7c8a5398-9b9a-475b-82ad-0139dbc09bf7
2001 ମସିହାର ବଲିଉଡ୍ ଚଳଚ୍ଚିତ୍ର ‘ନାୟକ‘ ଯେଉଁମାନେ ଦେଖିଥିବେ, ସେମାନେ ନିଶ୍ଚିତ ଜାଣିଥିବେ ଅନୀଲ କପୁର ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହୋଇ କେମିତି ହଙ୍ଗାମା କରିଥିଲେ। ଏହି ଫିଲ୍ମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିବା ଅମରିଶ ପୁରୀ ଦିନକ ପାଇଁ ଅର୍ଥାତ ୨୪ ଘଣ୍ଟା ପାଇଁ ନିଜ ପଦବୀ ଛାଡ଼ି ଅନୀଲ କପୁରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ। ୨୪ ଘଣ୍ଟାରେ ବି ଅନୀଲ କପୁର ବହୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ। ଏହା ଥିଲା ଚଳଚ୍ଚିତ୍ରର ବିଷୟବସ୍ତୁ। ଏ କଥା ଏବେ ରିଲ୍ ନୁହେଁ ରିଅଲ ଲାଇଫରେ ମଧ୍ୟ ଘଟିଛି। ଭାରତରେ ନୁହେଁ ଫିନଲ୍ୟାଣ୍ଡରେ।
ଫିନଲ୍ୟାଣ୍ଡର ଜଣେ ୧୬ ବର୍ଷୀୟା ଯୁବତୀ ଆଭା ମୁର୍ତୋ ମାତ୍ର ୨୪ ଘଣ୍ଟା ପାଇଁ ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ହୋଇ ସେ ବର୍ତ୍ତମାନ ସାରା ବିଶ୍ୱରେ ଚର୍ଚ୍ଚିତ।
ବୁଧବାର ଦିନ ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ସାନା ମାରିନ୍ ୨୪ ଘଣ୍ଟା ପାଇଁ ଆଭା ମୁର୍ତୋଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇ ଦେଶ ସମ୍ଭାଳିବାକୁ ଦାୟିତ୍ୱ ଦେଇଥିଲେ। ଆଭା ମୁର୍ତୋ ହେଉଛନ୍ତି ଦକ୍ଷିଣ ଫିନଲ୍ୟାଣ୍ଡ ଅନ୍ତର୍ଗତ ଭାସ୍କି ଅଞ୍ଚଳର ବାସିନ୍ଦା। ପ୍ରଧାନମନ୍ତ୍ରୀ ସାନା ମାରିନ୍ ଜଣେ ଅଳ୍ପବୟସ୍କାଙ୍କୁ ଦିନକ ପାଇଁ ପ୍ରଧାନମନ୍ତ୍ରୀ କରି ଇତିହାସ ସୃଷ୍ଟି କରିଛନ୍ତି। ଏହା ତାଙ୍କର ମହାନତା ବୋଲି ତାଙ୍କ ଦେଶରେ ଚର୍ଚ୍ଚା ହେଉଛି।
କିନ୍ତୁ ସେ ଏହା କରିବାର ଉଦ୍ଦେଶ୍ୟ ହେଉଛି, ତାଙ୍କ ଦେଶରେ ବାଳିକାମାନଙ୍କ ଅଧିକାରକୁ ଉତ୍ସାହିତ କରିବା ଓ ଲୋକଙ୍କୁ ସଚେତନ କରାଇବା। ଅନ୍ତର୍ଜାତୀୟ ସ୍ତରରେ ଚାଲିଥିବା ‘ଗର୍ଲସ ଟେକଓଭର୍’ ଅଭିଯାନର ଏହା ଏକ ଅଂଶବିଶେଷ ଥିଲା।
ଦିନିକିଆ ପ୍ରଧାନମନ୍ତ୍ରୀ ଆଭା ଏହି ଗୋଟିଏ ଦିନରେ ଚାନସେଲର ଅଫ୍ ଜଷ୍ଟିସ ବୈଠକ ପରିଚାଳନା କରି ଉଦବୋଧନ ଦେଇଥିଲେ। ତା ଛଡ଼ା ପାର୍ଲାମେଣ୍ଟ ଯାଇଥିଲେ। ଦେଶର ବିକାଶ ଓ ବୈଦେଶିକ ବାଣିଜ୍ୟ ନେଇ ମନ୍ତ୍ରୀ ଓ ସାଂସଦମାନଙ୍କ ସହ ଆଲୋଚନା କରିଥିଲେ। ଗଣମାଧ୍ୟମକୁ ସାମନା କରି ପ୍ରତିକ୍ରିୟା ମଧ୍ୟ ଦେଇଥିଲେ।
[caption id="" align="aligncenter" width="954"]
Prime Minister of Finland Sanna Marin[/caption]
ପ୍ରଧାନମନ୍ତ୍ରୀ ଭାବେ ଗୋଟିଏ ଦିନ କାମ କରିବା ପରେ ଆଭା ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ଦିନଟି ତାଙ୍କ ପାଇଁ ଅତି ଉତ୍ସାହପ୍ରଦ ଥିଲା। ସେ ଏହି ଦିନଟିର ସଦୁପଯୋଗ କରିଛନ୍ତି। ତାଙ୍କ ମତରେ ଯୁବକଯୁବତୀମାନେ ଡିଜିଟାଲ କ୍ଷେତ୍ରରେ ବୟସ୍କମାନଙ୍କଠାରୁ ଆଗୁଆ। ତେଣୁ ସେମାନେ ବୟସ୍କମାନଙ୍କୁ ଡିଜିଟାଲ ଶିକ୍ଷା ଦେବା ଉଚିତ। ଭବିଷ୍ୟତ ପାଇଁ ସେମାନେ କିଛି ନୂଆକରି ଭାବିବା ମଧ୍ୟ ଉଚିତ।
ଆଭା ଫିନଲ୍ୟାଣ୍ଡରେ ଜଳବାୟୁ ପରିବର୍ତ୍ତନ ଓ ମାନବାଧିକାର କ୍ଷେତ୍ରରେ କାମ କରି କ୍ୟାମ୍ପେନର ସାଜିଛନ୍ତି। ତାଙ୍କର ଏହି ଦିନିକିଆ ଅନୁଭୂତି ତାଙ୍କୁ କାମ କରିବା ପାଇଁ ଆହୁରି ପ୍ରେରଣା ଦେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/7c8a5398-9b9a-475b-82ad-0139dbc09bf7_1625248803.jpg)