/odishatv-khabar/media/post_attachments/uploadimage/library/16_9/16_9_0/kour_1626689377.jpg)
kour
ନୂଆଦିଲ୍ଲୀ : ଯଦି ଦୃଢ଼ ମନୋବଳ ଓ ପ୍ରବଳ ଇଚ୍ଛା ଶକ୍ତି ଥାଏ ତ ଅସମ୍ଭବ ବି ସମ୍ଭବ ହୋଇଥାଏ । କୌଣସି କାମ କରିବାକୁ ବୟସ ନୁହେଁ ,ସ୍ୱତନ୍ତ୍ର ଆବେଗ ହିଁ ଲୋଡା ପଡିଥାଏ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି । ଚଣ୍ଡିଗଡ଼ର ୯୪ ବର୍ଷୀୟା ହରଭଜନ କୌର ନାମକ ଜଣେ ମହିଳାଙ୍କ ଉଦ୍ୟମତାକୁ ଟ୍ୱିଟରରେ ଖୁବ୍ ପ୍ରଶଂସା ମିଳିଛି । ।
ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ସମୟ ସମୟରେ ନିଜର ଟ୍ୱିଟରରେ ଲୋକଙ୍କୁ ପ୍ରେରଣା ଦେବା ଭଳି କାହାଣୀ ସେୟାର କରିଥାନ୍ତି । ଏବେ ଏହି ୯୪ ବର୍ଷୀୟା ମହିଳାଙ୍କ କାହାଣୀ ସେୟାର କରିଛନ୍ତି । ଆଉ ତାଙ୍କୁ ‘ଇଣ୍ଟର ପ୍ରେନେୟୋର ଅଫ୍ ଦ ଇୟର’ କହିଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି ୯୪ ବର୍ଷୀୟା ଏହି ମହିଳା ମିଠା ତିଆରି କରି ଅର୍ଥ ରୋଜଗାର କରୁଛନ୍ତି । ଆନନ୍ଦ ମହିନ୍ଦ୍ରା ଏହି ମହିଳାଙ୍କର କାହାଣୀରେ ଏତେ ପ୍ରେରିତ ହୋଇଛନ୍ତି ଯେ ନିଜର ଟ୍ୱିଟର ପେଜ୍ରେ ମଧ୍ୟ ଏହାର ଏକ ଭିଡ଼ିଓ ସେୟାର କରିଛନ୍ତି ।
When you hear the word ‘start-up’ it brings to mind images of millennials in Silicon Valley or Bengaluru trying to build billion dollar ‘unicorns.’ From now on let’s also include a 94 yr old woman who doesn’t think it’s too late to do a start-up. She’s my entrepreneur of the year https://t.co/N75BxK18z4
— anand mahindra (@anandmahindra) January 7, 2020
ଟ୍ୱିଟରରେ ଏହି ଭିଡ଼ିଓକୁ ଡାକ୍ତର ମଧୁ ଟେକ୍ଚନ୍ଦ୍ରାଣୀ ଆନନ୍ଦ ମହିନ୍ଦ୍ରାଙ୍କୁ ଟାଗ୍ କରି ସେୟାର କରିଥିଲେ ।
ସୂଚନା ମୁତାବକ ଏହି ଭିଡ଼ିଓଟି ଚଣ୍ଡିଗଡ଼ର ହରଭଜନ କୌରଙ୍କର । ଯିଏକି ନିଜ ଘରେ ବେସନର ବର୍ଫି ତିଆରି କରୁଛନ୍ତି । ଚାରି ବର୍ଷ ତଳେ ସେ ଏହି କାମ ଆରମ୍ଭ କରିଥିଲେ । ସେତେବେଳେ ସେ ନିଜ ଝିଅକୁ ଏକଥା କହିଥିଲେ, ନିଜେ କିଛି କାମ କରି ଅର୍ଥ ରୋଜଗାର କରିବାକୁ ଚାହୁଁଛନ୍ତି ।
ହରଭଜନ କୌରଙ୍କର ଏହି ଭିଡ଼ିଓକୁ ସେୟାର କରି ୟୁଜର ଲେଖିଛନ୍ତି , ‘ଏହା ଏକ ଏମିତି କାହାଣୀ ଯାହାକି ଆପଣଙ୍କୁ ଆଶା ଦେବ ଓ ପ୍ରେରିତ ମଧ୍ୟ କରିବ । ’
Age , No matter what ??? Should never be a deterrent for initiating a new activity.??
— Ranjit Band (@band_ranjit) January 7, 2020
Thanks for sharing sir, these kind of videos will awake us from Inertia to Get-set-go and do something useful to self and society.
— Prakash Reddy (@Prakash_343) January 7, 2020
ଆନନ୍ଦ ମହିନ୍ଦ୍ରା ତୁରନ୍ତ ଏହି ଟ୍ୱିଟ୍ର ରିପ୍ଲାଏ କରି ଲେଖିଥିଲେ , ‘ଯେତେବେଳେ ଆପଣ ଷ୍ଟାର୍ଟଅପ୍ ଶବ୍ଦ ଶୁଣୁଛନ୍ତି ତ ଏହା ଆପଣଙ୍କୁ ସିଲିକନ୍ ଭ୍ୟାଲି ବା ବେଙ୍ଗାଲୁରୁ ଲୋକଙ୍କ କଥା ମନେପକାଇଦିଏ , ଯେଉଁମାନେ ନିଜ କାମକୁ ଆଗକୁ ବଢ଼ାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏବେ ଠାରୁ ଏଥିରେ ଏହି ୯୪ ବର୍ଷୀୟା ମହିଳାଙ୍କୁ ବି ସାମିଲ୍ କରନ୍ତୁ । ଯିଏ ଏହା କେବେ ଭାବନ୍ତି ନି ଯେ କିଛି ନୂଆ କାମ ଆରମ୍ଭ କରିବା ପାଇଁ ବହୁତ ବିଳମ୍ବ ହୋଇଯାଇଛି । ’
ଟ୍ୱିଟରରେ ଏହି ଭିଡ଼ିଓକୁ ବହୁତ ଲୋକ ପସନ୍ଦ କରିଛନ୍ତି । ୩,୬୦୦ରୁ ଅଧିକ ଲୋକ ଏହାକୁ ଲାଇକ୍ କରିଛନ୍ତି । ୬୦୦ରୁ ଅଧିକ ରିଟ୍ୱିଟ୍ କରିସାରିଲେଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)