Advertisment

ପରିଣତ ବୟସର ବି ସେ ଷୋଳ ବୟସୀ...ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ୍‌

ବୟସ ବଢ଼ିବା ସହ ମଣିଷର ଶାରୀରିକ କାର୍ଯ୍ୟକଳାପରେ ବି ପରିବର୍ତ୍ତନ ଆସିଥାଏ । ଯେଉଁଠି ୬୦ ବର୍ଷ ବୟସ ହୋଇଗଲେ ଲୋକେ ଟିକେ କ୍ଷୀଣ ହୋଇଯାନ୍ତି । ମନରେ ଆଉ ଯୌବନର ମାଦକତା ଦେଖାଯାଇନଥାଏ । ମଜା ମଜଲିସ୍‌ ଆଦି କରିବାରୁ ମନ ଦୂରେଇ ଯାଏ । କିନ୍ତୁ ଏଠାରେ ଜଣେ ୯୩ ବର୍ଷୀୟା ବୃଦ୍ଧା ଜେଜି ମାଆଙ୍କର  କାର୍ଯ୍ୟକଳାପ ସ୍ୱତନ୍ତ୍ର ଧରଣର । ଯିଏ ଶାରୀରିକ ରୂପେ ସିନା ଦୁର୍ବଳ , କିନ୍ତୁ ମନରେ ପୁରା […]

author-image
Pradesh Pratyush
ପରିଣତ ବୟସର ବି ସେ ଷୋଳ ବୟସୀ...ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ୍‌

93 years old

ବୟସ ବଢ଼ିବା ସହ ମଣିଷର ଶାରୀରିକ କାର୍ଯ୍ୟକଳାପରେ ବି ପରିବର୍ତ୍ତନ ଆସିଥାଏ । ଯେଉଁଠି ୬୦ ବର୍ଷ ବୟସ ହୋଇଗଲେ ଲୋକେ ଟିକେ କ୍ଷୀଣ ହୋଇଯାନ୍ତି । ମନରେ ଆଉ ଯୌବନର ମାଦକତା ଦେଖାଯାଇନଥାଏ । ମଜା ମଜଲିସ୍‌ ଆଦି କରିବାରୁ ମନ ଦୂରେଇ ଯାଏ । କିନ୍ତୁ ଏଠାରେ ଜଣେ ୯୩ ବର୍ଷୀୟା ବୃଦ୍ଧା ଜେଜି ମାଆଙ୍କର  କାର୍ଯ୍ୟକଳାପ ସ୍ୱତନ୍ତ୍ର ଧରଣର । ଯିଏ ଶାରୀରିକ ରୂପେ ସିନା ଦୁର୍ବଳ , କିନ୍ତୁ ମନରେ ପୁରା ଯବାନ । ଯେମିତି ଷୋଳ ବୟସୀ ।

Advertisment

publive-image ଏହି ବୃଦ୍ଧା ଜଣକ ନିଜର ୨୭ ବର୍ଷିୟ ନାତି ସହ ଖୁବ୍‌ ମସ୍ତି କରୁଥିବାର ନଜର ଆସିଛନ୍ତି । ନିକଟରେ ସେ ଏକ ଫଟୋ ସୁଟ୍‌ କରିଛନ୍ତି, ଯାହାକି ସୋଶାଲ ମିଡ଼ିଆରେ ଖୁବ୍‌ ଭାଇରାଲ୍‌ ହେଉଛି ।

publive-image୯୩ ବର୍ଷୀୟା ଏହି ବୃଦ୍ଧାଙ୍କର ନାଁ ପାଲିନ୍‌ । ତାଙ୍କ ନାତିଙ୍କ ନାଁ ରାନ୍ସ ସ୍ମିଥ୍‌ । ସେ ଏହି ସ୍ୱତନ୍ତ୍ର ଫଟୋ ସୁଟ୍‌ କରି ଏହି ବାର୍ତ୍ତା ଦେବାକୁ ଚାହିଁଛନ୍ତି ଯେ , ମଣିଷର ବୟସ ସିନା ବଢ଼ିଯାଏ , ହେଲେ ସେ ମନରେ କେବେ ବୁଢ଼ା ହୋଇନଥାଏ । ଇନଷ୍ଟାଗ୍ରାମରେ ଜେଜି -ନାତିଙ୍କର ଏହି ଯୁଗଳ ଫଟୋ ଖୁବ୍‌ ଚର୍ଚ୍ଚିତ ହେବାରେ ଲାଗିଛି । ଏହା ଛଡ଼ା ଏହି ଫୋଟକୁ ଫେସ୍‌ବୁକ୍‌ରେ ୯୦ ଲକ୍ଷ ଲୋକ ଓ ୟୁଟ୍ୟୁବ୍‌ରେ ୮ଲକ୍ଷ ୯୨ହଜାର ଲୋକ ପସନ୍ଦ କରିଛନ୍ତି ।

Advertisment

publive-imageଜେଜି ମାଆଙ୍କର ଏହି ଭିନ୍ନ ଅନ୍ଦାଜର ମନୋରଂଜନ କରୁଥିବାର ଫଟୋକୁ ଦେଖିଲେ ଲାଗୁନି ଯେ ସେ ପରିଣତ ବୟସରେ ।  କେତେବେଳେ ଯୋଦ୍ଧା ବେଶରେ ଫଟୋ ଉଠାଇଛନ୍ତି ତ କେତେବେଳେ ନିଜକୁ ଫିଟ୍‌ ବୋଲି ବାୟ୍ୟାମ କରିବାର ଫଟୋ ସୁଟ୍‌ କରିଛନ୍ତି ।

Advertisment
Advertisment