Advertisment

୪୫ବର୍ଷ ପରେ ଫେରିଲେ ଘରକୁ, ଗ୍ରହଣ କଲେ ନାହିଁ ପରିବାର

ନୂଆଦିଲ୍ଲୀ: ଉତ୍ତରକାଶୀ ସହରରେ ଥିବା ଏକ ଗାଁର ଜଣେ ବ୍ୟକ୍ତି ୪୫ ବର୍ଷ କେଉଁଆଡେ ଚାଲିଯାଇଥିଲେ। କିନ୍ତୁ ରବିବାର ଦିନ ହଠାତ୍‌ ନିଜ ଗାଁକୁ ଫେରିଥିଲେ। ବର୍ତ୍ତମାନ ବ୍ୟକ୍ତିଙ୍କ ବୟସ ୮୪ ବର୍ଷ। କିନ୍ତୁ ବୃଦ୍ଧଙ୍କ ପରିବାର ଲୋକ ତାଙ୍କୁ ସ୍ୱିକାର କରିନଥିଲେ। କରୋନା ଭୟରେ ପ୍ରଥମେ ବୁଦ୍ଧଙ୍କୁ ସରକାରୀ ଇଣ୍ଟର କଲେଜ ଜେଷ୍ଠୱାଡି ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଇଛି। ସେଠାରେ ରହିବା ଖାଇବା ଦ୍ୱାୟିତ୍ୱ ବୃଦ୍ଧଙ୍କ ପରିବାର ହିଁ ବୁଝାସୁଝା କରୁଥିବା ଜଣାପଡିଛି। ଏନେଇ […]

author-image
Mahasweta Baral
୪୫ବର୍ଷ ପରେ ଫେରିଲେ ଘରକୁ, ଗ୍ରହଣ କଲେ ନାହିଁ ପରିବାର

84man

ନୂଆଦିଲ୍ଲୀ: ଉତ୍ତରକାଶୀ ସହରରେ ଥିବା ଏକ ଗାଁର ଜଣେ ବ୍ୟକ୍ତି ୪୫ ବର୍ଷ କେଉଁଆଡେ ଚାଲିଯାଇଥିଲେ। କିନ୍ତୁ ରବିବାର ଦିନ ହଠାତ୍‌ ନିଜ ଗାଁକୁ ଫେରିଥିଲେ। ବର୍ତ୍ତମାନ ବ୍ୟକ୍ତିଙ୍କ ବୟସ ୮୪ ବର୍ଷ। କିନ୍ତୁ ବୃଦ୍ଧଙ୍କ ପରିବାର ଲୋକ ତାଙ୍କୁ ସ୍ୱିକାର କରିନଥିଲେ। କରୋନା ଭୟରେ ପ୍ରଥମେ ବୁଦ୍ଧଙ୍କୁ ସରକାରୀ ଇଣ୍ଟର କଲେଜ ଜେଷ୍ଠୱାଡି ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଇଛି। ସେଠାରେ ରହିବା ଖାଇବା ଦ୍ୱାୟିତ୍ୱ ବୃଦ୍ଧଙ୍କ ପରିବାର ହିଁ ବୁଝାସୁଝା କରୁଥିବା ଜଣାପଡିଛି।

Advertisment

ଏନେଇ ବୃଦ୍ଧଙ୍କ ପରିବାର ଲୋକ କହିଛନ୍ତି ଯେ, କ୍ୱାରେଣ୍ଟିନ୍‌ ଅବଧି ଶେଷ ହେବାପରେ ବୃଦ୍ଧଙ୍କୁ ଘର ପାଖରେ ରହିବା ଓ ଖାଇବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଦେବୁ।

ଖବର ଅନୁଯାୟୀ, ବୃଦ୍ଧଙ୍କ ନାଁ ସୁରତ ସିଂ ଚୌହାନ। ସେ ୧୯୭୫ ମସିହାରେ ଘର ଛାଡ଼ି ହିମାଚଳ ପ୍ରଦେଶର ସୋଲନରେ ଥିବା ଏକ ସେଓ ବଗିଚାରେ କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁ ଗୁରୁଦ୍ୱାର ବନ୍ଦ ହୋଇଯିବାରୁ ସେ ହିମାଚଳ ପ୍ରଦେଶରେ ପହଞ୍ଚିଥିଲେ। ସେଠାରୁ ପ୍ରଶାସନ ତାଙ୍କୁ ଉତ୍ତରକାଶୀ ପଠାଇବାକୁ ବ୍ୟବସ୍ଥା କରିଥିଲେ।

Advertisment

ପ୍ରଶାସନିକ ଟିମ୍‌ ସୁରତ ଚୌହାନଙ୍କୁ ସରକାରୀ ଇଣ୍ଟର କଲେଜ ଜେଷ୍ଠୱାଡି ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖିଥିଲେ। ଗାଁର ଅନ୍ୟ ଦଶ ଜଣ ମଧ୍ୟ ସେଠାରେ ରହୁଛନ୍ତି। ଚୌହାନ ଶନିବାର ଦିନ ତାଙ୍କ ପୈତୃକ ଗ୍ରାମକୁ ଫେରିଥିଲେ, କିନ୍ତୁ ତାଙ୍କ ପରିବାର ଲୋକ ସେ ଫେରିବା ନେଇ ଖୁସି ନଥିଲେ। ତାଙ୍କ ପରିବାରରେ ତାଙ୍କର ୬୮ ବର୍ଷର ପତ୍ନୀ ଏବଂ ଦୁଇ ପୁଅ ମଧ୍ୟ ଅଛନ୍ତି।

Advertisment
Advertisment