ ଚେଷ୍ଟା କରୁଛି। ବିଶେଷକରି ପଶ୍ଚିମବଙ୍ଗରେ ମମତାଙ୍କ ଦୁର୍ଗରେ ପ୍ରବେଶ କରିବା ଏବଂ ଆସାମରେ ନିଜର ଦବଦବା ରକ୍ଷା କରିବା ପାଇଁ ବିଜେପିର ଆଖି। ଏଥିସହିତ ତାମିଲନାଡୁରେ ମଧ୍ୟ ବିଜେପି ସହିତ ଏଆଇଏଡିଏମକେ ମୈଦାନରେ ରହିଛି।

ନିର୍ବାଚନ ପୂର୍ବରୁ ମୋଦୀ ସରକାର ବଜେଟ ମାଧ୍ୟମରେ ପାଞ୍ଚଟି ରାଜ୍ୟର ନିର୍ବାଚନ ସମୀକରଣର ଆଭିମୁଖ୍ୟ ଗ୍ରହଣ କରିଛନ୍ତି...ଅବଶ୍ୟ ଏଇ ପାଞ୍ଚଟିଯାକ ସ୍ଥାନରେ ନିର୍ବାଚନ ସମୟରେ ଏଇ ଯୋଜନା ଗୁଡିକ ଆରମ୍ଭ ହୋଇ ନ ଥାଇପାରେ । କିନ୍ତୁ ନିର୍ବାଚନ ସମୟରେ ବିଜେପି ନିଶ୍ଚିତ ଭାବେ ଏଇ ଘୋଷଣାର ଲାଭ ଉଠାଇପାରେ।

Union Budget 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ