Advertisment

ବାହାଘର ପାଇଁ ରଖିଥିଲେ ଟଙ୍କା, କରୋନା ପ୍ରଭାବିତଙ୍କୁ ବାଣ୍ଟିଦେଲେ ଅଟୋ ଡ୍ରାଇଭର

ମୁମ୍ୱାଇ: ମହାରାଷ୍ଟ୍ର ପୁଣେରେ ଜଣେ ଅଟୋ ଡ୍ରାଇଭର ନିଜ ବାହାଘର ପାଇଁ ସଞ୍ଚୟ କରି ରଖିଥିବା ଟଙ୍କାକୁ ଅସୁବିଧା ସମୟରେ ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ କରି ସମସ୍ତଙ୍କ ଆଖିର ତାରା ପାଲଟିଛନ୍ତି। ତାଙ୍କ ନାଁ ଅକ୍ଷୟ କୋଠୱାଲେ। ତାଙ୍କ ପ୍ରତି ଥିବା ଲୋକଙ୍କ ଭଲପାଇବାକୁ ନେଇ ଅକ୍ଷୟ କହିଛନ୍ତି ଯେ ମୁଁ ସେମାନଙ୍କ ନିକଟରେ କୃତଜ୍ଞ। ଅସହାୟ ଗରିବ ଲୋକଙ୍କୁ ସାହାଯ୍ୟ କରି ପାରିଥିବାରୁ ତାଙ୍କୁ ଖୁସି ଲାଗୁଛି। ଅକ୍ଷୟ ବାହାଘର ପାଇଁ ଦୁଇଲକ୍ଷ ଟଙ୍କା […]

author-image
Mahasweta Baral
ବାହାଘର ପାଇଁ ରଖିଥିଲେ ଟଙ୍କା, କରୋନା ପ୍ରଭାବିତଙ୍କୁ ବାଣ୍ଟିଦେଲେ ଅଟୋ ଡ୍ରାଇଭର

auto

ମୁମ୍ୱାଇ: ମହାରାଷ୍ଟ୍ର ପୁଣେରେ ଜଣେ ଅଟୋ ଡ୍ରାଇଭର ନିଜ ବାହାଘର ପାଇଁ ସଞ୍ଚୟ କରି ରଖିଥିବା ଟଙ୍କାକୁ ଅସୁବିଧା ସମୟରେ ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ କରି ସମସ୍ତଙ୍କ ଆଖିର ତାରା ପାଲଟିଛନ୍ତି। ତାଙ୍କ ନାଁ ଅକ୍ଷୟ କୋଠୱାଲେ। ତାଙ୍କ ପ୍ରତି ଥିବା ଲୋକଙ୍କ ଭଲପାଇବାକୁ ନେଇ ଅକ୍ଷୟ କହିଛନ୍ତି ଯେ ମୁଁ ସେମାନଙ୍କ ନିକଟରେ କୃତଜ୍ଞ। ଅସହାୟ ଗରିବ ଲୋକଙ୍କୁ ସାହାଯ୍ୟ କରି ପାରିଥିବାରୁ ତାଙ୍କୁ ଖୁସି ଲାଗୁଛି।

Advertisment

ଅକ୍ଷୟ ବାହାଘର ପାଇଁ ଦୁଇଲକ୍ଷ ଟଙ୍କା ସଞ୍ଚୟ କରିଥିଲେ। ତାଙ୍କର ବାହାଘର ମେ’୨୫ରେ ହେବା ପାଇଁ ସ୍ଥିର କରାଯାଇଥିଲା। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ବାହାଘରକୁ ସ୍ଥଗିତ ରଖାଯାଇଛି।

ଏପଟେ କରୋନା ଲକଡାଉନ ଯୋଗୁ ପ୍ରବାସୀ ଶ୍ରମିକମାନେ ନିଜର ଜୀବିକା ହରାଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କର ଦୁଃଖ ଦେଖି ନିଜ ଖୁସି ଭୁଲି ଯାଇଥିଲେ ଅକ୍ଷୟ।  ଏମାନଙ୍କ ପାଇଁ  ଅକ୍ଷୟ ଦେବଦୂତ ସାଜି ପାଖରେ ଛିଡା ହୋଇଛନ୍ତି, ସହାୟତାର ହାତ ବଢାଇଛନ୍ତି।  ଅକ୍ଷୟ ସେମାନଙ୍କର ସାଙ୍ଗମାନଙ୍କ ସହାୟତାରେ ରୋଷେଇ କରି, ଅନେକ ସ୍ଥାନରେ ଫସି ରହିଥିବା ପ୍ରବାସୀମାନଙ୍କୁ ଖାଦ୍ୟ ବାଣ୍ଟିଛନ୍ତି।

Advertisment

ଏହି ସମୟରେ ତାଙ୍କ ପିତାଙ୍କର ଗତ ମାସରେ ମୃତ୍ୟୁ ଘଟିଥିଲା । କିନ୍ତୁ ଅକ୍ଷୟ ଏଭଳି ଦୁଃଖଦ ଘଟଣାରେ ମନଦୁଃଖ ନକରି ତାଙ୍କର କାର୍ଯ୍ୟ ଜାରି ରଖିଥିଲେ। ଅକ୍ଷୟଙ୍କ ଏଭଳି ଉତ୍ତମ କାର୍ଯ୍ୟରେ ଖୁସି ହୋଇ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ମଧ୍ୟ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏ ନେଇ ଅକ୍ଷୟଙ୍କୁ ୬ଲକ୍ଷ ଟଙ୍କା ସହାୟତା ମିଳିଥିଲା। ଏଭଳି ଉଦାରତା କାମ ପାଇଁ ଅକ୍ଷୟ ସେମାନଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି।

ଅକ୍ଷୟ ଆହୁରି ମଧ୍ୟ କହିଛନ୍ତି, ସେ ପାଇଥିବା ଟଙ୍କାରେ ଅସହାୟମାନଙ୍କୁ ଆବଶ୍ୟକୀୟ ଖାଦ୍ୟ ସମାଗ୍ରୀ ଯୋଗାଇବା ସହିତ ସେମାନଙ୍କୁ ରନ୍ଧା ଖାଦ୍ୟ ବାଣ୍ଟୁଛନ୍ତି । ଗରିବ ଲୋକଙ୍କୁ ଦରକାରୀ ସାମଗ୍ରୀ କିଣି ବାଣ୍ଟୁଛନ୍ତି।

ଖାଦ୍ୟ ବଣ୍ଟନ କରିବା ବ୍ୟତୀତ ବରିଷ୍ଠ ନାଗରିକ , ଗର୍ଭବତୀ ମହିଳା ଓ ଡାକ୍ତରମାନଙ୍କୁ ମାଗଣାରେ ସୁବିଧା ଯୋଗେଇ ଦେଉଛନ୍ତି ଅକ୍ଷୟ।

Advertisment
Advertisment