Advertisment

ହ୍ୱାଟ୍‌ସଆପ୍‌ ବ୍ୟବହାର କରିବାରୁ ଯୁବତୀଙ୍କ ଭାଙ୍ଗିଲା ବାହାଘର

ଲକ୍ଷ୍ନୌ: ସୋଶାଲ୍‌ ମିଡିଆର ବ୍ୟବହାର ଫଳରେ ଯୁବପିଢ଼ୀମାନେ ବିଭିନ୍ନ ସୁବିଧା ସୁଯୋଗ ହାତ ପାହନ୍ତାରେ ପାଇପାରୁଛନ୍ତି। ହେଲେ ଏହି ସୋଶାଲ ମିଡ଼ିଆ ବ୍ୟବହାର ଦ୍ୱାରା ହିଁ ସେମାନଙ୍କ ଉପରେ ବହୁ କୁପ୍ରଭାବ ପଡ଼ିଥାଏ ବୋଲି ଅଭିଭାବକମାନେ ଅନେକ ସମୟରେ ଚିନ୍ତିତ ଥାନ୍ତି। ଏହାର ବ୍ୟବହାରକୁ ବି କିଛି ବାପା ମାଆ ନାପସନ୍ଦ କରିଥାନ୍ତି। ସେମିତି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶରେ। ସୋଶାଲ ମିଡ଼ିଆ ବ୍ୟବହାର ଯୋଗୁ ପୁଅ ପାଇଁ ଠିକ୍‌ ହୋଇଥିବା ବାହାଘର ଭାଙ୍ଗିଦେଇଛନ୍ତି ଏକ […]

author-image
Otv Khabar Bureau
ହ୍ୱାଟ୍‌ସଆପ୍‌ ବ୍ୟବହାର କରିବାରୁ ଯୁବତୀଙ୍କ ଭାଙ୍ଗିଲା ବାହାଘର

whatsapp-up

ଲକ୍ଷ୍ନୌ: ସୋଶାଲ୍‌ ମିଡିଆର ବ୍ୟବହାର ଫଳରେ ଯୁବପିଢ଼ୀମାନେ ବିଭିନ୍ନ ସୁବିଧା ସୁଯୋଗ ହାତ ପାହନ୍ତାରେ ପାଇପାରୁଛନ୍ତି। ହେଲେ ଏହି ସୋଶାଲ ମିଡ଼ିଆ ବ୍ୟବହାର ଦ୍ୱାରା ହିଁ ସେମାନଙ୍କ ଉପରେ ବହୁ କୁପ୍ରଭାବ ପଡ଼ିଥାଏ ବୋଲି ଅଭିଭାବକମାନେ ଅନେକ ସମୟରେ ଚିନ୍ତିତ ଥାନ୍ତି। ଏହାର ବ୍ୟବହାରକୁ ବି କିଛି ବାପା ମାଆ ନାପସନ୍ଦ କରିଥାନ୍ତି।

Advertisment

ସେମିତି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶରେ। ସୋଶାଲ ମିଡ଼ିଆ ବ୍ୟବହାର ଯୋଗୁ ପୁଅ ପାଇଁ ଠିକ୍‌ ହୋଇଥିବା ବାହାଘର ଭାଙ୍ଗିଦେଇଛନ୍ତି ଏକ ପରିବାର। କାରଣ ଝିଅଟି ଆବଶ୍ୟକତା ଠାରୁ ଅଧିକ ସମୟ ହ୍ୱାଟ୍‌ସଆପ ବ୍ୟବହାର କରୁଥିଲେ ବୋଲି ପୁଅ ପକ୍ଷ କହିଛନ୍ତି।

publive-imageଖବର ଅନୁଯାୟୀ ବାହାଘର ପୂର୍ବରୁ ଝିଅଟି ବର ପକ୍ଷ ଲୋକଙ୍କୁ ହ୍ୱାଟ୍‌ସଆପ୍‌ରେ ମେସେଜ ଦେଉଥିଲେ। ଯାହାକି ବର ପକ୍ଷ ଲୋକଙ୍କୁ ପସନ୍ଦ ଆସୁନଥିଲା। ସେଥିପାଇଁ ବାହାଘର ପାଇଁ ସବୁ ପ୍ରସ୍ତୁତି ହୋଇସାରିଥିଲେ ବି ବରପକ୍ଷ ଲୋକ ବାହାଘର ନକରିବା ପାଇଁ ନିଷ୍ପତ୍ତି ନେଇଥିଲେ।

Advertisment

ତେବେ କନ୍ୟାପକ୍ଷ ଲୋକ ଏହି ଅଭିଯୋଗକୁ ଖଣ୍ଡନ କରିବାସହିତ ପୁଅ ପକ୍ଷଙ୍କ ଉପରେ ସେମାନେ ଥାନାରେ ଅଭିଯୋଗ କରିଛନ୍ତି। ସେମାନେ ଦର୍ଶାଇଛନ୍ତି, ପୁଅ ପକ୍ଷ ଲୋକ ସେମାନଙ୍କୁ ଯୌତୁକ ଆକାରରେ ୬୫ ଲକ୍ଷ ଟଙ୍କା ମାଗୁଥିଲେ। ଥାନାରେ ମାମଲା ପରେ ପୁଲିସ ଘଟଣାର ସତ୍ୟାସତ ଜାଣିବା ପାଇଁ ଅନୁସନ୍ଧାନ ଜାରି ରଖିଛି।

Advertisment
Advertisment