Advertisment

ଆଗେ ଆଗେ ବାଘ, ପଛେ ପଛେ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ଲକ୍‌ଡାଉନ୍‌ ଯୋଗୁ ସବୁକିଛି ଠପ୍‌ ହୋଇଯାଇଛି। ଏଭଳି ପରିସ୍ଥିତିରେ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବାଧ୍ୟ ହେଉଛନ୍ତି। ଏହି ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟିରେ ପ୍ରବାସୀ ଶ୍ରମିକମାନେ ଚିତାବାଘର ପଛେପଛେ ରାସ୍ତା ପାର ହେଉଥିବାର ଦେଖିବାକୁ ମିଳିଛି। ଏହି ଭିଡିଓଟିକୁ ବଲିଉଡର ଲୋକପ୍ରିୟ […]

author-image
Mahasweta Baral
ଆଗେ ଆଗେ ବାଘ, ପଛେ ପଛେ ପ୍ରବାସୀ ଶ୍ରମିକ

tier

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ଲକ୍‌ଡାଉନ୍‌ ଯୋଗୁ ସବୁକିଛି ଠପ୍‌ ହୋଇଯାଇଛି। ଏଭଳି ପରିସ୍ଥିତିରେ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବାଧ୍ୟ ହେଉଛନ୍ତି। ଏହି ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ଭିଡିଓଟିରେ ପ୍ରବାସୀ ଶ୍ରମିକମାନେ ଚିତାବାଘର ପଛେପଛେ ରାସ୍ତା ପାର ହେଉଥିବାର ଦେଖିବାକୁ ମିଳିଛି। ଏହି ଭିଡିଓଟିକୁ ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ଶଗୁଫତା ରଫିକ୍‌ ଟ୍ୱିଟ୍‌ କରି କହିଛନ୍ତି,’‘ମଣିଷକୁ ମଣିଷଠୁ ବଞ୍ଚିବା ଆବଶ୍ୟକ’ ପଶୁମାନଙ୍କଠୁ ନୁହେଁ’। ଏହି ଟ୍ୱିଟରେ ତାଙ୍କ ପ୍ରଶଂସକମାନେ ବହୁତ ମନ୍ତବ୍ୟ ମଧ୍ୟ ଦେଇଥିବା ଜଣାପଡିଛି।

Advertisment

ଶଗୁଫତା ରଫିକ୍‌ ଟ୍ୱିଟ କରିଥିବା  ଭିଡିଓଟି ଉତ୍ତରାଖଣ୍ଡର ଜିମ କର୍ବେଟ ଅଞ୍ଚଳର ବୋଲି ଜଣାପଡିଛି। ଭିଡିଓଟରେ ଦେଖିବାକୁ ମିଳିଛି ଯେ ଏକ ଚିତାବାଘ ଯେଉଁବାଟ ଦେଇ ଯାଉଛି, ତାରି ପଛରେ ପ୍ରାୟ ୫ଜଣ ପ୍ରବାସୀ ଶ୍ରମିକ ଚାଲି ଚାଲି ନିଜ ଘରକୁ ଯାଉଛନ୍ତି।

ପ୍ରବାସୀ ଶ୍ରମିକମାନେ ହାତରେ ଟର୍ଚ୍ଚ ଧରିଥିବାର ଦେଖିବାକୁ ମିଳିଛି। ଏନେଇ ରଫିକ୍‌ ଟ୍ୱିଟ୍‌କରି ଲେଖିଛନ୍ତି,’ମଣିଷ ଓ ପଶୁମାନେ ସର୍ବଦା ସମାନ ମାର୍ଗରେ ବାସ କରନ୍ତି’। ଅର୍ଥାତ ମଣିଷକୁ ପଶୁମାନଙ୍କଠାରୁ ନୁହେଁ ବରଂ ମଣିଷମାନଙ୍କଠାରୁ ବଞ୍ଚିବା ଆବଶ୍ୟକ’।

ରଫିକ୍‌ ସୋସିଆଲ ମିଡିଆରେ ତାଙ୍କ ମତାମତ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ପ୍ରାୟତଃ ସମସାମୟିକ ପ୍ରସଙ୍ଗରେ ନିଜର ମତକୁ ପ୍ରକାଶ କରିଥାନ୍ତି। ଲକ୍‌ଡାଉନ୍‌ ଯୋଗୁ ବାହାରେ ଫସି ରହିଥିବା ଲକ୍ଷଲକ୍ଷ ପ୍ରବାସୀ ଶ୍ରମିକ ନିଜ ଘରକୁ ଫେରୁଛନ୍ତି। ଏହି କାରଣରୁ ଅନେକ ସ୍ଥାନରେ ଶ୍ରମିକମାନେ ବିଭିନ୍ନ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ଘଟିଥିବା ଜଣାପଡିଛି।

ୱାରଙ୍ଗାବାଦରେ ଟ୍ରେନ୍‌ ଯୋଗୁ ପ୍ରାୟ ୧୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରେଦଶ ଭଳି ରାଜ୍ୟରେ ଶ୍ରମିକମାନେ ରାସ୍ତାରେ ବସ୍‌ ଯୋଗୁ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି।

Advertisment
Advertisment