/odishatv-khabar/media/post_attachments/uploadimage/library/16_9/16_9_0/police-8_1626687954.jpg)
police
ବେଙ୍ଗାଲୁରୁ : ସାହିତ୍ୟ ଅକାଦେମୀ ପୁରସ୍କାର ବିଜେତା ଜି.ନନଜୁନ୍ଦନଙ୍କ ମୃତଦେହ ମିଳିଛି । ସେ ରହୁଥିବା ନିଜର ବେଙ୍ଗାଲୁରୁ ସ୍ଥିତ ବାସ ଭବନରୁ ଗତ ଶନିବାର ଦିନ ତାଙ୍କର ଶବ ଉଦ୍ଧାର ହୋଇଛି ।
ପୁଲିସ୍ର ସୂଚନା ମୁତାବକ , ଜି.ନନଜୁନ୍ଦନଙ୍କ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିଲା । ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି ।
ଡେକାନ ହେରାଲ୍ଡର ସୂଚନାନୁସାରେ, ଜି.ନନଜୁନ୍ଦନ ଜଣେ ଜଣାଶୁଣା ଟ୍ରାନ୍ସଲେଟର । ସେ ତାଙ୍କର ବାସ ଭବନରେ ଏକା ରହୁଥିଲେ । ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟରେ ଷ୍ଟାଟିଷ୍ଟିକ୍ସ ଡିପାର୍ଟମେଂଟରେ ସେ ଜଣେ ପ୍ରଫେସର ଭାବେ କାମ କରୁଥିଲେ । ତାଙ୍କର ପରିବାର ,ସ୍ତ୍ରୀ ଓ ପୁଅ ଚେନ୍ନାଇରେ ରହୁଥିଲେ ।
ପୁଲିସ୍ ସୂଚନା ଅନୁସାରେ , ଜି.ନନଜୁନ୍ଦନ ୪ଦିନ ହେବ କାମକୁ ଯାଇନଥିଲେ । ତାଙ୍କ ଡିପାର୍ଟମେଂଟର ଜଣେ ସହକର୍ମୀ ଶନିବାର ଦିନ ତାଙ୍କ ଅନୁପସ୍ଥିତ ବିଷୟରେ ବୁଝିବାକୁ ଘରକୁ ଆସିଥିଲେ । ସେ ଜି.ନନଜୁନ୍ଦନଙ୍କ ଘରର ଡୋର୍ ବେଲ୍ ବହୁ ସମୟ ବଜାଇଲେ ସେ ଡୋର୍ ଖୋଲିଲେ ନାହିଁ। ତାପରେ ସେ ସହକର୍ମୀ ଜଣଙ୍କ ଜି.ନନଜୁନ୍ଦନଙ୍କ ପରିବାରକୁ ଜଣାଇଥିଲେ । ତାଙ୍କ ପରିବାର ଲୋକ ପୁଲିସ୍କୁ ଜଣାଇବା ପରେ ପୁଲିସ୍ ଆସି ତାଙ୍କର ଶବକୁ ଘରୁ ପାଇଥିଲା
ଜି.ନନଜୁନ୍ଦନଙ୍କ ମୃତ୍ୟୁ କେମିତି ହେଲା ତାହାର କୌଣସି ସଠିକ୍ କାରଣ ଏବେସୁଦ୍ଧା ଜଣାପଡ଼ିନାହିଁ । ଏହି ଘଟଣା ପରେ ଆଖପାଖ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ପୁଲିସ୍ ଏହି ଘଟଣାର ଜୋରସୋର ତଦନ୍ତ ଚଳେଇଛି ।
ଜି.ନନଜୁନ୍ଦନଙ୍କ ଶବ ମିଳିବା ପରେ ସ୍ଥାନୀୟ ପ୍ରଶାସନରେ ତତ୍ପରତା ଆରମ୍ଭ ହୋଇଯାଇଛି । ପୁଲିସ୍ ବି ଆଗକୁ ବଢ଼ି ପାରିନି । ପୋଷ୍ଟମର୍ଟମ ରିପୋର୍ଟ ପାଇଲା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)