/odishatv-khabar/media/post_attachments/uploadimage/library/16_9/16_9_0/auto-1_1626697419.jpg)
auto
ନୂଆଦିଲ୍ଲୀ: ଦେଶରେ ବସ୍ ଓ ଅଟୋ ଚଳାଚଳ ହୋଇଥିଲେ ବି କରୋନା ସଂକ୍ରମଣ ଭୟରେ ଲୋକେ ଯିବାକୁ ପସନ୍ଦ କରୁନାହାନ୍ତି। କିନ୍ତୁ ଏହି ଭୟ ଭିତରେ ଯାତ୍ରୀମାନଙ୍କୁ ନିରାପଦରେ ନେବା ଆଣିବା ପାଇଁ ସହରରେ ଗଡୁଛି ସ୍ୱତନ୍ତ୍ର ଅଟୋ। ଅଟୋରେ ରହିଛି ହ୍ୟାଣ୍ଡ ୱାସ୍, ୱାସ୍ ବେସିନ୍। ଏହାସହ ଅଟୋ ଭିତର ଛୋଟ ଗଛ ଓ ଫୁଲରେ ସଜା ହୋଇଛି। ଆପଣ ଦେଖିଲେ ଚକିତ ନିଶ୍ଚିତ ଲାଗିବ। ଏହି ଅଟୋ ଚଳାଉଥିବା ଜଣେ ଡ୍ରାଇଭରଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
Corona Virus ka bilkul ricks nahi lene ka pic.twitter.com/I2uWJ82Fzm
— Autowaala (@Autowaala) June 15, 2020
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଅଟୋ ଡ୍ରାଇଭର କରୋନାରୁ ଯାତ୍ରୀମାନଙ୍କୁ ରକ୍ଷା କରିବା ପାଇଁ ଅଟୋରେ ଏକ ୱାଶ ବେସିନ୍ ଲଗାଇଛନ୍ତି। ବେସିନ୍ ସହିତ ହ୍ୟାଣ୍ଡୱାସ ମଧ୍ୟ ରଖାଯାଇଛି। ଅଟୋରେ ପାଣି ବୋତଲ ମଧ୍ୟ ରଖାଯାଇଛି। ଅଟୋରେ ଯାତ୍ରୀମାନେ ବସିବା ପୂର୍ବରୁ ଓ ପରେ ଏହାକୁ ବ୍ୟବହାର କରିବା ପାଇଁ ମଧ୍ୟ କୁହାଯାଉଛି। ଏହି ଭିଡିଓକୁ @Autowaala ନାମକ ଟ୍ୱିଟ୍ର ପେଜ୍ରେ ସେୟାର କରାଯାଇଛି।
ଭିଡିଓରେ ଆହୁରି ମଧ୍ୟ ଦେଖିବାକୁ ମିଳୁଛି ଯେ ଡ୍ରାଇଭର ଅଟୋରେ କୃତ୍ରିମ ଘାସ ଲଗାଇଛନ୍ତି। ଦୁଇଟି ଫୁଲ କୁଣ୍ଡ ମଧ୍ୟ ବନ୍ଧାଯାଇଛି। କରୋନା ଭାଇରସରୁ ଯାତ୍ରୀଙ୍କୁ ରକ୍ଷା କରିବା ପାଇଁ ଅଟୋର ପଛ ସିଟ୍ରେ ଏକ ୱାଶ୍ ବେସିନ ଲଗାଯାଇଛି। ବେସିନ୍ରେ ତଳେ ଏକ ପାଇପ୍କୁ ମଧ୍ୟ ସଂଯୋଗ କରାଯାଇଛି। ଏହି ଅଟୋରେ ଏଭଳି ପରିସ୍କାର ଦେଖି ଯେକିହି ବି ଇଛା କରିବେ ବସିବା ପାଇଁ। ଏହି ଭିଡିଓକୁ ସେୟାର କରି କ୍ୟାପସନରେ ଲେଖାଯାଇଛି ‘ କରୋନା ଭାଇରସର ଆଦୌ ରିସ୍କ ନେବା ଉଚିତ୍ ନୁହେଁ’।
ଏହି ଭିଡିଓକୁ ଜୁନ୍ ୧୫ରେ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା। ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୬୬୭୦ ଲୋକ ଦେଖିଥିବା ଜଣାପଡିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)