Advertisment

ଗଣବିବାହର ନୂଆ କାହାଣୀ ; ବାପଛେଉଣ୍ଡ ଝିଅଙ୍କ ବାପା ସାଜି ବାହାଦେଲେ ଶିଳ୍ପପତି

ସୁରତ(ଶୈଳେଶ ଚାପାନେରିଆ): ଗଣବିବାହର ନୂଆ କାହାଣୀ। ସାତଜନ୍ମର ସାଥୀ ହେଲେ ୨୭୧ ଯୋଡ଼ା ବର-କନ୍ୟା ।  ଗୁଜରାଟ ସୁରତରେ ଜାତି, ଧର୍ମ ନବାଛି ବାପଛେଉଣ୍ଡ ଝିଅଙ୍କ ବାପା ସାଜି ବାହାଦେଲେ ଶିଳ୍ପପତି। ଆଉ ଓଡ଼ିଆ ଝିଅ ମିନତୀଙ୍କୁ ବି ମିଳିଲା ମନ ଲାଖି ବର। ଗୁଜରାଟ ସୁରତରେ ଏକ ଆଡ଼ମ୍ବରପୂର୍ଣ୍ଣ ଗଣବିବାହକୁ ନେଇ ଚର୍ଚ୍ଚା। ବିବାହ ବେଦୀରେ ନବବଧୂକୁ ସ୍ୱାମୀଟିଏ ମିଳୁଥିବା ବେଳେ, ଏଠି ସ୍ୱାମୀ ସହ ସେମାନେ ଜଣେ ବାପା ବି ପାଇଛନ୍ତି।  କାରଣ ଏହି […]

author-image
Pradesh Pratyush
ଗଣବିବାହର ନୂଆ କାହାଣୀ ; ବାପଛେଉଣ୍ଡ ଝିଅଙ୍କ ବାପା ସାଜି ବାହାଦେଲେ ଶିଳ୍ପପତି

mahesh-3

ସୁରତ(ଶୈଳେଶ ଚାପାନେରିଆ): ଗଣବିବାହର ନୂଆ କାହାଣୀ। ସାତଜନ୍ମର ସାଥୀ ହେଲେ ୨୭୧ ଯୋଡ଼ା ବର-କନ୍ୟା ।  ଗୁଜରାଟ ସୁରତରେ ଜାତି, ଧର୍ମ ନବାଛି ବାପଛେଉଣ୍ଡ ଝିଅଙ୍କ ବାପା ସାଜି ବାହାଦେଲେ ଶିଳ୍ପପତି। ଆଉ ଓଡ଼ିଆ ଝିଅ ମିନତୀଙ୍କୁ ବି ମିଳିଲା ମନ ଲାଖି ବର। ଗୁଜରାଟ ସୁରତରେ ଏକ ଆଡ଼ମ୍ବରପୂର୍ଣ୍ଣ ଗଣବିବାହକୁ ନେଇ ଚର୍ଚ୍ଚା।

Advertisment

publive-imageବିବାହ ବେଦୀରେ ନବବଧୂକୁ ସ୍ୱାମୀଟିଏ ମିଳୁଥିବା ବେଳେ, ଏଠି ସ୍ୱାମୀ ସହ ସେମାନେ ଜଣେ ବାପା ବି ପାଇଛନ୍ତି।  କାରଣ ଏହି ଗଣ ବିବାହରେ ଏକସଙ୍ଗେ ୨୭୧ ଜଣ ବାପଛେଉଣ୍ଡ ଝିଅଙ୍କ ବାପା ସାଜି ଅତି ଧୂମ୍‌ଧାମ୍‌ରେ ବାହାଘର କରାଇଛନ୍ତି ଜଣେ ସ୍ଥାନୀୟ ଶିଳ୍ପପତି। ଗତ ଶନିବାର ଅନୁଷ୍ଠିତ ଏହି ଗଣବିବାହରେ ଜଣେ ଓଡ଼ିଆ ଝିଅ ମଧ୍ୟ ଧରିଛନ୍ତି ତାଙ୍କ ଜୀବନସାଥୀର ହାତ।

publive-imageଆଖି ଲାଖିଗଲା ଭଳି ସାଜସଜ୍ଜା। ମନ ମୋହିନେଲା ଭଳି ଭବ୍ୟ ଆୟୋଜନ।  ଦେଖିଲେ ଲାଗୁଛି, ସତେକି ମର୍ତ୍ତ୍ୟକୁ ଓହ୍ଲାଇ ଆସିଛି ସ୍ୱର୍ଗର ଇନ୍ଦ୍ରପୁରୀ।  ଗୁଜରାଟର ସୁରତରେ ଆୟୋଜିତ ଏଭଳି ଆଡ଼ମ୍ବରପୂର୍ଣ୍ଣ ଗଣବିବାହରେ, ପରସ୍ପରର ହାତ ଧରି ସାତ ଜନ୍ମ ପାଇଁ ସାଥୀ ହେବାର ଶପଥ ନେଇଛନ୍ତି । ୨୭୧ ଯୋଡ଼ି ବର-କନ୍ୟା।  ପ୍ରିୟ ପରିଜନଙ୍କ ଗହଣରେ ହାତଗଣ୍ଠି, ମାଳାବଦଳ ସହ ପୂରା ରୀତିନୀତିରେ ନୂଆ ଜୀବନ ଆଡ଼କୁ ପାଦ ବଢ଼ାଉଥିବା ଏହି ନବବଧୂ ହେଉଛନ୍ତି, ଓଡ଼ିଆ ଝିଅ ମୀନତି ମାଝୀ।  ସୁରତରେ କାର୍ଯ୍ୟ କରୁଥିବା ମୀନତିଙ୍କ ବାପା ପାଞ୍ଚ ବର୍ଷ ତଳେ ଆରପାରିକୁ ଚାଲିଯିବା ପରେ, ତାଙ୍କର ଯେ ଏଭଳି ଧୂମ୍‌ଧାମ୍‌ରେ ବାହାଘର ହେବ, ସେକଥା ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିଲେ ମୀନତି ।

Advertisment

publive-imageଯାହା ଆଜି ସତରେ ପରିଣତ ହୋଇଛି। କେବଳ ଏକା ମିନତୀ ନୁହନ୍ତି ତାଙ୍କ ଭଳି ଅନେକ ହିନ୍ଦୁ ଝିଅଙ୍କ ବିବାହ ହେଉଥିବା ବେଳେ, ଏଠି ମୁସଲମାନ ପରମ୍ପରା ଅନୁସାରେ ନଗ୍‌ମାଙ୍କ ନିକାହ ମଧ୍ୟ ହୋଇଥିଲା। ଖାଲି ମୀନତି କି ନଗ୍‌ମା ନୁହନ୍ତି, ଏଠି ବାହା ହେଉଥିବା ସମସ୍ତ ୨୭୧ ଜଣ ଯାକ ନବବଧୂ ପିତୃହରା  ଝିଅଟିଏ ପାଇଁ ଯେଉଁ ସମୟରେ ବାପାଙ୍କର ସବୁଠୁ ଅଧିକ ଦାୟିତ୍ୱ ଥାଏ, ସେଇ ସମୟରେ ଜାତି, ଧର୍ମ, ରାଜ୍ୟ କିଛି ନବାଛି, ଏ ବାପଛେଉଣ୍ଡ ଝିଅଙ୍କ ପାଇଁ ବାପା ସାଜିଛନ୍ତି ସୁରତର ଶିଳ୍ପପତି ମହେଶ ସଓ୍ୱାନୀ ।

publive-imageଖାଲି ବାପା ହୋଇ କନ୍ୟାଦାନ କରିନାହାନ୍ତି, ସମସ୍ତଙ୍କୁ ଗହଣା ଓ ଆସବାବପତ୍ର ଦେଇ ଶାଶୁଘରକୁ ବିଦା କରିଛନ୍ତି ଏବଂ ଭବିଷ୍ୟତର ସମସ୍ତ ଦାୟିତ୍ୱ ମୁଣ୍ଡାଇବାକୁ ପ୍ରତିଶ୍ରୁତି ବି ଦେଇଛନ୍ତି। ପ୍ରତିବର୍ଷ ଏଭଳି ଗଣବିବାହର ଆୟୋଜନ କରୁଥିବା ଶିଳ୍ପପତି ମହେଶ ସଓ୍ୱାନୀ ଏବେ ସୁଦ୍ଧା ବିଭିନ୍ନ ରାଜ୍ୟର ପ୍ରାୟ ୩ ହଜାର ଝିଅଙ୍କ କନ୍ୟାଦାନ କରିସାରିଲେଣି।

Advertisment
Advertisment