Advertisment

କରୋନା ଯୁଦ୍ଧରେ ଇଏ ଆଗଧାଡ଼ିର ନାୟିକା, ପେଟରେ ସନ୍ତାନ ହାତରେ ରୋଗୀ ସେବା

ନୂଆଦିଲ୍ଲୀ: ଆଜି ବିଶ୍ୱ ନର୍ସ ଦିବସରେ ଆମେ ଏଭଳି ଜଣେ ନର୍ସଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ବର୍ତ୍ତମାନ କରୋନା ଯୁଦ୍ଧରେ ଲୋକମାନଙ୍କ ପାଇଁ ଲଢ଼େଇ କରୁଛନ୍ତି। କର୍ଣ୍ଣାଟକର ଶିବାମୋଗାସ୍ଥିତ ଏକ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ରୁପା ପ୍ରବୀଣ ରାଓ ନାମକ ଜଣେ ମହିଳା । ସେ ୯ମାସର ଗର୍ଭାବସ୍ଥାରେ ଥିବା ଜଣାପଡିଛନ୍ତି।  ଏଭଳି ଅବସ୍ଥାରେ ଥାଇ ମଧ୍ୟ ଦେଶରେ ମହାମାରୀ କରୋନା ଭାରସର ଯୁଦ୍ଧରେ ନିଜକୁ ସାମିଲ କରି ରୋଗୀମାନଙ୍କର ସେବା କରୁଛନ୍ତି। ରୁପା ପ୍ରବୀଣ […]

author-image
Mahasweta Baral
କରୋନା ଯୁଦ୍ଧରେ ଇଏ ଆଗଧାଡ଼ିର ନାୟିକା, ପେଟରେ ସନ୍ତାନ ହାତରେ ରୋଗୀ ସେବା

nursha

ନୂଆଦିଲ୍ଲୀ: ଆଜି ବିଶ୍ୱ ନର୍ସ ଦିବସରେ ଆମେ ଏଭଳି ଜଣେ ନର୍ସଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ବର୍ତ୍ତମାନ କରୋନା ଯୁଦ୍ଧରେ ଲୋକମାନଙ୍କ ପାଇଁ ଲଢ଼େଇ କରୁଛନ୍ତି।

Advertisment

କର୍ଣ୍ଣାଟକର ଶିବାମୋଗାସ୍ଥିତ ଏକ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ରୁପା ପ୍ରବୀଣ ରାଓ ନାମକ ଜଣେ ମହିଳା । ସେ ୯ମାସର ଗର୍ଭାବସ୍ଥାରେ ଥିବା ଜଣାପଡିଛନ୍ତି।  ଏଭଳି ଅବସ୍ଥାରେ ଥାଇ ମଧ୍ୟ ଦେଶରେ ମହାମାରୀ କରୋନା ଭାରସର ଯୁଦ୍ଧରେ ନିଜକୁ ସାମିଲ କରି ରୋଗୀମାନଙ୍କର ସେବା କରୁଛନ୍ତି।

ରୁପା ପ୍ରବୀଣ ରାଓ ଗଜାନୁରୁ ଗ୍ରାମରେ ରୁହନ୍ତି । ସେ ଜୟଚାମାରାଜେନ୍ଦ୍ର ସରକାରୀ ଡାକ୍ତରଖାନାର ନର୍ସ ଭାବେ କାର୍ଯ୍ୟ କରନ୍ତି। ସେ ରୋଗୀମାନଙ୍କୁ ଚିକିତ୍ସା କରିବା ପାଇଁ ପ୍ରତିଦିନ ମେଡିକାଲକୁ ଯାଇଥାନ୍ତି।

Advertisment

ରୁପା କହିଛନ୍ତି, କେତେକ ଗ୍ରାମର ଲୋକମାନେ ତାଲୁକ୍ ହସ୍ପିଟାଲ ଉପରେ ନର୍ଭର କରିଥାନ୍ତି । ପୁଣି ଲୋକମାନଙ୍କୁ ମଧ୍ୟ ଆମର ଆବଶ୍ୟକ ରହିଛି। ମୋର ସିନିୟରମାନେ ମୋତେ ଛୁଟି ନେବାକୁ କହିଥିଲେ କିନ୍ତୁ ମୁଁ ଲୋକଙ୍କ ସେବା କରିବା ପାଇଁ ଚାହୁଁଛି। ମୁଁ ପ୍ରତ୍ୟେକ ଦିନ ୬ଘଣ୍ଟା ଡ୍ୟୁଟି କରିଥାଏ।

ରୂପା ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟର ପ୍ରଧାନମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ମଧ୍ୟ ତାଙ୍କୁ ଫୋନ କରିଥିଲେ ଓ ସେବା ପାଇଁ ପ୍ରଶଂସା ମଧ୍ୟ କରିଥିଲେ। ଆହୁର ମଧ୍ୟ କହିଥିଲେ ଯେ ନିଜର ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ।

ରୁପା ପ୍ରବୀଣ ରାଓ ହେଉଛନ୍ତି ଫ୍ରଣ୍ଟଲାଇନ କୋଭିଡ -୧୯ ଯୋଦ୍ଧାମାନଙ୍କ ମଧ୍ୟରୁ ଅନ୍ୟତମ, ସେ ନିଜ ଜୀବନକୁ ବିପଦରେ ପକାଇ ଅନ୍ୟମାନ ସେବା କରିବା ପାଇଁ କାର୍ଯ୍ୟ କରୁଛନ୍ତି।

Advertisment
Advertisment