/odishatv-khabar/media/post_attachments/uploadimage/library/16_9/16_9_0/police-9_1626688337.jpg)
police
ଆଗ୍ରା : ଉତ୍ତର ପ୍ରଦେଶର ଆଗ୍ରାରେ ଉପଦ୍ରବ ସୃଷ୍ଟି କରୁଥିବା ଲୋକଙ୍କୁ ଧରିବା ପାଇଁ ପୁଲିସ୍ ଉଠାଇଛି ଏକ ସ୍ୱତନ୍ତ୍ର କୌଶଳ । ଫିଲ୍ମରେ ଯେମିତି ଅପରାଧିଙ୍କୁ ଧରିବା ପାଇଁ ପୁଲିସ୍ ନିଜର ବେଶ ବଦଳେଇଥାନ୍ତି । କେତେବେଳେ ଫଳ ବିକାଳୀ ତ କେତେ ଭିକ୍ଷୁକ ସାଜି ସଡ଼କରେ ବସିଥାନ୍ତି । ଆଉ ଅପରାଧି ଅପରାଧ ଘଟାଇବା ବେଳେ , ତାକୁ ଧରିନେଇଥାନ୍ତି ।
ଠିକ୍ ଏହିଭଳି ନାଗରିକ ସଂଶୋଧନ ଆଇନ୍( CAA)କୁ ନେଇ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ୟୁପିର ଜଣେ ସବ୍-ଇନ୍ସପେକ୍ଟର କଦଳୀ ବିକାଳୀ ସାଜିଛନ୍ତି । ଆଉ ଏହି କଦଳୀ ଠେଲାଗାଡ଼ିର ଫଟୋ ଏବେ ଭାଇରାଲ୍ ହୋଇଛି ।
ୟୁପିରେ ଲୋକଙ୍କ ମଧ୍ୟରେ ଭୁଲ୍ ଧାରଣା ସୃଷ୍ଟି କରି ଉପଦ୍ରବ କରୁଥିବା ଖଳ ଲୋକଙ୍କୁ ଧରିବା ପାଇଁ ପୁଲିସ୍ମାନେ ପଦକ୍ଷେପ ଆରମ୍ଭ କରଦେଇଛନ୍ତି। ଆଉ ଏଥିପାଇଁ ପୁଲିସ୍କର୍ମୀ କଦଳୀ ବିକାଳୀ ରୂପରେ ରାସ୍ତା ଉପରକୁ ଓହ୍ଲାଇଛନ୍ତି ।
ଉଲ୍ଲେଖନୀୟ ଯେ , ଉତ୍ତର ପ୍ରଦେଶ ପୁଲିସ୍ କୁ ଫିରୋଜାବାଦ୍ରୁ ଖଳ ପ୍ରକୃତିର ଗଣ୍ଡଗୋଳକାରୀ ଆସିବାର ସୂଚନା ଥିଲା । ସେଥିପାଇଁ ପୁଲିସ୍ ପୂର୍ବରୁ ସର୍ତକ ରହିଥିଲେ । ଏବେ ଏହି ଫଟୋ ଖୁବ୍ ଭାଇରାଲ୍ ହୋଇଛି। ସୁଭାଷ ବଜାର ଚୌକର ଇନ୍ଚାର୍ଜ ସୁନିଲ୍ ତୋମର କଦଳୀ ବିକାଳି ହୋଇ ସେହି ଅଂଚଳରେ ବୁଲୁଛନ୍ତି । ଯେଉଁ ଖଳ ପ୍ରକୃତିର ଲୋକ ଗଣ୍ଡଗୋଳ ସୃଷ୍ଟି କରିବ ତାକୁ ତୁରନ୍ତ ଧରାଯାଇ ପାରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)