/odishatv-khabar/media/post_attachments/uploadimage/library/16_9/16_9_0/marriage-2_1626687416.jpg)
marriage
ବାରଣାସୀ : ଆକାଶ ଛୁଆଁ ଦରକୁ ନେଇ ସୁନା ଠୁ ବି ବଳି ପଡ଼ିଛି ପିଆଜ । ରୋଷେଇ ଘର ଓ ହୋଟେଲରୁ ଉଭାନ ହୋଇଯାଇଛି ପିଆଜ । ଆଉ ଏହି ସମୟରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି । ଏକ ବାହାଘରରେ ବର-କନ୍ୟା ପରସ୍ପରକୁ ପିନ୍ଧାଇଛନ୍ତି ପିଆଜ-ରସୁଣର ବରଣମାଳା । ଯାହାକୁ ନେଇ ଚର୍ଚ୍ଚା ।
ସୂଚନା ମୁତାବକ , ଏକ ବାହାଘରରେ ମହଙ୍ଗା ପିଆଜକୁ ନେଇ ଲୋକଙ୍କୁ ଏକ ଭିନ୍ନ ବାର୍ତ୍ତା ଦେବା ପାଇଁ ବର-କନ୍ୟା ଏମିତି ଏକ ଉପାୟ ଚିନ୍ତା କଲେ । ଆଉ ପରସ୍ପରକୁ ପିଆଜ-ରସୁଣରେ ତିଆରି ମାଳା ପିନ୍ଧାଇଲେ । ସେଠାକୁ ଆସିଥିବା ଅତିଥିମାନେ ମଧ୍ୟ ପିଆଜ ଗିଫ୍ଟ ଦେଇଥିଲେ ।
ପିଆଜର ଦାମ ବଢ଼ିବାକୁ ନେଇ କେବଳ ଯେ ସାଧାରଣ ଲୋକ ତାନୁହେଁ ବଡ଼ ବଡ଼ ହୋଟେଲ –ରେଷ୍ଟୁରାଣ୍ଟମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେମାନେ ନିଜର ଗ୍ରାହକଙ୍କୁ ସୂଚନା ଦେଇ ପୋଷ୍ଟର ଲଗାଇ କହିଛନ୍ତି, ‘ଦୟାକରି ପିଆଜ ମାଗି ଆମକୁ ଲଜ୍ଜିକ କରନ୍ତୁ ନାହିଁ’ । ହୋଟେଲ୍ ମାଲିକ ଲୋକଙ୍କୁ କହିଛନ୍ତି କି ପିଆଜ ମହଙ୍ଗା ହୋଇଯିବାରୁ ଏହାର ବ୍ୟବହରା ଟିକେ କମ୍ କରିଦେଇଛୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)