/odishatv-khabar/media/post_attachments/uploadimage/library/16_9/16_9_0/marraie2_1625459793.jpg)
marraie2
ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଚତରା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଇଟଖୋରୀରେ ରହୁଥିବା ପ୍ରିୟଙ୍କା କୁମାରୀଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। Shaadi.com ମାଧ୍ୟମରେ ଯୁବତୀ ଜଣଙ୍କ ଜଣେ ନୁହଁ ତିନି ତିନି ଜଣଙ୍କୁ ବାହା ହୋଇ ବିଦେଶକୁ ପଳାଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ଏତେ ଚାଲାକ୍ ଥିଲେ ଯେ ସେ ବିଭିନ୍ନ ରାଜ୍ୟରୁ ଯୁବକମାନଙ୍କୁ ନିଜ ପ୍ରେମ ଜାଲରେ ଫସେଇ ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିଛି।
/odishatv-khabar/media/post_attachments/aajtak/images/Photo_gallery/092019/married-dulhan_080720121156.jpg)
ଖବର ଅନୁଯାୟୀ, ପ୍ରିୟଙ୍କା ପ୍ରଥମେ Shaadi.com ସାହାଯ୍ୟରେ ଗିରିଡିହ ଅଞ୍ଚଳରୁ ନିଲୟ କୁମାର ନାମକ ଜଣେ ଯୁବକଙ୍କ ସହ ସମ୍ପର୍କ ସ୍ଥାପନ କରି ରାଞ୍ଚିରେ ତାଙ୍କୁ ବିବାହ କରିଥିଲେ। ବାହାଘରର ୨ବର୍ଷ ପରେ ପ୍ରିୟଙ୍କା ଓ ନୀଲମଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ପ୍ରିୟଙ୍କା ନୀଲମଙ୍କ ଠାରୁ ଏକ କୋଟି ଟଙ୍କା ନେଇ ଯାଇ କେଉଁ ଆଡେ ଫେରାର ହୋଇଯାଇଛି।
କିଛି ଦିନ ପରେ, ପୁର୍ନବାର Shaadi.com ରେ ପ୍ରିୟଙ୍କା ନିଜକୁ ଅବିବାହିତ କହି ଗୁଜରାଟର ରାଜକୋଟରେ ଅମିତ ମୋଦି ନାମକ ଜଣେ ଯୁବକଙ୍କୁ ନିଜ ପ୍ରେମରେ ଫସାଇ ତାଙ୍କୁ ବିବାହ କରିଥିଲେ। ପରେ ପ୍ରିୟଙ୍କା ନିଜ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବା କହି ଅମିତଙ୍କ ଠାରୁ ପ୍ରାୟ ୪୦ ରୁ ୪୫ଲକ୍ଷ ଟଙ୍କା ନେଇଥିଲେ।
/odishatv-khabar/media/post_attachments/aajtak/images/Photo_gallery/092019/chatraaa_080720121156.jpg)
ତା’ପରେ ଅମିତ ମୋଦିଙ୍କ ସହ କିଛି ମାସ ରହିବା ପରେ ପ୍ରିୟଙ୍କା କହିଥିଲେ ଯେ ତାଙ୍କ ଭଉଣୀଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ପଡିବ। ତେଣୁ ତାଙ୍କୁ ଦିଲ୍ଲୀ ଯିବାକୁ ପଡିବ। ଏହା ପରେ ପ୍ରିୟଙ୍କା ଆଉ ଦିଲ୍ଲୀରୁ ଅମିତଙ୍କ ଘରକୁ ଫେରି ନଥିଲେ।
ପରେ ଅମିତ ଜାଣିବାକୁ ପାଇଲେ ଯେ ୨୯ ଡିସେମ୍ବର ୨୦୧୮ରେ ପ୍ରିୟଙ୍କା ପୁଣେ ସୁମିତ ଦାଶରଥ ପାୱାର ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କ ସହ କାଲିଫର୍ଣ୍ଣିଆ ପଳେଇ ଯାଇଛନ୍ତି।
/odishatv-khabar/media/post_attachments/aajtak/images/Photo_gallery/092019/dulhaasss_080720121156.jpg)
ଏସବୁ ଘଟଣାର ପର୍ଦାଫାଶ ସେତେବେଳେ ହୋଇଥିଲା, ଯେତେବେଳେ ସୁମିତଙ୍କ ମା’ ପ୍ରିୟଙ୍କାର ମୋବାଇଲ୍ରେ ଅମିତର କଲ୍ ଦେଖିଥିଲେ ଓ ଅମିତଙ୍କ ସହିତ ପ୍ରିୟଙ୍କାର ଫଟୋକୁ ମଧ୍ୟ ଦେଖିଥିଲେ।
/odishatv-khabar/media/post_attachments/aajtak/images/Photo_gallery/092019/dulhannnn_080720121156.jpg)
ପ୍ରିୟଙ୍କାଙ୍କ ବିଷୟରେ ଅଧିକ କିଛି ସୂଚନା ପାଇବା ପାଇଁ ସୁମିତଙ୍କ ମା’ ଅମିତଙ୍କୁ ଫୋନ କରିଥିଲେ। ସେତେବେଳେ ପ୍ରିୟଙ୍କାଙ୍କ ଅସଲି ମୁଖା ଖୋଲି ଯାଇଥିଲା। ଏହା ପରେ ସେ ପୁଣେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଇଟଖୋରୀ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଘଟଣାରେ ପୁଣେ ପୋଲିସ ଚତରା ପୋଲିସକୁ ତଦନ୍ତ କରିବାକୁ କହିଛି। ପାସପୋର୍ଟ ଅଫିସରେ ମିଥ୍ୟା ସୂଚନା ଦେଇଥିବାରୁ ପ୍ରିୟଙ୍କାଙ୍କ ଉପରେ ମଧ୍ୟ ଅଭିଯୋଗ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)